ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଆମିର ଖାନଙ୍କୁ ମିଳିଥିଲା ଫିଲ୍ମ ୨.୦ରେ ରଜନୀକାନ୍ତଙ୍କ ରୋଲ୍‌ , ହେଲେ ସେ ମନା କରିଦେଇ ଥିଲେ ...କାହିଁକି ଜାଣନ୍ତୁ

ମୁମ୍ୱାଇ -୨୦୧୮ ମସିହାରେ ଆସି ଥିବା ରଜନୀକାନ୍ତଙ୍କ ଫିଲ୍ମ ୨.୦ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଫିଲ୍ମରେ ରଜନୀକାନ୍ତ ଚିଟ୍ଟି ନାମକ ରୋବୋଟ୍‌ର ଚରିତ୍ରରେ ନଜର ଆସି ଥିଲେ ଏବଂ ଅକ୍ଷୟ କୁମାର ପକ୍ଷୀରାଜନ ନାମକ ଭିଲେନ ରୋଲ୍ କରି ଥିଲେ। ଏହି ଫିଲ୍ମ ୨୦୧୦ ମସିହାରେ ରିଲିଜ୍‌ ହୋଇଥିବା ରଜନୀକାନ୍ତଙ୍କ ଫିଲ୍ମ ରୋବୋଟର ପାର୍ଟ-୨ ଥିଲା। 

ଖୁବ୍‌ କମ୍‌ ଲୋକ ଜାଣିଥିବେ, ଉକ୍ତ ଫିଲ୍ମର ପାର୍ଟ-୨ ( ୨.୦) ପାଇଁ ଆମିର ଖାନଙ୍କୁ ପ୍ରଥମେ ରୋଲ୍‌ ଅଫର କରାଯାଇ ଥିଲା। କିନ୍ତୁ ସେ ଏହି ରୋଲକୁ ରିଜେକ୍ଟ କରି ଦେଇ ଥିଲେ, ଏହାପରେ ଶେଷରେ ରଜନୀକାନ୍ତ ହିଁ ଏହି ଚରିତ୍ର କରି ଥିଲେ। 

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ଏକ ସାକ୍ଷାତକାରେ କହି ଥିଲେ - ତାଙ୍କୁ ଫିଲ୍ମର ନିର୍ଦ୍ଦେଶକ ଏସ୍‌. ଶଙ୍କର କଲ୍‌ କରି କହି ଥିଲେ ଯେ, ପ୍ଲିଜ୍‌ ଆପଣ ଏହି ଫିଲ୍ମ କରନ୍ତୁ। ଆମିର ଖାନ କହିଥିଲେ, ରଜନୀକାନ୍ତଙ୍କୁ ଲାଗୁ ଥିଲା କି, ଫିଲ୍ମର ୨ୟ ପାର୍ଟରେ ସେ ଜମିବେ ନାହିଁ, ଯେଉଁଥି ପାଇଁ ସେ ଚାହୁଁ ଥିଲେ,୨.୦ରେ ଲିଡ୍‌ ରୋଲ୍‌କୁ ଆଉ କିଏ ଅଭିନେତା କରନ୍ତୁ। କିନ୍ତୁ ପରେ ଯେତେବେଳେ ଆମିର ଖାନ ଫିଲ୍ମ ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କଲେ ତ କିଛି ଏମିତି ହେଲା , ଯେଉଁଥି ପାଇଁ ସେ ଫିଲ୍ମ ଛାଡ଼ିବାକୁ ନିଷ୍ପତ୍ତି ନେଲେ।

ଆମିର ଖାନ୍ ସାକ୍ଷାତକାରରେ କହିଥିଲେ, ମୁଁ ଯେବେ ବି ଆଖି ବନ୍ଦ କରୁଥିଲି ତ ମୋତେ ରଜନୀ ସାର୍‌ ହିଁ ଏହି ରୋଲରେ ନଜର ଆସୁ ଥିଲେ। ମୁଁ ନିଜକୁ ସେ ରୋଲ୍ କରିବାରେ ଅନୁଭବ କରି ପାରୁ ନଥିଲି। ସେତେବେଳେ ମୁଁ ଶଙ୍କରଙ୍କୁ କଲ୍‌ କରି କହିଲି, ଶଙ୍କର ମୁଁ ଏହି ରୋଲ କରି ପାରିବି ନାହିଁ। କେବଳ ରଜନୀ ସାର୍‌ ହିଁ ଏହି ରୋଲ୍ କରି ପାରିବେ। ତାଙ୍କୁ ରିପ୍ଲେସ୍‌ କରିବା ଅସମ୍ଭବ।

ଆମିର ଖାନ କହିଥିଲେ , ମୁଁ ପ୍ରଥମ ପାର୍ଟ ଦେଖିଥିଲି ଏବଂ ମୋତେ ସେ ବହୁତ ଭଲ ଲାଗୁଥିଲେ ଏବଂ ଯେଉଁ ଭଳି ସେ ଏହି ଚରିତ୍ରକୁ ଗଢିଛନ୍ତି , ସେ ମୋର ମନରେ ପୂରା ଛାପି ହୋଇ ଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.