ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବିପଦସଂକେତ ଉପରେ ସୁବର୍ଣ୍ଣରେଖା, ପାଣିଘେରରେ ୫୦ ପଞ୍ଚାୟତର ଶତାଧିକ ଗାଁ

ବାଲେଶ୍ୱର/ଚନ୍ଦନେଶ୍ୱର/ବାଲିଆପାଳ/ ଜଳେଶ୍ୱର/,୧୮।୯: ବିପଦ ସଂକେତ ଟପିଛି ଖୋରସ୍ରୋତା ସୁବର୍ଣ୍ଣରେଖା ନଦୀ । ଲଘୁଚାପ ଜନିତ ବର୍ଷା ଫଳରେ ଚଳିତ ବର୍ଷ ଏହି ନଦୀରେ ପ୍ରଥମ ବନ୍ୟା ଦେଖିବାକୁ ମିଳିଛି । ଜଳସ୍ତର ବିପଦ ସଂକେତ ୧୦.୩୬ ଟପି ୧୦.୭୯ରେ ପ୍ରବାହିତ ହେଉଛି । ଘଣ୍ଟାକୁ ଘଣ୍ଟା ଜଳସ୍ତର ବୃଦ୍ଧି ପାଉଛି । ଏହାର ପ୍ରଭାବରେ ଉତ୍ତର ବାଲେଶ୍ୱରର ୫ଟି ବ୍ଲକ ପ୍ରଭାବିତ ହୋଇଛି । ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା ଏବଂ ସଦର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ପରିସ୍ଥିତି ସଙ୍ଗୀନ ହୋଇଛି । ଚାଷ ଜମି, ରାସ୍ତାରେ ଦୁଇ ଫୁଟ୍‌ ଉଚ୍ଚର ପାଣି ଜମିଛି । ଗୃହପାଳିତ ପଶୁ ପକ୍ଷୀଙ୍କ କଥା ନକହିବା ଭଲ³ ସେମାନେ ଆହାର ପାଇଁ ଡହଳବିକଳ ହେଉଛନ୍ତି । ବହୁ ଲୋକଙ୍କ ଘରେ ପାଣି ପଶିଥିବାରୁ ସେମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ବହୁ ଲୋକ ମଧ୍ୟ ଗୃହବନ୍ଦୀ ହୋଇ ଘରେ ରହିଥିବା ଜଣାପଡ଼ିଛି । ସୋମବାରରୁ ଜଳସ୍ତର କ୍ରମଶଃ ବଢୁଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ି ଚାଲିଛି । 

ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିରଞ୍ଜନ ବେହେରା, ସମ୍ପୃକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ, ତହସିଲଦାରମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଆକଳନ କରିବା ସହ ଆବଶ୍ୟକ ହସ୍ତକ୍ଷେପ ନିର୍ଦ୍ଧାରଣ କରିଛନ୍ତି । ତୁରନ୍ତ ରିଲିଫ୍‌ ଯୋଗାଣ, ବିଶୁଦ୍ଧ ଜଳ ଓ ଖାଦ୍ୟ ଯୋଗାଣ, ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନ ଏବଂ ଚିକିତ୍ସା ସହାୟତାକୁ ସୁଗମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ଆବଶ୍ୟକ ସ୍ଥଳେ କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଧିକ ୮ଟି ଅଗ୍ନିଶମ ଦଳ, ୨ଟି ଓଡ୍ରାଫ ଦଳ ଏବଂ ଏନଡିଆରଏଫ ଦଳକୁ ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ ପାଇଁ ନିୟୋଜିତ କରାଯାଇଛି । ପାଣି ଘେରରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରି ଶୁଖିଲା, ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଭୋଗରାଇର ୩୦ ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ୧୦ ପଞ୍ଚାୟତରେ ପ୍ରଭୂତ କ୍ଷତି ହୋଇଥିବା ସୂଚନା ମିଳିଛି । ବନ୍ୟା ପ୍ରଭାବରେ ଭୋଗରାଇର ଖରିଦ ପିପଳ, ନାଚିନ୍ଦା, କୁସୁଡ଼ା, ପୁଟିଣା,ବାଉଶଡିହାଁ, ଜୟରାମପୁର, ରସଲପୁର, କୁମ୍ଭିରଗଡ଼ି, ଟୁକୁରୀହାଜିରା, ନାରାୟଣ ମହାନ୍ତି ପଡ଼ିଆ ଆଦି ପଞ୍ଚୟତ ଜଳମଗ୍ନ ହୋଇଛି । ଗୁଆଶୁଳ, ଖାଳଯୋଡ଼ି, ନହରାଖାଳ, ରାଇବ୍ରାହ୍ମଣୀ, ଚିତେଇ, ଗୋଛିଦା, ଭଣ୍ଡାରିଆ, ପଥରେଶ୍ୱର, ଆଉସା, ରଣକୋଠା, ଭିରିକିଟି ଇତ୍ୟାଦି ନାଳ ଓ ଖାଳରେ ସ୍ଲୁଇସ ଗେଟ୍‌ ନଥିବାରୁ ବନ୍ୟାପାଣି ସମତଳ ଅଞ୍ଚଳକୁ ପ୍ରବେଶ କରିଛି । 

