ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଛାତ୍ର ମୃତ୍ୟୁର କାରଣ ମାନସିକ ଚାପ !

> ଘଟଣାକୁ ଗୋଳିଆ କରୁଛନ୍ତି ରାଜନୈତିକ ଗୋଷ୍ଠୀ

> ଭିନ୍ନ ମୋଡ଼ ଦେବାକୁ ପୁଲିସ୍‌ ଉପରେ ଚାପ

ଭୁବନେଶ୍ୱର,୧୯/୦୯: ଓଡ଼ିଶାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଝାଡ଼ଖଣ୍ଡର  ଜଣେ ଛାତ୍ରଙ୍କ ଆତ୍ମହତ୍ୟା ପରେ ଏହାକୁ ନେଇ ରାଜନୈତିକ ଖେଳ ଆରମ୍ଭ ହୋଇଯାଇଛି । ଆଗକୁ ଝାଡ଼ଖଣ୍ଡ ବିଧାନସଭା ଭୋଟ ଥିବାରୁ ଜଣେ ନିରୀହ ଛାତ୍ରର ମୃତ୍ୟୁର ଅସଲ କାରଣକୁ ଚାପି ଦେଇ ର‌୍ୟାଗିଂ  ଆଳ ଦେଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ ଆରମ୍ଭ ହୋଇଛି ।  

ନିକଟରେ ଝାଡ଼ଖଣ୍ଡର ଏକ ପରିବାର ସେମାନଙ୍କ ପୁଅର ଆଡମିସନ ଭୁବନେଶ୍ୱରର  ଆଇଟିଇଆର ଇଞ୍ଜିନିୟରିଂ କଲେଜରେ  କରିଥିଲେ । ବାପା ପୁଅକୁ ଆଣି ଗତ ୧୦  ତାରିଖରେ କଲେଜ ହଷ୍ଟେଲରେ ଛାଡ଼ିଥିଲେ ।  ୧୧ ତାରିଖରେ ବାପା ଝାଡ଼ଖଣ୍ଡ ଫେରି ଯାଇଥିଲେ । ତେବେ ପରଦିନ ଛାତ୍ର ଜଣଙ୍କ ପରିବାରର କାହାର  ଫୋନ୍‌ କଲ୍‌ ରିସିଭ୍‌ କରି ନଥିଲେ ଏବଂ ୧୩  ତାରିଖ ସନ୍ଧ୍ୟାରେ ଉପର ମହଲାରୁ ପଡ଼ି ପ୍ରାଣ ହରାଇଥିଲେ । ଅବଶ୍ୟ ମୃତ୍ୟୁ ପୂର୍ବ ଦିନ ସେ  ବାପାଙ୍କ ସହ କଥା ହୋଇଥିଲେ । ଏହି ମୃତ୍ୟୁକୁ  ନେଇ ପରିବାରକୁ ହାତବାରିସୀ କରି ଝାଡ଼ଖଣ୍ଡର  ଗୋଟିଏ ଗୋଷ୍ଠୀ ରାଜନୀତି ଆରମ୍ଭ କରିଥିବା  ବେଳେ ମୃତ୍ୟୁ ପଛର ସତ୍ୟତା ଭିନ୍ନ ବୋଲି ମୃତ  ଛାତ୍ରଙ୍କ ସହପାଠୀମାନଙ୍କ କଥାରୁ ସ୍ପଷ୍ଟ । 

ହଷ୍ଟେଲରେ ସଂପୃକ୍ତ ଛାତ୍ର ଝାଡ଼ଖଣ୍ଡର  ଅନ୍ୟ ଜଣେ ଛାତ୍ର ସହ ଗୋଟିଏ କୋଠରୀରେ  ରହିଥିଲେ । ସହପାଠୀମାନଙ୍କ ଠାରୁ ପ୍ରକାଶ,  ଛାତ୍ର ଜଣଙ୍କ ମାନସିକ ଚାପରେ ରହୁଥିଲେ ।  ଆଡମିସନ ପରେ ସମସ୍ତ ଛାତ୍ର କଲେଜ  ପରିସରରେ ବେଶ୍‌ ଖୁସିରେ ବୁଲାବୁଲି କରୁଥିବା  ବେଳେ ଛାତ୍ର ଜଣଙ୍କ ଗୁମ୍‌ସୁମ୍‌ ରହି ନିଜ  କୋଠରୀରେ ବସି ରହୁଥିଲେ । ଏ ସମ୍ପର୍କରେ  ପଚାରିବାରୁ ସହପାଠୀଙ୍କୁ ସେ କହିଥିଲେ, ତାଙ୍କର  ମେଡିକାଲ ପାଠ୍ୟକ୍ରମ ପଢ଼ିବାକୁ ଇଚ୍ଛା ଥିଲେ  ମଧ୍ୟ ଇଞ୍ଜିନିୟରିଂ ପଢ଼ିବାକୁ ବାଧ୍ୟ କରାଯାଇଥିଲା ।  ଏହାକୁ ନେଇ ଭଉଣୀଙ୍କ ସହ ଛାତ୍ର ଜଣଙ୍କର  ମଧ୍ୟ ମନୋମାଳିନ୍ୟ ହୋଇଥିଲା । ଘଟଣା ଦିନ  ସହପାଠୀମାନେ ବୁଲୁଥିବା ବେଳେ ଛାତ୍ର ଜଣଙ୍କ  ରୁମ୍‌ରେ ତାଲା ପକାଇ କୁଆଡ଼େ ବାହାରିଥିଲେ ।  ସେତେବେଳେ ସେ ଏତେ ବିଚଳିତ ଥିଲେ  ଯେ ତାଲା ପକାଇବାକୁ ଅକ୍ଷମ ହୋଇଥିଲେ ।  ଜଣେ ସହପାଠୀ ତାଲା ପକାଇଥିଲେ । ଏହାପରେ  ଛାତ୍ର ଜଣଙ୍କ ଏକୁଟିଆ ବୁଲିବାକୁ ବାହାରିଥିଲେ ।  ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।  

