ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସୁଭଦ୍ରାରୁ ବଞ୍ଚିତ ହେବେକି କୋଟିଆ ମହିଳା ? ବାଧକ ସାଜିଛି ଦୁଇଟି ଆଧାର ନମ୍ଵର

କୋରାପୁଟ, ୧୮/୦୯ : ଓଡି଼ଶା-ଆନ୍ଧ୍ରପ୍ରଦେଶର ସୀମାରେ ରହିଛି କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ । ଏହି ପଞ୍ଚାୟତର ଅଧିକାଂଶ ମହିଳାଙ୍କ ପାଖରେ ରହିଛି ଦୁଇଟି ଲେଖାଏଁ ଆଧାରକାର୍ଡ । ଗୋଟିଏରେ ଓଡି଼ଶା ଏବଂ ଅନ୍ୟଟିରେ ଆନ୍ଧ୍ରପ୍ରଦେଶର ଠିକଣା ରହିଛି । ଏଥିଯୋଗୁ ସୁଭଦ୍ରା ଆବେଦନ ସମ୍ପୂର୍ଣ୍ଣ ହୋଇପାରୁନି । ଫଳରେ ସୁଭଦ୍ରା ଯୋଜନାରୁ କୋଟିଆ ପଞ୍ଚାୟତ ଶତାଧିକ ମହିଳା ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ଏଠାରେ ସ୍ୱତନ୍ତ୍ର କ୍ୟାମ୍ପ ଖୋଲାଯାଇ ଅଞ୍ଚଳର ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଜିଲ୍ଲା ପରିଷଦ ସଦସ୍ୟା ଟିକାଇ ଗେମେଲ ଦାବି କରିଛନ୍ତି । 

ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଆଜି ସୁଦ୍ଧା ଜିଲ୍ଲାରେ ୫ ଲକ୍ଷ ମହିଳା ଆବେଦନ କରିଛନ୍ତି । ଅଧିକାଂଶ ଆବେଦନକାରୀ ଆଜି ପାଇଛନ୍ତି ପ୍ରୋତ୍ସାହନ ରାଶି । ଆଜି ପର୍ଯ୍ୟନ୍ତ କୋଟିଆ ପଞ୍ଚାୟତର ମହିଳାମାନେ ଆବେଦନ କରିନଥିବାରୁ ସେମାନେ ବଞ୍ଚିତ ହେବେ । ଏହି ପଞ୍ଚାୟତର ଏକାଧିକ ଗାଁ ଜଙ୍ଗଲରେ ରହିଛି । ଏହି ଯୋଜନା ଆବେଦନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫର୍ମଗ୍ରହଣ କରାଯାଉଛି । ପଞ୍ଚାୟତ କାର୍ଯ୍ୟାଳୟ ଓ ଥୁରିଆରେ କ୍ୟାମ୍ପ ସ୍ଥାନ କରି ଅନ୍‌ଲାଇନ୍‌ରେ ଆବେଦନ କରାଯାଉଥିଲା । ଏଠାରେ ମୋବାଇଲ ନେଟୱର୍କ ନଥିବାରୁ ଆରମ୍ଭ ଦିନରୁ ହିଁ ସମସ୍ୟା ଦେଖା ଦେଇଥିଲା । ଫଳରେ ପଞ୍ଚାୟତର ମହିଳାମାନେ ୨୫ କିମି ଦୂର ପଟ୍ଟାଙ୍ଗି ଯାଉଛନ୍ତି । କିନ୍ତୁ ସେମାନଙ୍କ ପାଖରେ ଦୁଇଟି ଲେଖାଏଁ ଆଧାର ନମ୍ବର ଥିବାରୁ ସେଠାରେ ମଧ୍ୟ ଆବେଦନ ପାଇଁ ସମସ୍ୟା ଦେଖାଦେଉଛି । ଏଥିଯୋଗୁ କୋଟିଆର ମହିଳାମାନେ ଏହି ଯୋଜନାରୁ ବାଦ ପଡ଼ିବେ ବୋଲି କୁହାଯାଉଛି । ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ସରକାରଙ୍କର । ପୂର୍ବରୁ ଆଧାର ସହ ମୋବାଇଲ ଓ ଆକାଉଣ୍ଟ ନମ୍ବର ଲିଙ୍କ ହୋଇ ରହିଛି । ଯୋଜନା ସମ୍ପର୍କରେ ସଚେତନତା ଅଭାବରୁ ଆବେଦନ ସମୟରେ କେଉଁ ଆଧାର ନମ୍ବର ଦେବେ, ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ଓଡ଼ିଶାର ଠିକଣା ଥିବା ଆଧାର ନମ୍ବର ଦେଇ ଆବେଦନ କରୁଛନ୍ତି । କିନ୍ତୁ ସେଥିରେ ମୋବାଇଲ ଓ ବ୍ୟାଙ୍କ୍‌ ଆକାଉଣ୍ଟ ଲିଙ୍କ ହୋଇନାହିଁ । ଫଳରେ ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । ସେମାନେ ଆଧାର ସହିତ ମୋବାଇଲ ନମ୍ବର ଓ ଆକାଉଣ୍ଟ ନମ୍ବର ଲିଙ୍କ କରିବା ପାଇଁ ବହୁ ହଇରାଣ ହେଉଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରେ ଅନଲାଇନ୍‌ ଆବେଦନ ବ୍ୟବସ୍ଥା ଥିବା ସତ୍ତେ୍ୱ ନେଟ୍‌ୱର୍କ ନଥିବାରୁ ଆଧାର ଲିଙ୍କ ହୋଇପାରୁନାହିଁ । 

ହିତାଧିକାରୀ କୁନି ଗେମେଲ୍‌ କହିଛନ୍ତି, କୋଟିଆରେ ନେଟ୍‌ୱର୍କ ସମସ୍ୟା ରହିଛି । ଏଥିପାଇଁ ଆଧାର ଲିଙ୍କ ଏବଂ ସୁଭଦ୍ରା ଆବେଦନ ହୋଇ ପାରୁନି । ଫଳରେ କୋଟିଆର ମହିଳାମାନେ ଏହି ଯୋଜନାରୁ ବଞ୍ଚିତ ହେବେ । ତେଣୁ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗକୁ ଗମ୍ଭୀରତା ସହ ବିଚାରକୁ ନେଇ ଏଠାରେ ସ୍ୱତନ୍ତ୍ର କ୍ୟାମ୍ପ ଖୋଲାଗଲେ ସମସ୍ତେ ଯୋଜନାର ଲାଭ ପାଇବେ । ଅନ୍ୟପକ୍ଷରେ ପିଇଓ କୋଣ୍ଡା ଗୋଲରୀ କହିଛନ୍ତି, ଏହି ପଞ୍ଚାୟତରେ ୩ ହଜାରରୁ ଅଧିକ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୯୧୩ ଜଣ ନାଁ ପଞ୍ଜୀକରଣ ହୋଇଛି । ବିବାଦୀୟ ଅଞ୍ଚଳର କେତେକ ମହିଳାଙ୍କ ପାଖରେ ଦୁଇଟି ଲେଖାଏଁ ଆଧାରକାର୍ଡ ରହିଛି । ଆରମ୍ଭରୁ ଥୁରିଆ ଥରେ ଏବଂ କୋଟିଆ ଥରେ ଅନ୍‌ଲାଇନ୍‌ ଆବେଦନ ହୋଇଥିଲା । ନେଟ୍‌ୱର୍କ ସମସ୍ୟା ଥିବାରୁ ଏହା ସମ୍ଭବ ହୋଇପାରି ନଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.