ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଚଳନ୍ତା ବସରେ ନବଜାତ ଶିଶୁ କନ୍ୟା ଜନ୍ମିତ, ବସରେ ଆସୁଥିବା ଡାକ୍ତର ହେଲେ ସାହା

ଗୁଣପୁର,୪/୯ : ଚଳନ୍ତା ବସରେ ଗୋଟିଏ ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିବା ଘଟଣା ବେସ୍ ଚର୍ଚ୍ଚାର ବିଷୟ ହୋଇଛି । ତେବେ ମାନବିକତା ଦୃଷ୍ଟି କୋଣରୁ ବସରେ ଥିବା କର୍ମଚାରୀ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିବା ଗୋଟିଏ ବସରେ ଜଣେ ଅନ୍ତସତ୍ଵା ଗୁଣପୁର ଅଭିମୁଖେ ଆସୁଥିବା ବେଳେ ସନ୍ଧ୍ୟା ସାଢେ ୭ଟାରେ ଗଜପତି ଜିଲ୍ଲା କାଶୀନଗର  ଠାରେ ବସରେ ହିଁ ପ୍ରସୂତି ହୋଇଥିବାବେଳେ କନ୍ୟା ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଛି । 

ଘଟଣାକ୍ରମରେ ଏହି ବସରେ ବସିଥିବା ଗଜପତି ଜିଲ୍ଲା ଗୁରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରର ଡଃ ଅରୁଣ ନାୟକ ଓ ଡଃ ଶୁନିତା ମଲିକଙ୍କ ସହାୟତାରେ ଏହି ପ୍ରସୂତି ପ୍ରକ୍ରିୟା ସୁରକ୍ଷିତ ଭାବେ ବସରେ ହୋଇଥିଲା । ସମ୍ବଲପୁରରୁ ଆସିଥିବା ଡଃ ନାୟକ ଓ ଜଗତସିଂହପୁରରୁ ଆସିଥିବା  ଡଃ ମଲିକ ଗୁରାଣ୍ଡିରେ ଚାକିରି ଓ ଗୁଣପୁରରେ ଫିଜିଓଥାରାପି ସେଣ୍ଟର କରିଥିବା ସୂଚନା ମିଳିଛି। 

ତେବେ ଏହି ଘଟଣା ପରେ ବସ୍ କର୍ମଚାରୀ ଅତି ସତର୍କତାର ସହ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ଏବେ ଉଭୟ ମା’ ଛୁଆ ସୁସ୍ଥ ଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ତେବେ ପ୍ରସୂତୀଙ୍କ ନିକଟରେ ତାଙ୍କର କୌଣସି ପରିଚିତ ଲୋକ ନ ଥିବାବେଳେ ପ୍ରସୂତି ଜଣକ କିଏ ସେନେଇ କିଛି ସୂଚନା ମିଳିପାରି ନାହିଁ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.