ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଫିରିଙ୍ଗିଆରେ ନବମ ସମିତି ବୈଠକ ଅନୁଷ୍ଠିତ, ଯୋଗଦେଲେ ନବ ନିର୍ବାଚିତ ଫୁଲବାଣୀ ବିଧାୟକ

ଫିରିଙ୍ଗିଆ,୧୮/୯ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପରିସରରେ ଥିବା ସଭାଗୃହଠାରେ ବ୍ଲକର ନବମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅଧ୍ୟକ୍ଷତା ଓ ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଜିପିଓ ତ୍ରିଲୋଚନ ଖମାରିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଫୁଲବାଣୀ ବିଧାୟକ ଉମାଚରଣ ମଳିକଙ୍କ ଉପସ୍ଥିତିରେ ବୈଠକଟି ଅନୁଷ୍ଠିତ ହୋଇଥିଲା I 

ଏହି ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷା ନମିତା କହଁର, ଉପାଧ୍ୟକ୍ଷ ଅଜିତ ସାହୁ, ତହସିଲଦାର ଅନାମିକା ପାଣ୍ଡେ, ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ର, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, ଏପିଓ ସୁମନ୍ତ ଉଠାଣ ସିଂଙ୍କ ସହ ଫିରିଙ୍ଗିଆ ବ୍ଲକର ୨୪ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା, ବ୍ଲକ ଅଧୀନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ I ତେବେ ଏହି ବୈଠକରେ ନବ ନିର୍ବାଚିତ ବିଧାୟକ ଫିରିଙ୍ଗିଆ ବ୍ଲକ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି, ଜଙ୍ଗଲ ସୁରକ୍ଷା, ମାଛ ଚାଷ, ଜୀବିକା ମିଶନ, ମିଶନ ଶକ୍ତି ସହ ବିଭିନ୍ନ ବିକାଶମୂଳକ କାମ ଉପରେ  ଆଲୋଚନା ହୋଇଥିଲା I ଶେଷରେ ସମସ୍ତେ ମିଳିମିଶି ବ୍ଲକର ସର୍ବାଙ୍ଗୀନ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ I

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.