ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମୃତ, ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ

ଭୁବନେଶ୍ବର ୧୬/୦୯: ବିଦ୍ୟୁତ୍ ଆଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀର ମୃତ୍ୟୁ। ଏପରି କିଛି ଘଟଣା ଦେଖିବାକୁ ମିଳିଛି ଚକେଇସିହାଣୀରେ ।

ସୂଚନା ଅନୁଯାଇ, ଚକେଇସିହାଣୀ ଶ୍ରୀରାମ ନଗର ବସ୍ତିର ପ୍ରଶାନ୍ତ ସାଥୁଆ(୪୦) । ପ୍ରଶାନ୍ତଙ୍କ ସ୍ତ୍ରୀ ସକାଳୁ କିଛି ଓଦାଲୁଗା ଶୁଖାଇବାକୁ  ଛାତ ଉପରକୁ   ଯାଇଥିଲେ। ଯେଉଁ ତାରରେ ଲୁଗା ଶୁଖାଉଥିଲେ ସେଥିରେ ବିଦ୍ୟୁତ୍ ସଂଯୋଗ ହୋଇଯାଇଥିଲା। ଫଳରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା। ଚିତ୍କାର ଶୁଣି ପ୍ରଶାନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ନିଜେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳରୁ ପ୍ରଶାନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରଶାନ୍ତଙ୍କ ସ୍ତ୍ରୀ ସୁସ୍ଥ ଥିବା ବେଳେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଛନ୍ତି। 

ପ୍ରଶାନ୍ତ ଭିଏସ୍ଏସ୍ ନଗର ହାଟରେ ଏକ ଜୁଏଲରୀ ଦୋକାନ କରିଥିବା ବେଳେ ସେ ଗଡେଶ୍ବର ହାଟ ବଣିକ ସଂଘର କୋଷାଧକ୍ଷ ତଥା ଜଣେ ସକ୍ରିୟ ସଦସ୍ୟ ଥିଲେ।ପ୍ରଶାନ୍ତଙ୍କ ଘର ନୟାଗଡ ଚମ୍ପତିପୁର ଓ ସେ  ଦୀର୍ଘ ୨୦ ବର୍ଷ ହେବ ଭିଏସ୍ଏସ୍ ନଗର ରେ ବ୍ୟବସାୟ କରୁଥିଲେ। ସେଜଣେ ମେଳାପି ଓ ମିଷ୍ଠ ଭାଷି ମଣିଷ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.