ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମାଥିଲି ଅଞ୍ଚଳରେ ଡାଇରିଆ ଆତଙ୍କ, ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସା ଓ ସଚେତନତା ପରେ ବି ସୀମାନ୍ତରୁ ଗୁଣିଆଙ୍କୁ ଆଣି ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ...

ମାଲକାନଗିରି /ମାଥିଲି ୧୬/୦୯: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ଦୁର୍ଗମ ଅଞ୍ଚଳରେ ଡାଇରିଆ ଆତଙ୍କ ଥମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତ ଗ୍ରାମ ଗୁଡିକରେ ଚିକିତ୍ସା ସହ ଚାଲିଛି ସଚେତନତା । ହେଲେ ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟ ବିଭାଗ ଉପରେ ଆସ୍ଥା ତୁଟାଇ ସୀମାନ୍ତ ଛତିଶଗଡ଼ରୁ ବଡ଼ବଡ଼ ଦିଶାରୀ ଗୁଣିଆ ଆଣି ଗାଁ ଗାଁରେ ଡୁମା ଡଙ୍ଗର ଦେବୀଙ୍କୁ  ପୂଜାର୍ଚ୍ଚନା କରୁଛନ୍ତି । 

ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ମାଥିଲିରେ ଡାଇରିଆ ତଥା ଝାଡାବାନ୍ତିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଏହି ରୋଗରେ ପୀଡିତ ଅଛନ୍ତି । ତେବେ ମାଥିଲି ବ୍ଲକର ବିଭିନ୍ନ ଦୁର୍ଗମ ଗ୍ରାମରେ ଏହି ରୋଗ ନିଜର କାୟା ବିସ୍ତାର କରିଥିବା ବେଳେ ଜିଲ୍ଲାର ସ୍ୱାସ୍ଥ୍ୟ ଟିମ ବହୁ କଷ୍ଟରେ ଦୁର୍ଗମ ଅଞ୍ଚଳରେ ନଦୀ, ନାଳ ପାର ହୋଇ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟ ଟିମ ଦୁର୍ଗମ ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗଉଥିବା ସତ୍ତ୍ବେ ଲୋକଙ୍କ ମଧ୍ୟରେ ଏହି ରୋଗର ଭୟ ବଢିବାରେ ଲାଗିଥିବାରୁ ଲୋକେ ବର୍ତ୍ତମାନ ଗୁଣିଆ, ଦିଶାରି ଓ ପୂଜକଙ୍କ ଦ୍ଵାରା ବିଭିନ୍ନ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । 

ମାଥିଲି ବ୍ଲକର ବାରା, ତୁଳସୀ, ଲୁଲେର ଓ ଅଟାଳଗୁଡାରେ ଏହି ରୋଗ କାୟା ବିସ୍ତାର କରିଥିବା ବେଳେ ଡାକ୍ତରୀ ଟିମ ବିଭିନ୍ନ ଗ୍ରାମରେ ପହଞ୍ଚି ଅସ୍ଥାୟୀ କ୍ୟାମ୍ପ କରି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଆସୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏହି ରୋଗ ଉପରେ ରୋକ ଲଗାଇବା ପାଇଁ ଜୋରସୋର ଉଦ୍ୟମ କରୁଥିବା ବେଳେ ଲୋକଙ୍କୁ ଔଷଧ ଦିଆଯାଉଛି । ତୁଳସୀ ଘାଟି ଅଂଚଳରେ ରୋଗ ନିୟନ୍ତ୍ରଣ ପାଇଁ ତିନି ଦିନ ହେବ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ୫ ଜଣିଆ ଡାକ୍ତରୀ ଟିମ ରହି ଘର ଘର ବୁଲି ଅସ୍ଥାୟୀ କ୍ୟାମ୍ପ କରି ଚିକିତ୍ସା ଯୋଗାଇ ଆସୁଛନ୍ତି । ଲୋକେ ଦୁଷିତ ପାଣି ଓ ଜଂଗଲ ଜାତ ଖାଦ୍ୟ ଖାଇବା ଓ ନଦୀ ନାଳ ପୋଖରୀର ଦୂଷିତ ଜଳ ଦ୍ବାରା ଏଭଳି ସଂକ୍ରାମକ ରୋଗ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.