ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବେଆଇନ ପିସ୍ତଲ ସହ ଅଫୁଟା ଗୁଳି ରଖିବା ଅଭିଯୋଗରେ ଯୁବକ ଗିରଫ, ପିସ୍ତଲ ଓ ୩ଟି ଅଫୁଟା ଗୁଳି ଜବତ...

ମାଲକାନଗିରି ୧୬/୯ : ବେଆଇନ ପିସ୍ତଲ ଏବଂ ଅଫୁଟା ଗୁଳି ରଖିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ମାଲକାନଗିରି ପୋଲିସ । ଯୁବକଙ୍କ ନିକଟରୁ ପିସ୍ତଲ ଓ ତିନୋଟି ଅଫୁଟା ଗୁଳି ଜବତ ହୋଇଛି । ଏ ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗନ କିଣ୍ଡୋ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁଯାଇ ରବିବାର ରାତିରେ ମାଲକାନଗିରି ଥାନା ସବ ଇନିସପେକ୍ଟର ପ୍ରଭାତ ଗୌଡ଼ ଓ କୃତିବାସ ବେହେରାଙ୍କ ନେତୃତ୍ୱରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଚମ୍ପାଖାରି ପୁଲିସ ଚେକ ଗେଟ ନିକଟରେ ରାତ୍ର ପାଟ୍ରୋଲିଙ୍ଗ ସହିତ ଯାନ ବାହନ ଯାଞ୍ଚ କରା ଯାଉଥିଲା । ଏହି ସମୟରେ ମାଲକାନଗିରିରୁ ଏକ ସ୍କୁଟି ଚାଳକ ଦ୍ରୁତଗତିରେ ମାଥିଲି ଆଡ଼କୁ ପଳାଉଥିବା ବେଳେ ପୁଲିସ ତାଙ୍କୁ କାବୁ କରି ନେଇଥିଲେ । ସ୍କୁଟିର ଡିକି ଖୋଲି ଯାଞ୍ଚ କରିବାରୁ ଏକ ଅତ୍ୟାଧୁନିକ ପିସ୍ତଲ ଓ ତିନୋଟି ଅଫୁଟା ଗୁଳି ମିଳିଥିଲା । ଅଭିଯୁକ୍ତ ହେଲେ ମାଲକାନଗିରି ବସ ଷ୍ଟାଣ୍ଡ ସାହିର ଟୁନୁ ସଗରିଆ । ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇ ପଚରା ଉଚରା କରିବାରୁ ତା ନାମରେ ଗତ ୨୦୧୦ ମସିହାରୁ ମାଲକାନଗିରି ଥାନାରେ ଏ ପର୍ଯ୍ୟନ୍ତ ବିଭିନ୍ନ ହିଂସାକାଣ୍ଡ ଘଟଣା ରେ ୮ ଟି ମାମଲା ରହିଛି । ସୋମବାର ମାଲକାନଗିରି ଥାନା ପୁଲିସ ଟୁନୁ ସଗରିଆକୁ କୋର୍ଟ ଚାଲାଣ କରି ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ ଆରମ୍ଭ କରିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.