ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

୧୫ ଦିନରେ ଗଲାଣି ୪ ଜୀବନ, ପ୍ରାଣଘାତୀ ସାଜୁଛି ପାଇଖାନା ଟାଙ୍କି

ଅନୁଗୁଳ, ୧୮।୯: ପେଟ ଚାଖଣ୍ଡକ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଶ୍ରମିକ । ସେପଟେ ବାରମ୍ବାର ଅଘଟଣ ସତ୍ତେ୍ୱ ଚେତୁ ନାହାନ୍ତି ଘର ମାଲିକ । ଫଳରେ ଅନୁଗୁଳ ଜିଲ୍ଲାରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ପ୍ରାଣହାନି ଘଟିବା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି । ଗତ ୧୫ ଦିନ ମଧ୍ୟରେ ପାଇଖାନା ଟାଙ୍କି ଭିତରେ ଚାରି ଚାରି ଜଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ହେଲାଣି । ପୁଲିସ୍‌ ମୃତଦେହ ଜବତ କରିବା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ବଢ଼ାଇ ଦେଉଥିବା ବେଳେ ଏହି ସମ୍ବେଦନଶୀଳ ମୃତ୍ୟୁରେ କିପରି ରୋକ୍‌ ଲଗାଯାଇପାରିବ, ସେଦିଗରେ ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ । ପାଇଖାନା ଟାଙ୍କି ସଫା ନେଇ ପ୍ରଶାସନ ପକ୍ଷରୁ କେବଳ ସଚେତନ କଲେ ହେବନି, ଅମାନିଆ ଘର ମାଲିକ ଓ ଠିକାଦାରଙ୍କ ବିରୁଦ୍ଧରେ କଡ଼ା ଆଇନ୍‌ ଆଣିବା ଜରୁରି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲାରେ ପୂର୍ବରୁ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ଜୀବନ ଯିବାର ଅନେକ ନଜିର ରହିଛି । ପାଇଖାନା ଟାଙ୍କି ଭିତରେ ଅମ୍ଳଜାନ ଅଭାବରୁ ଅଘଟଣ ଘଟିବାର ଆଶଙ୍କା ଥିବା ସତ୍ତେ୍ୱ ଘର ମାଲିକଙ୍କ ଚେତା ପଶୁନି । 

ଅପରପକ୍ଷରେ ଖଟିଲେ ପେଟକୁ ଦାନା ଯାଉଥିବା ଶ୍ରମିକ ଜୀବନକୁ ବାଜିରେ ଲଗାଇବାକୁ ପଛାଉନି । ଗତ ଅଗଷ୍ଟ ୨୮ ତାରିଖରେ କିଶୋରନଗର ବ୍ଲକ ଧଉରାପାଲି ଗ୍ରାମରେ ଘଟିଥିଲା ଅଭାବନୀୟ ଘଟଣା । ନବ ନିର୍ମିତ ପାଇଖାନା ଟାଙ୍କିର ସେଟ୍ରିଂ ଖୋଲିବାକୁ ଯାଇ ଜଣେ ପୁରୁଷ ଓ ଜଣେ ମହିଳା ଶ୍ରମିକଙ୍କ ଜୀବନ ଯାଇଥିଲା । ଏହି ଘଟଣା ମନରୁ ନଯାଉଣୁ ଗତ ଶୁକ୍ରବାର ବଅଁରପାଳଠାରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଥିଲା । ବଅଁରପାଳ ବ୍ଲକ ନୂଆହତା ଶକ୍ତିନଗର କଲୋନୀରେ ପାଇଖାନା ଟାଙ୍କିରୁ ସେଟ୍ରିଂ ଖୋଲିବାକୁ ଟାଙ୍କିର ଛୋଟ ବାଟ ଦେଇ ପଶିଥିଲେ ଜଣେ ଶ୍ରମିକ । ଭିତରେ ଅମ୍ଳଜାନ ଅଭାବରୁ ସେ ଅଣନିଃଶ୍ୱାସୀ ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଶ୍ରମିକ ମଧ୍ୟ ଅମ୍ଲଜାନ ଅଭାବର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ । ପରେ ଏସ୍କାଭେଟର ଯୋଗେ ପାଇଖାନା ଛାତ ଭଙ୍ଗା ଯାଇ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କେବଳ ଅନୁଗୁଳ ନୁହଁ, ସାରା ରାଜ୍ୟରେ ଏଭଳି ଘଟଣାର ଚିନ୍ତାର କାରଣ ପାଲଟିଛି । ଗତ ମାସକ ମଧ୍ୟରେ ସମ୍ବଲପୁର ଓ କଟକରେ ପାଇଖାନା ଟାଙ୍କିରେ ଅଣନିଃଶ୍ୱାସୀ ହୋଇ ୬ ଜଣଙ୍କ ଜୀବନ ଯାଇଛି । ଉଦ୍‌ବେଗର ବିଷୟ ହେଲା, ବାରମ୍ବାର ଅଘଟଣ ସତ୍ତେ୍ୱ ଏବେ ବି ପାଇଖାନା ଶ୍ରମିକଙ୍କ ଦ୍ୱାରା ପାଇଖାନା ଟାଙ୍କିରୁ ସେଟ୍ରିଂ ଖୋଲିବା ହେଉ ଅବା ଟାଙ୍କି ସଫା କରିବା ଚାଲୁ ରହିଛି । ଉପାନ୍ତ ଅଞ୍ଚଳ ନୁହଁ, ଅନୁଗୁଳ ସହର ଓ ଉପକଣ୍ଠରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ପାଇଖାନା ଟାଙ୍କି ସଫା କରିବା ପାଇଁ ପୌରପାଳିକା ପାଖରେ ୨ଟି ସେସ୍‌ପୁଲ୍‌ ଟାଙ୍କି ରହିଛି । ଏଥିରୁ ଗୋଟିଏ ମେସିନ୍‌ ଅଚଳ ହୋଇ ପଡିଥିବା ବେଳେ କାର୍ଯ୍ୟକ୍ଷମ ଥିବା ମେସିନ୍‌ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ । ପୌରପାଳିକା ଆଉ ୨ଟି ୫୦୦ ଲିଟର କ୍ଷମତା ବିଶିଷ୍ଟ ସେସପୁଲ୍‌ ମେସିନ୍‌ ଆଣିଥିଲେ ହେଁ ପଞ୍ଜିକରଣରେ ବିଳମ୍ବ ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ପୌରପାଳିକାର ଏହି ସେସପୁଲ୍‌ ମେସିନ୍‌ ବ୍ୟତୀତ ଜିଲ୍ଲାରେ ପ୍ରାୟ ୬ଟି ଘରୋଇ ସେସପୁଲ୍‌ ମେସିନ୍‌ ରହିଛି । ଯାହାକି ପରିବର୍ଦ୍ଧିତ ଅନୁଗୁଳ ଜିଲ୍ଲାର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ । ସେସ୍‌ପୁଲ୍‌ ଗାଡି ମିଳୁନଥିବାରୁ ଅନେକ ଲୋକ ଶ୍ରମିକ ଲଗାଇ ପାଣି ଟାଙ୍କି ସଫା କରୁଥିବା ଦେଖିବାକୁ ମିଳିଛି । 

