ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କିଡ୍‌ନୀ ରୋଗୀଙ୍କ ଗାଁ ସମ୍ବରଲେଣ୍ଡି, ୨ ମାସରେ ଗଲାଣି ୪ ଜୀବନ

ଗୁଣପୁର, ୨୮/୦୮ : କିଡ୍‌ନୀ ଜନିତ ରୋଗରେ ପ୍ରାୟ ପ୍ରତ୍ୟେକ ଘରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ଆଉ କେତେକଙ୍କ ଦେହାନ୍ତ ହୋଇଗଲାଣି । ଗତ ୨ ମାସରେ ୪ଜଣଙ୍କ ଜୀବନ ଗଲାଣି । ଏବେ ଗାଁରେ ୧୨ରୁ ଅଧିକ ଆକ୍ରାନ୍ତ ଅଛନ୍ତି । ତଥାପି କେହି କିଛି ପଦକ୍ଷେପ ନେଉନାହାନ୍ତି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍‌ କର୍ଲାଘାଟି ପଞ୍ଚାୟତ ସମ୍ବରଲେଣ୍ଡି ଗାଁରେ । ଗାଁକୁ ଆଖପାଖ ଅଞ୍ଚଳବାସୀ କିଡ୍‌ନୀ ରୋଗୀଙ୍କ ଗାଁ ବୋଲି କହିଲେଣି । ଏଭଳି ଏକ ସ୍ପର୍ଶକାତର ବିଷୟକୁ ଗୁରୁତ୍ୱର ଭାବେ ନେଇ ଏହାର ନିରାକରଣ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ପ୍ରକାରେ, ବହୁଦିନ ହେଲା ଗାଁରେ ଏଭଳି ସ୍ଥିତି ଲାଗିରହିଛି । ଲୋକେ ସ୍ୱାସ୍ଥ୍ୟ ବିଭାଗକୁ ଜଣେଇଥିଲେ । କାଳେ ପାନୀୟଜଳ ଅସୁବିଧା ପାଇଁ ଏଭଳି ହେଉ ଥାଇପାରେ ବୋଲି ସନ୍ଦେହ କରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ମଧ୍ୟ ଜଣେଇଥିଲେ । ହେଲେ କେହି କିଛି ପଦକ୍ଷେପ ନେଇ ନଥିବା ଗ୍ରାମବାସୀ କହିଛନ୍ତି। 

ଅନ୍ୟପକ୍ଷେ ପ୍ରତିକାର କରାଯାଉ ନଥିବାରୁ ଦିନକୁ ଦିନ ଗାଁରେ କିଡ୍‌ନୀଜନିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପରିସ୍ଥିତି ଏମିତି ହେଲାଣି ଯେ, ୩୦୦ ଲୋକ ବସବାସ କରୁଥିବା ଏହି ଗାଁରେ ଲୋକ ରହିବାକୁ ଭୟ କରୁଛନ୍ତି । ୨ମାସ ମଧ୍ୟରେ ଗାଁର ପଞ୍ଚମୀ ଶବର (୬୦), କୁଡୁକେଞ୍ଜା ଟୁକୁରୁକା (୬୫), ସବା ଶବର (୪୫), ଦାସ୍‌ରୁ ଶବର (୫୨) ଙ୍କ କିଡ୍‌ନୀଜନିତ ରୋଗରେ ମୃତ୍ୟୁ ଘଟିଛି । ଲଗାତାର ମୃତ୍ୟୁ ପରେ ଏବେ ଏହି ରୋଗରେ ପୀଡ଼ିତଙ୍କ ଛାତିରେ ଛନ୍‌କା ପଶିଯାଇଛି । ଏବେ ବି ଗାଁର ପ୍ରାୟ ୧୨ଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିବା ଗ୍ରାମବାସୀ କହିଛନ୍ତି । ଗାଁର କମଳାକାନ୍ତ ସେଠୀ କହିଛନ୍ତି, ଗାଁରେ ଅନେକ ଗରିବ ଓ ନିରକ୍ଷର ରହୁଥିବାରୁ ଏସମ୍ପର୍କରେ ଜାଣିପାରୁ ନାହାନ୍ତି । ମୁଁ ନିଜେ ବିଶାଖାପଟ୍ଟନମ୍‌ ଯାଇ କିଡ୍‌ନୀ ପରୀକ୍ଷା କରାଇବାରୁ କ୍ରିଟିନିନ୍‌ ୦୩.୦୫ ଆସିବାରୁ ମୁଁ ବି ଏବେ ଚିକିତ୍ସା ହେଉଛି ବୋଲି ଶ୍ରୀ ସେଠୀ କହିଛନ୍ତି । ଏସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ନୀଳାଞ୍ଚଳ ପଣ୍ଡା କହିଛନ୍ତି, ଗାଁ ଲୋକଙ୍କଠାରୁ ପାଣି ପାଇଁ କିଡ୍‌ନୀ ଜନିତ ରୋଗ ବ୍ୟାପୁଥିବା ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ସେଠାରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିଲା । ପାଣିରେ ସେଭଳି କିଛି ଅସୁବିଧା ନଥିବା ରିପୋର୍ଟ ଆସିଛି ବୋଲି କହିଛନ୍ତି । ଉପଖଣ୍ଡ ମେଡିକାଲ ଅଫିସର ଅରୂପାନନ୍ଦ ବେହେରାଙ୍କ ମୋବାଇଲ ବନ୍ଦ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.