ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସାଥି ମାଈ ହାତୀ ମୃତ୍ୟ ପରେ ବିଚଳିତ ଦନ୍ତା; ରାଗରେ ନଷ୍ଟ କଲା ଧାନ ଜମି, ବନ ବିଭାଗ ନାକେଦମ୍

ଗୁଣପୁର,୦୬/୦୯: ମାଈ ହାତୀର ମୃତ୍ୟୁ ପରେ ଉତ୍ପାତ ହେଉଛି ଦନ୍ତା । ଗୁରୁବାର ବିଳମ୍ୱିତ ରାତିରେ ଏକାକୀ ବୁଲୁଥିବା ବେଳେ ନଷ୍ଟ କରିଲା ଧାନ ଜମି । ମାଇ ହାତୀ ମୃତ୍ୟୁ ପରଠାରୁ ମାଲାପଦର ଓ ଝୁମ୍ପାପୁର ଗାଁରେ ତିନି ଦିନ ହେବ ବନ୍ଦ ରହିଛି ବିଦ୍ୟୁତ ସେବା । ହାତୀର ଉପଦ୍ରବ ପାଇଁ ଚିନ୍ତାରେ ଚାଷୀ । ରାୟଗଡ଼ା ଜିଲ୍ଲା ଗୁଣପୁର ରେଞ୍ଜ ଫୁଲଫୁଟି ପୋଲ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ଅନୁଯାୟୀ, ମାଇହାତୀ ମୃତ୍ୟ ପରେ ସାଥିରେ ଥିବା ଦନ୍ତା ହାତୀ ପୁଣି ବିଳମ୍ବିତ ରାତ୍ରିରେ ନାକେଦମ୍ କରିଥିଲା । ନିଜ ସାଥି ମାଈ ହାତୀକୁ ନପାଇ ଗୁରୁବାର ବିଳମ୍ବିତ ରାତିରେ ଏଣେତେଣେ ବୁଲି ନଷ୍ଟ କରିଥିଲା ଧାନ କ୍ଷେତ । ଏହି କାରଣରୁ ପାଖ ଗ୍ରାମ ଗୁଡିକରେ ଭୟଭିତ ହୋଇ ରହିଛନ୍ତି ଗ୍ରାମବାସୀ । ହାତୀଟି ଏଭଳି ଭାବରେ ଉତ୍ପାତ ହେଉଥୁବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତୀବିଧିକୁ ଟ୍ରାକିଂ କରୁଛି ବନବିଭାଗର କର୍ମଚାରୀ । ଭୀମପୁର ନିକଟ ସୀମା ଗାଁ ପାଖରେ ଏକାକି ହୋଇ ଯାଇଥିବା ଦନ୍ତା ହାତୀ ବିଚରଣ କରୁଥିବା ବନ ବିଭାଗ ଜାଣିପାରିଛି । ଅନ୍ୟପଟେ କ୍ଷତି ଘଟିଥିବା ଜମିର ମାଲିକଙ୍କ ସହ ଯୋଗାଯୋଗ କରି କ୍ଷୟ କ୍ଷତି ଆକଳନ କରୁଛି ବନ ବିଭାଗ । ମାଈହାତୀ ମୃତ୍ୟୁ ପରଠୁ ମାଲାପଦର ଓ ଝୁମ୍ପାପୁର ଗାଁରେ ତିନି ଦିନ ହେବ ବିଦ୍ୟୁତ ସେବା ବନ୍ଦ ରହିଛି ।

ବୁଧବାର ରାୟଗଡ଼ା ଜିଲ୍ଲା ଗୁଣପୁର ରେଞ୍ଜ୍ ଫୁଲପୁଟି ଠାରେ ଦୁଇଟି ହାତୀରୁ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଥିଲା । ପୂର୍ବରୁ ହାତୀଦ୍ବୟ ପାଖ କପାବାଡ଼ରେ ଥିବା କୁଡିଆ ଓ ବିଦ୍ୟୁତ୍ ଖୁଣ୍ଟକୁ ଭାଙ୍ଗିଥିଲେ । ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ୍ୟୁ ହୋଇଥିଲା । ମାଈହାତୀର ମୃତ ଦେହକୁ ବ୍ୟବଚ୍ଛେଦ କରାଇଛି ବନ ବିଭାଗ । ମାଇହାତୀ ମୃତ୍ୟ ପରେ ସାଥିରେ ଥିବା ଦନ୍ତା ହାତୀ ଏହି ଅଞ୍ଚଳରେ ବିଳମ୍ୱିତ ରାତ୍ରିରେ ସ୍ଥାନୀୟଲୋକଙ୍କୁ ନାକେଦମ୍ କରୁଛି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.