ସେହିପରି ଅନେକ ସ୍ଥାନକୁ ସେସପୁଲ୍‌ ଗାଡି ଯାଇପାରୁନଥିବାରୁ ଘର ମାଲିକ ଶ୍ରମିକ ନିୟୋଜିତ କରୁଛନ୍ତି । ତେବେ ପୌରପାଳିକା ପକ୍ଷରୁ କେବଳ ଅନୁଗୁଳ ସହର ନୁହଁ, ସହରଠୁ ୨୦ କିମି ପରିଧି ପର୍ଯ୍ୟନ୍ତ ସେସପୁଲ୍‌ ଗାଡିର ସୁବିଧା ଯୋଗାଇ ଦିଆଯାଉଛି । ଆବଶ୍ୟକତା ଦୃଷ୍ଟିରୁ ଆଉ ୨ଟି ଗାଡି ଅଣାଯାଇଛି । ଗାଡି ପଶି ପାରୁନଥିବା ଟାଙ୍କି ପାଖକୁ ଅଧିକ ପାଇପ୍‌ ଖଞ୍ଜି ଶ୍ରମିକ ପରିବର୍ତ୍ତେ ମେସିନ୍‌ର ବ୍ୟବହାର କରିବାକୁ କୁହାଯାଇଛି ।  ଅଗ୍ନିଶମ ବିଭାଗର କହିବା କଥା, ବାରମ୍ବାର ଅଘଟଣକୁ ଦୃଷ୍ଟିରେ ରଖି ପାଇଖାନା ଟାଙ୍କିର ଘୋଡ଼ଣିକୁ ବଡ଼ କରିବାର ଆବଶ୍ୟକତା ଅଛି । ଯଦ୍ୱାରା ସହଜରେ ଅମ୍ଳଜାନ ପ୍ରବେଶ କରିବା ସହିତ ଅନ୍ୟାନ୍ୟ ଗ୍ୟାସ୍‌ ବାହାରକୁ ବାହାରି ପାରିବ । ସାଧାରଣତଃ ପାଇଖାନା ଟାଙ୍କିରେ ଅମ୍ଳଜାନର ଅଭାବ ଥାଏ । 

ସେହିପରି ଟାଙ୍କିରେ ମିଥେନ୍‌ ଓ ଇଥେନ୍‌ ଗ୍ୟାସ୍‌ ଭରପୂର ଥିବାରୁ ହଠାତ୍‌ ଜଣେ ଟାଙ୍କିରେ ପଶିଲେ ଅଣନିଃଶ୍ୱାସୀ ହୋଇ ଜୀବନ ଯିବାର ସମ୍ଭବନା ଅଧିକ ଥାଏ । ସଚେତନତା ଅଭାବରୁ ଲୋକ ଏହା ଜାଣିପାରୁନାହାନ୍ତି । ଯଦି ଟାଙ୍କିରେ ୨୧ ପ୍ରତିଶତରୁ କମ୍‌ ଅମ୍ଳଜାନ ରହେ, ତେବେ ଟାଙ୍କି ଭିତରେ ପ୍ରବେଶ କରିବା ନିଷେଧ । ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରିବା ଉଚିତ୍‌ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ଏ ନେଇ ବରିଷ୍ଠ ଆଇନ୍‌ଜୀବୀ ଭୂପେଶ ଚନ୍ଦ୍ର ପ୍ରଧାନ କହିଛନ୍ତି, ଶ୍ରମିକଙ୍କ ସୁରକ୍ଷା ଦାୟିତ୍ୱ ତା’ର ଯେତିକି, ସେତିକି ଦାୟିତ୍ୱ ତାକୁ ନିୟୋଜିତ କରିଥିବା ଠିକାଦାର ଓ ଘର ମାଲିକଙ୍କର । ମୃତ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ମିଳିବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦାୟିତ୍ୱ । ବାରମ୍ବାର ଏଭଳି ଅଘଟଣ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ସତ୍ତେ୍ୱ କେହି ସଚେତନ ନହେବା ଚିନ୍ତାର ବିଷୟ । ଏଥିନେଇ ପ୍ରଶାସନିକ ସ୍ତରରେ ବ୍ୟାପକ ସଚେତନତା ଜରୁରି ବୋଲି ସେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.