ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କରଞ୍ଜିଆପଡାରେ ୧୮ ତମ ବାର୍ଷିକ ନକ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କେନ୍ଦୁଝର ସଦର,୧୬/୯: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକାଳ ପଞ୍ଚାୟତ କରଞ୍ଜିଆପଡା ଗ୍ରାମର ମା ତାରିଣୀ କ୍ଲବର ୧୮ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂ, ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ପୋଲିସ ଆରକ୍ଷୀ କୁଶଲକର ନୀତିନ ଦାଗୁଡୁ, ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ସଦର ବିଡ଼ିଓ ତିଳୋତ୍ତମା ପୃଷ୍ଟି , ଜିଲ୍ଲା ବିଜେପି ଉପସଭାପତି ଗଣେଶ୍ୱର ମହାନ୍ତ, ସମ୍ପାଦକ ନୀଳମଣି ମହାନ୍ତ, ସ୍ଥାନୀୟ ସରପଞ୍ଚ ପ୍ରମୋଦ ନାଏକ ସମିତି ସଭ୍ୟା ଦ୍ରୋପଦି ମହାନ୍ତ ,ମା ତାରିଣୀ କ୍ଲବ ସଭାପତି ବଳଭଦ୍ର ମହାନ୍ତ ସମ୍ପାଦକ କେଶବ ଚନ୍ଦ୍ର ମହାନ୍ତ ଏବଂ କ୍ଲବର ବରିଷ୍ଠ ସଦସ୍ୟ ରମେଶ ମହାନ୍ତ (କ) ସୁରେନ୍ଦ୍ର ମହାନ୍ତ ,ପବିତ୍ର ମହାନ୍ତ ଖଗେଶ୍ବର ମହାନ୍ତ ଭରତ ମହାନ୍ତ ହେମନ୍ତ ମହାନ୍ତ ଯଦୁ ମଣି ମହାନ୍ତ ତଥା କ୍ଲବର ସବୁ ସଦ୍ୟସ ବୃନ୍ଦ ଯୋଗ ଦାନ ଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି। ଏହି ଖେଳରେ ୬୪ଟି ଦଳ ଅଂଶ ଗ୍ରହଣ କରିବାର କାର୍ଯକ୍ରମ ରହିଥିବା ବେଳେ ଆସନ୍ତା ୨୦ ତାରିଖ ଦିନ ଏହାର ଫାଇନାଲ ମ୍ୟାଚ୍ ଖେଳାଯିବ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନୀତ ଅତିଥି ଭାବେ ବିଧାୟକ ତଥା ଅଭିନେତା ଆକାଶ ଦାସ, କେନ୍ଦୁଝର ଲୋକ ସଭା ସାଂସଦ ଅନନ୍ତ ନାୟକ ,ପାଟଣା ବିଧାୟକ ଅଖିଳ ନାଏକ, ତେଲକୋଇ ବିଧାୟକ ଡ଼ାକ୍ତର ଫକୀର ମୋହନ ନାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.