ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆମେରିକାରେ କନସର୍ଟକୁ ଫେକ କହିଲେ ସଲମାନ୍, ଫ୍ୟାନ୍ସଙ୍କୁ ଠକାମିରୁ ଦୂରେଇ ରହିବାକୁ ଦେଲେ ପରାମର୍ଶ

ମୁମ୍ବାଇ,୧୭/୦୯:ବଲିଉଡ ଅଭିନେତା ସଲମାନ ଖାନଙ୍କ ନାଁ ନେଇ ଠକେଇ କରିବାକୁ କରାଯାଇଛି ଚେଷ୍ଟା । ଏନେଇ ଜାଣିବା ପରେ ସଲମାନ ଖାନ ଏବଂ ତାଙ୍କ ଟିମ ଏକ ଅଫିସିଆଲ ନୋଟିସ ଜାରି କରି ଫ୍ୟାନ୍ସଙ୍କୁ ଠକାମିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଯେଉଁମାନେ ଠକାମି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ତେବେ ସୂଚନା ଅନୁସାରେ,ଆମେରିକାରେ ସଲମାନ ଖାନ କନସର୍ଟ କରୁଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଏବେ ସଲମାନ ଖାନ ଓ ତାଙ୍କ ଟିମ ସ୍ପଷ୍ଟୀକରଣ ଦେଇଛନ୍ତି। ସୋମବାର, ସେପ୍ଟେମ୍ବର ୧୬ରେ ସଲମାନ ଖାନ ଇନଷ୍ଟାଗ୍ରାମରେ ଆମେରିକାର ଯାତ୍ରା ସମ୍ବନ୍ଧରେ ଅଫିସିଆଲ ନୋଟିସ ଜାରି କରିଛନ୍ତି । ସେ ଏହି ପୋଷ୍ଟରେ ଆମେରିକା କନସର୍ଟକୁ ମିଥ୍ଯା କହିବା ସହ ଫ୍ୟାନ୍ସଙ୍କୁ ଏପରି ଠକାମିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ସେହି ପୋଷ୍ଟରେ ଲେଖିଛନ୍ତି ଯେ,'ସଲମାନଙ୍କ ପ୍ରଦର୍ଶନକୁ ନେଇ ସମସ୍ତ ଦାବି ସମ୍ପୂର୍ଣ୍ଣ ମିଥ୍ୟା। ଦୟାକରି କୌଣସି ଏକ କନସର୍ଟକୁ ପ୍ରୋତ୍ସାହିତ କରୁଥିବା କୌଣସି ଇମେଲ,ବାର୍ତ୍ତା କିମ୍ବା ବିଜ୍ଞାପନରେ ବିଶ୍ୱାସ କରନ୍ତୁ ନାହିଁ ।  ଯଦି କେହି ସଲମାନ ଖାନଙ୍କ ନାମକୁ ଜାଲିଆତି କରିଥିବାର ଦେଖାଯାଏ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଲମାନ ଖାନ କିମ୍ବା ତାଙ୍କର କୌଣସି କମ୍ପାନୀ କିମ୍ବା ଟିମ ୨୦୨୪ ରେ ଆମେରିକାରେ କୌଣସି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରୁନାହାଁନ୍ତି ।''ତେବେ ଅଭିନେତା ସଲମାନ ଖାନ ବର୍ତ୍ତମାନ ଫିଲ୍ମ 'ସିକନ୍ଦର'ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା  ଆର୍ ମୁରୁଗାଦୋସ  ଦେଉଥିବା ବେଳେ ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ଏହି ନିର୍ଦ୍ଦେଶକ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.