ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ନାଁକୁ ହେଉଛି ନୀତି, ଇତିହାସ ପାଲଟିବ କୁବୁଜା ଉଦ୍ଧାର ନୀତି

ପୁରୀ,୧୯/୦୯: ବିଗତ ବର୍ଷମାନଙ୍କ ତୁଳନାରେ ଏବର୍ଷର ଶ୍ରୀକୃଷ୍ଣ ଜନ୍ମନୀତି ଥିଲା ନିଆରା । ସାହିର ଯୁବକ, ମୁରବି ଏବଂ  ପ୍ରଶାସନ ସହାୟତାରେ ଶ୍ରୀକୃଷ୍ଣ ଜନ୍ମନୀତି ଭବ୍ୟ  ଢଙ୍ଗରେ ପାଳନ କରିବାକୁ ହୋଇଥିଲା ପ୍ରୟାସ । ହଜିଯାଇଥିବା କିଛି ନୀତି ପୁଣି ଲୋକଲୋଚନକୁ ଆସିଥିଲା । ପାଖାପାଖି ୧୦୦ ବର୍ଷ ଧରି ବନ୍ଦ  ହୋଇ ରହିଥିବା ବସ୍ତ୍ରହରଣ ନୀତି ପୁଣି ପାଳିତ ହୋଇଥିଲା । ହେଲେ ଇତିମଧ୍ୟରେ ଅନେକ ନୀତି ଲୋକଲୋଚନରୁ ହଜି ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶ୍ରୀକୃଷ୍ଣ ଲୀଳାରେ କୁବୁଜା  ଉଦ୍ଧାର ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।  ଶ୍ରୀକୃଷ୍ଣଙ୍କ କରୁଣାରୁ କୁବୁଜା କେମିତି ପୁଣି  ସୁନ୍ଦରୀ ନାରୀରେ ପରିଣତ ହୁଏ ତାହା ଏହି  ନୀତିରେ ବର୍ଣ୍ଣନା ହୋଇଥାଏ । ଏଥିପାଇଁ  ମହାପ୍ରଭୁଙ୍କ ଘଟୁଆରୀ ସେବକ ନିଜକୁ କୁବୁଜା  ବେଶରେ ସଜେଇ ନୀତି ସଂପାଦନ କରିଥାନ୍ତି ।  ହେଲେ ଏବର୍ଷ ଏହି ନୀତି କେବଳ ନାଁକୁ  ପାଳିତ ହୋଇଥିଲା । ଯେଉଁଭଳି, ଯେଉଁଠାରେ,  ଯେଉଁବେଶରେ ତଥା ଯେଉଁ ସମୟରେ  ନୀତି ହେବା କଥା ସେଭଳି ହୋଇନଥିଲା ।  

ଜନ୍ମାଷ୍ଠମୀଠାରୁ ଭାଦ୍ରବ ଶୁକ୍ଳ ପକ୍ଷ ଦଶମୀ  ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଜନ୍ମଠାରୁ କଂସବଦ୍ଧ ପର୍ଯ୍ୟନ୍ତ  ଥିବା ବିଭିନ୍ନ ନୀତି ଶ୍ରୀମନ୍ଦିର ଭିତରେ ଓ ବାହାରେ ସଂପାଦନ ହୋଇଥାଏ । ଅନ୍ତିମ ଦିବସରେ  କଂସବଦ୍ଧ ପୂର୍ବରୁ କୁବୁଜା ଉଦ୍ଧାର କରାଯାଇଥାଏ ।  ରାଜ ନଅରକୁ ପ୍ରତୀକ ଭାବେ କଂସ ନଅର ରୂପେ ବିବେଚନା କରାଯାଏ । ରାଜ ନଅର ବା  କଂସ ନଅର ନିକଟରେ ଘଟୁଆରି ସେବକ  କୁବୁଜା ବେଶରେ ଶୃଙ୍ଗାର ହୋଇ ଅପେକ୍ଷା କରି ରହିଥାନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପହଞ୍ଚିବା  ପରେ କୁବୁଜା ମହାପ୍ରଭୁଙ୍କୁ ଚନ୍ଦନ ବେଶ  କରିଥାନ୍ତି । ଏହି ସମୟରେ ଶ୍ରୀମନ୍ଦିରରୁ ଆସିଥିବା  ଏକ ଆଜ୍ଞାମାଳ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ  ଲାଗି କରାଯାଇଥାଏ । ପରେ ଏହି ମାଳ କୁବୁଜା  ବେକରେ ପକାଯାଏ । ମହାପ୍ରଭୁଙ୍କ ଆଜ୍ଞାମାଳ  ପଡ଼ିବା ପରେ କୁବୁଜା ଉଦ୍ଧାର ହୁଏ । ଅଭିଶାପରୁ  ମୁକ୍ତି ପାଇ ଏକ ସୁନ୍ଦରୀ ନାରୀର ରୂପ ନିଏ ।  