ଛାତ୍ରଙ୍କ ମୃତ୍ୟୁ ପରେ ଏ ନେଇ ପୁଲିସ  ତଦନ୍ତ କରୁଛି ଏବଂ ଝାଡ଼ଖଣ୍ଡ ସରକାର ଓଡ଼ିଶା  ସରକାରଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି ।  ହଷ୍ଟେଲକୁ ଯାଇ ପୁଲିସ ଟିମ୍‌ ତଦନ୍ତ କରିଛନ୍ତି  ଏବଂ ମୃତଦେହର ଉଚିତ ପ୍ରକ୍ରିୟାରେ ବ୍ୟବଚ୍ଛେଦ  କରାଯାଇଥିବା ସ୍ଥାନୀୟ ଖଣ୍ଡଗିରି ଥାନାର ଅଧିକାରୀ  ଓ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀ  କହିଛନ୍ତି । କିନ୍ତୁ ଘଟଣାର ଅସଲ କାରଣକୁ  ଲୁଚାଇବାକୁ ଯାଇ ଝାଡ଼ଖଣ୍ଡର ଏକ ଗୋଷ୍ଠୀ  ଗୋଳିଆ ପାଣି କରି ଫାଇଦା ନେବାକୁ ଉଦ୍ୟମ  ଆରମ୍ଭ କରିଛନ୍ତି ଏବଂ ସୋସିଆଲ ମିଡିଆକୁ  ମାଧ୍ୟମ କରିଥିବା ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର  ରାଜନୈତିକ ସଙ୍ଗଠନ ଓ ରାଜ୍ୟର ବରିଷ୍ଠ  ନେତାଙ୍କୁ ହାତବାରିସୀ କରିବାକୁ ଉଦ୍ୟମ ଚାଲିଛି ।  

ଭୁବନେଶ୍ୱର ପୁଲିସ ଉପରେ ଚାପ  ପ୍ରୟୋଗ କରି ମାମଲାକୁ ଭିନ୍ନ ମୋଡ଼ ଦେବାକୁ  ଆପ୍ରାଣ ଉଦ୍ୟମ କରାଯାଉଛି । ଯାହାକି ସଂପୃକ୍ତ କଲେଜର ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ  ଉଦ୍‌ବେଗ ସୃଷ୍ଟି କରିଛି । ମୃତ୍ୟୁର ପଛର  ପାରିବାରିକ କାରଣକୁ ଘୋଡ଼ାଇ ଦେଇ ର‌୍ୟାଗିଂ  ଆଖ୍ୟା ଦେଇ କଲେଜକୁ ବଦନାମ କରିବାକୁ  ଅପଚେଷ୍ଟା ଆରମ୍ଭ ହୋଇଛି । ସୁନାମର ଶୀର୍ଷରେ  ଥିବା ଆଇଟିଇଆର କଲେଜରେ ର‌୍ୟାଗିଂ କେବେ  ଦେଖିବାକୁ ମିଳିନାହିଁ । ଅପରପକ୍ଷରେ ଛାତ୍ର  ଜଣଙ୍କ ରହୁଥିବା ହଷ୍ଟେଲଟି କେବଳ ପ୍ରଥମ  ବର୍ଷ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ର‌୍ୟାଗିଂ  ଅଭିଯୋଗ ଅମୂଳକ । ଏଭଳି ମିଥ୍ୟାରୋପ  ସେମାନଙ୍କ ଉପରେ ମାନସିକ ଚାପ ପକାଉଛି  ବୋଲି ହଜାର ହଜାର ଛାତ୍ରଛାତ୍ରୀ କହିଥିବା  ବେଳେ ଅଭିଭାବକମାନେ ଗଭୀର ଉଦ୍‌ବେଗ  ପ୍ରକାଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.