ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଫ୍ୟାନଙ୍କୁ ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ପାଇଁ ମିଳିଲାନି ଟିକେଟ୍, ପଠାଇଲେ ଲିଗାଲ୍ ନୋଟିସ୍

ମୁମ୍ବାଇ ,୧୮/୦୯: ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ କେବଳ ଗୀତ ଗାଇବା ପାଇଁ ନୁହେଁ ବରଂ ଅଭିନୟ ପାଇଁ ମଧ୍ୟ ଜଣାଶୁଣା । ଏଭଳି ପରିସ୍ଥିତିରେ, ଆଜିକାଲି ସେ ତାଙ୍କର ଦିଲ୍ଲୀର କନସର୍ଟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦିଲଜିତଙ୍କ ଦିଲ-ଲୁମିନିଟି ଟୁର୍ ଅଧୀନରେ ତାଙ୍କର କନସର୍ଟ ମୋଟ ୧୦ଟି ସହରରେ ଅନୁଷ୍ଠିତ ହେବ । ୨୬ ଅକ୍ଟୋବରରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦିଲଜିତଙ୍କ ଏକ ମେଗା କନସର୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ଦିଲଜିତ ବିବାଦରେ ଛନ୍ଦି ହୋଇଛନ୍ତି । ଜଣେ ଫ୍ୟାନ୍ ତାଙ୍କୁ ଲିଗାଲ୍ ନୋଟିସ ପଠାଇଛନ୍ତି । 

ଟିକେଟ୍ ମୂଲ୍ୟରେ ହେରଫେର, ଅନଫେୟାର ବାଣିଜ୍ୟ ଏବଂ ଶୋ’ର ଆୟୋଜକଙ୍କ ଉପରେ କଷ୍ଟମର ରାଇଟ୍ସ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଫ୍ୟାନ ଜଣକ ଗାୟକଙ୍କୁ ନୋଟିସ୍ ପଠାଇଛନ୍ତି । ଖବର ଅନୁଯାୟୀ, ଫ୍ୟାନ୍ ଜଣେ ଆଇନ ଛାତ୍ର ଅଟନ୍ତି ଏବଂ ସେ ଦିଲଜିତଙ୍କ ଉପରେ ଟିକେଟ୍ ମୂଲ୍ୟରେ ଜାଲିଆତି କରିଥିବା ଅଭିଯୋଗ କରିଛନ୍ତି। ତାଙ୍କ ନୋଟିସରେ ସେ କହିଛନ୍ତି ଯେ ସେପ୍ଟେମ୍ବର  ୧୨ ରେ ଅପରାହ୍ନ ୧ ଟାରେ ଟିକେଟ୍ ବୁକିଂ ସମୟ ଘୋଷଣା କରିବା ସତ୍ତ୍ୱେ ରାତି ୧୨:୫୯ ରେ ପାସ୍ ଉପଲବ୍ଧ ହୋଇଥିଲା, ଯେଉଁ କାରଣରୁ ଏକ ମିନିଟ୍ ମଧ୍ୟରେ ଶହ ଶହ ପ୍ରଶଂସକ ଟିକେଟ ବୁକ୍ କରିଥିଲେ।

ପ୍ରାରମ୍ଭିକ ବୋର୍ଡ ପାସ୍ ର ଲାଭ ପାଇବା ପାଇଁ ସେ ସ୍ୱତନ୍ତ୍ର ଭାବେ ଏକ ଏଚଡିଏଫସି କ୍ରେଡିଟ୍ କାର୍ଡ ତିଆରି କରିଛନ୍ତି ବୋଲି ସେ ଦାବି କରିଛନ୍ତି । ତେବେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବା ସତ୍ତ୍ୱେ ସେମାନେ ପାସ୍ ପାଇପାରିନଥିଲେ ଏବଂ ପରେ ରାଶି ଫେରସ୍ତ କରାଯାଇଥିଲା । ନୋଟିସରେ କୁହାଯାଇଛି ଯେ, ଏହି ଆକସ୍ମିକ ଏବଂ ସନ୍ଦେହଜନକ ଟ୍ରାନଜେକ୍ସନ୍ ହେରାଫେରି ଏବଂ ସ୍କେଲିଂ ଅଭ୍ୟାସ, ହଠାତ୍ ଟିକେଟ୍ ଉପଲବ୍ଧ ନହେବା ସହିତ ସୂଚିତ କରେ ଯେ ଆପଣଙ୍କ ସଂସ୍ଥା କୃତ୍ରିମ ଭାବେ ଚାହିଦା ବଢାଉଛି ଏବଂ ମୂଲ୍ୟଗୁଡିକୁ ନିୟନ୍ତ୍ରଣ କରୁଛି, ଯାହା ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ର ଉଲ୍ଲଂଘନ କରୁଛି । ବର୍ଦ୍ଧିତ ମୂଲ୍ୟରେ ପୁନଃ ବିକ୍ରୟ କରିବା ଉଦ୍ଦେଶ୍ୟରେ ସ୍କେଲିଂ ଏବଂ ଜମା କରିବା କଷ୍ଟମର ରାଇଟ୍ସର ଉଲ୍ଲଂଘନ ଅଟେ । ସେପଟେ ନୋଟିସ ଜାରି ପରେ ଦିଲଜିତ ଏବଂ ଶୋ' ଆୟୋଜକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.