ଖରିଦଚକ ଭୋଗରାଇ ଲକ୍‌ ଠାରୁ ଆରୁହାବୃତ୍ତି ରାସ୍ତା, ଚିତେଇ ଠାରୁ କୁଶୁଡ଼ା ରାସ୍ତା, ପନ୍ତେଇ ଠାରୁ ଭୁଷଣ୍ଡେଶ୍ୱର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଉପରୋକ୍ତ ଗ୍ରାମଗୁଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ପ୍ରମୁଖ ବୁଲି ଦେଖିଛନ୍ତି ।  ସେହିପରି ବାଲିଆପାଳ ବ୍ଲକ ଅଞ୍ଚଳରେ ସୁବର୍ଣ୍ଣରେଖା ବନ୍ୟା ପାଣି ମାଡ଼ି ବହୁ ମାତ୍ରାରେ କ୍ଷତି ଘଟାଇଛି । ବାଲିଆପାଳ ବ୍ଲକର ୧୫ଟି ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ବିଶେଷତଃ ଅସ୍ତି, ଜାମକୁଣ୍ଡା, ମଧୁପୁରା, ବିଷ୍ଣୁପୁର ପଞ୍ଚାୟତର ୧୫ଟି ଗ୍ରାମରେ ବନ୍ୟା ପାଣି ପଶିଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ଏକ ହଜାରରୁ ଊଦ୍ଧ୍ୱର୍ ଏକର ଚାଷ ଜମିରେ ପାଣି ଲହଡ଼ି ଭାଙ୍ଗୁଛି । ଜାମକୁଣ୍ଡା କୋଷ୍ଟ କେନାଲ ସ୍ଲୁଇସ୍‌ ଗେଟ ପୋଲ ଧସି ଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ ବାଲି ବସ୍ତା ପକାଯାଉଥିବା ଦେଖିବାକୁ ମିଳିଛି । ବନ୍ୟା ଯୋଗୁଁ ବାଲିଆପାଳ ବ୍ଲକର ଚୌଧୁରୀକୁଦ, ପାଳଚମ୍ପି ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରଭାବିତ ହେଉଛି । ଅସ୍ତି ପଞ୍ଚାୟତର ୩୦ ପରିବାରର ୨ଶହରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ସେମାନେ ଯାତାୟାତ ପାଇଁ ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଜଳେଶ୍ୱର ବ୍ଲକ ଅଞ୍ଚଳର ୫ ପଞ୍ଚାୟତରେ ବହୁଳ ମାତ୍ରାରେ କ୍ଷୟକ୍ଷତି ହୋଇଛି । ଲୋକେ ପାଣି ଘେରରେ ଅଛନ୍ତି । ବିଶେଷତଃ ସୁଗୋ ପଞ୍ଚାୟତ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି ।  ସ୍ୱାଧୀନତା ପରଠାରୁ ସୁବର୍ଣ୍ଣରେଖା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଜେ.କେ ତ୍ରିପାଠୀ କମିଟି, ବିହାର-ପଶ୍ଚିମବଙ୍ଗ-ଓଡ଼ିଶା ତ୍ରିପାକ୍ଷିକ ରାଜିନାମା କମିଟି, ଅର୍ଜୁନ ଚରଣ ସେଠୀଙ୍କ ଦ୍ୱାରା ସୁବର୍ଣ୍ଣରେଖା ସୁରକ୍ଷା ବୈଷୟିକ କମିଟି ଆଦି ବହୁ କମିଟି ଗଠନ ହୋଇଛି । ହେଲେ ସୁଫଳ ଏପର୍ଯ୍ୟନ୍ତ ମିଳିନାହିଁ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.