ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୬ଘଣ୍ଟା ରାସ୍ତା କଡ଼ରେ ପଡ଼ି ରହିଲେ ପ୍ରସବା ଓ ଶିଶୁ, ତୃତୀୟ ଆମ୍ବୁଲାନ୍ସରେ ମେଡିକାଲ ଗଲେ ରୋଗୀ

ଭଦ୍ରକ,୦୫/୦୯: ୧୦୮ ଆମ୍ବୁଲାନ୍ସର ବିଚିତ୍ର ବ୍ୟବସ୍ଥା । ବୁଧବାର ବିଳମ୍ୱିତ ରାତିରେ ଅଜଣା ମହିଳାଙ୍କ ପ୍ରସବ ପରେ ରାସ୍ତା କଡରେ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିଲେ ମା ଓ ଶିଶୁ । ୨ଟି ଆମ୍ବୁଲାନ୍ସ ଫେରିବା ପରେ ତୃତୀୟ ୧୦୮ ଆମ୍ବୁଲାନ୍ସ ନେଲା ମେଡିକାଲ । ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟସ୍ଥ ଏକ ଦୋକାନ ବାରଣ୍ଡାରେ ଜଣେ ଅଜଣା ମାନସିକ ବିକାର ଗ୍ରସ୍ତ ମହିଳା ସନ୍ତାନ ଜନ୍ମ ଦେଇଥିଲେ । ବୁଧବାର ବିଳମ୍ୱିତ ରାତିରେ ମହିଳା ଜଣକ ଶିଶୁଟିକୁ ଜନ୍ମ ଦେଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ୧୦୮ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ । କିଛି ସମୟ ପରେ ୧୦୮  ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ମା ଓ ଶିଶୁଙ୍କୁ ନନେଇ ପଳାଇଥିଲା । ପରେ ଜନନୀ ଓ ଶିଶୁଙ୍କ ପାଇଁ ଉଦିଷ୍ଟ ଆମ୍ବୁଲାନ୍ସକୁ ଲୋକେ ଡାକିଥିଲେ । ପୂର୍ବପରି ଏହି ଆମ୍ବୁଲାନ୍ସ ମଧ୍ୟ ମାଆ ଏବଂ ନବଜାତ ଶିଶୁକୁ ମେଡିକାଲ ନେଇ ନଥିଲା । ଏହି କାରଣରୁ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ଦୋକାନ ବାରଣ୍ଡାରେ ପଡ଼ି ରହିଥିଲେ ମାଆ ଏବଂ ଶିଶୁ । ଶେଷରେ ଦିନ ହେବା ପରେ ଏକ ଆମ୍ବୁଲାନ୍ସ ମା ଓ ଶିଶୁଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.