ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ନିଆରା ପ୍ରଶଂସକ, ଗୋବିନ୍ଦାଙ୍କ ଘରେ ଚାକରାଣୀ ରହିଥିଲେ ମନ୍ତ୍ରୀଙ୍କ ଝିଅ

ମୁମ୍ବାଇ ୧୬/୦୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ନବେ ଦଶକର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ସେତେବେଳେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବହୁତ ଅଧିକ ଥିଲା । ବିଶେଷ କରି ମହିଳା ପ୍ରଶଂସକମାନେ ତାଙ୍କର ଏକ ଝଲକ ପାଇବା ଲାଗି ତାଙ୍କ ଫିଲ୍ମ ସେଟ୍‌ କିମ୍ବା ଘର ବାହାରେ ଲାଇନ୍‌ ଲଗାଇ ଛିଡ଼ା ହେଉଥିଲେ । ଏପିରିକି କିଛି ଝିଅ ଗୋବିନ୍ଦାଙ୍କୁ ଷ୍ଟେଜ୍‌ ଉପରେ ଦେଖିଲେ ବେହୋସ ହୋଇଯାଉଥିଲେ । ଥରେ ତ ଗୋବିନ୍ଦାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କ ଘରେ ୨୦ ଦିନ ଧରି ଚାକରାଣୀ ଭାବେ କାମ କରିଥିଲେ । ପରେ ସେ ଜଣେ ମନ୍ତ୍ରୀଙ୍କ ଝିଅ ବୋଲି ଜଣାପଡ଼ିଥିଲା । ଗୋବିନ୍ଦାଙ୍କ ପତ୍ନୀ ସୁନୀତା ନିଜେ ଏକଥା ଖୁଲାସା କରିଛନ୍ତି ।

ନିକଟରେ ଏକ ପଡ୍‌କାଷ୍ଟରେ ସୁନୀତା କହିଛନ୍ତି ଯେ, ଜଣେ କମ୍‌ ବୟସର ଝିଅ ଆମ ଘରେ ୨୦-୨୨ ଦିନ ଚାକରାଣୀ ହୋଇ ରହିଥିଲା । ତାର ଚେହେରାରୁ ସେ ଭଲ ଘରର ଝିଅ ଭଳି ଲାଗୁଥିଲା । ତାକୁ ବାସନ ଧୋଇବା କିମ୍ବା ଘରସଫା କରିବା ଭଳି କିଛି କାମ ଠିକ୍‌ରେ ଆସୁନଥିଲା । ସେ ବିଳମ୍ବିତ ରାତି ଯାଏ ଜାଗ୍ରତ ରହି ଗୋବିନ୍ଦାଙ୍କ ଆସିବା ଲାଗି ଅପେକ୍ଷା କରୁଥିଲା । ଏହା ଦେଖି ମୋତେ ସନ୍ଦେହ ହେବାରୁ ମୁଁ ମୋ ଶାଶୂଙ୍କୁ ଜଣାଇଲି । ପରେ ଆମେ ତାର ପରିଚୟ ସନ୍ଧାନ କରିବାରୁ ସେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଝିଅ ବୋଲି ଜଣାପଡ଼ିଲା ଯିଏକି ଗୋବିନ୍ଦାଙ୍କର ପ୍ରଶଂସକ ଥିଲା । ଏଥର ମୁଁ ତାକୁ ସତ କଥା ପଚାରିବାରୁ ସେ କାନ୍ଦିବା ଆରମ୍ଭ କଲା । 

ସୁନୀତା କହିଛନ୍ତି, ଗୋବିନ୍ଦାଙ୍କୁ ଦେଖିବା ଲାଗି ହିଁ ଚାକରାଣୀ ଭାବେ ଆମ ଘରେ ରହିଆସୁଥିଲା ସେ ବୋଲି କହିଥିଲା । ପରେ ତାର ବାପା ଗାଡ଼ିର ପଟୁଆର ସହିତ ତାକୁ ନେବାକୁ ଆମ ଘରକୁ ଆସିଥିଲେ । ମୁଁ ଗୋବିନ୍ଦାଙ୍କର ଏଭଳି ପ୍ରଶଂସକ ଦେଖିଛି । ୩୭ ବର୍ଷର କ୍ୟାରିୟରରେ ଗୋବିନ୍ଦା ୧୭୦ଟି ଫିଲ୍ମରେ କାମ କରିଛନ୍ତି । ଶେଷ ଥର ଲାଗି ୨୦୧୯ରେ ତାଙ୍କର ‘ରଙ୍ଗିଲା ରାଜା’ ଫିଲ୍ମ ରିଲିଜ୍‌ ହୋଇଥିଲା । ତେବେ ତାହା ଫ୍ଲପ୍‌ ହୋଇଯାଇଥିଲା । ତା’ ପରଠାରୁ ସେ ଆଉ କୌଣସି ଫିଲ୍ମରେ କାମ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.