ହେଲେ ଏବର୍ଷ ଧାର୍ଯ୍ୟ ସମୟରେ କୁବୁଜା  ବେଶରେ କୌଣସି ଘଟୁଆରୀ ସେବକ  ରାଜନଅର ନିକଟରେ ପହଞ୍ଚିନଥିଲେ । ଶେଷରେ ଅପେକ୍ଷା କରି ସିଂହଦ୍ୱାର ନିକଟକୁ ଚଳନ୍ତି ପ୍ରତିମା  ଫେରି ଆସିଥିଲେ । ସେଠାରେ ବିଳମ୍ବରେ  ପହଞ୍ଚି ଘଟୁଆରୀ ସେବକ ଜଣକ ପ୍ରତୀକାତ୍ମକ  ଭାବେ ନାଁକୁ ନୀତି ପାଳନ କରିଥିଲେ । ହେଲେ  କୁବୁଜା ଯେଉଁଭଳି ବେଶ ଶୃଙ୍ଗାର ହୁଏ ସେସବୁ  ଦେଖିବାକୁ ମିଳିନଥିଲା । ଦେଖଣାହାରୀ  ବିଗତବର୍ଷରେ ହୋଇଥିବା ବେଶଦ୍ଧାରୀ  କୁବୁଜା ଉଦ୍ଧାର ନୀତିକୁ ମନେ ପକାଇଥିଲେ  ଏବଂ ଏନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ।  

୬ ବର୍ଷ ଧରି କୁବୁଜା ବେଶରେ ଏହି ନୀତି  ପାଳନ କରି ଆସୁଥିବା ଘଟୁଆରୀ ସେବକ ତଥା ଅନ୍ତର୍ଜାତୀୟ ଓଡ଼ିଶୀ ଗବେଷକ ଶ୍ରୀନିବାସ ଘଟୁଆରୀଙ୍କ କହିବା ମୁତାବକ, ଏହି ସେବା  କରିବାକୁ ଜଣେ ଘଟୁଆରୀ ସେବକକୁ ସଂପୂର୍ଣ୍ଣ ରୂପେ ନାରୀ ବେଶରେ ସଜ୍ଜିତ ହେବାକୁ ପଡ଼େ। ପୁରୁଷ ହୋଇ ଜଣେ ନାରୀ ରୂପେ  ସଜେଇ ହେବାକୁ କାଳକ୍ରମେ ସେବକମାନେ ଅମଙ୍ଗ ହେବାରୁ ଏହି ନୀତି ଇତିହାସ ହେବାକୁ  ବସିଥିଲା । ପାଖାପାଖି ୨୦ରୁ ୨୫ ବର୍ଷ ହେବ ନାଁକୁ ନୀତି ରକ୍ଷା ହେଉଥିଲା । ହେଲେ ତାଙ୍କ ପ୍ରୟାସରେ ପୁଣି ଥରେ ୫-୬ ବର୍ଷ ହେବ ଯଥା ରୀତି କୁବୁଜା ଉଦ୍ଧାର ନୀତି ପାଳନ କରାଯାଉଥିଲା ।  ଏହା ଶ୍ରଦ୍ଧାଳୁ ଓ ପୁରୀବାସିନ୍ଦାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲା । କିନ୍ତୁ ୨ ବର୍ଷ ହେବ ତାଙ୍କ ପାଳି ନ ପଡ଼ିବାରୁ ଏହି ନୀତି ଯଥାରିତୀ ପାଳନ ହେଉନି । ଏହି ଚରିତ୍ର ତୁଲେଇବାକୁ  ନିଯୋଗ ପକ୍ଷରୁ ମଧ୍ୟ ତାଙ୍କୁ କୌଣସି ସୂଚନା  ଦିଆଯାଉନି । ନିଯୋଗର ଅନୁମତି ମିଳିଲେ ତଥା ଶ୍ରୀମନ୍ଦିର ପ୍ରଶାସନ ସହଯୋଗ କଲେ ସେ ପ୍ରତ୍ୟେକ ବର୍ଷ କୁବୁଜା ବେଶରେ ଏହି ନୀତି କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଜଗନ୍ନାଥ ସାରା ବିଶ୍ୱର ସ୍ୱାମୀ ହୋଇଥିବାରୁ ତାଙ୍କ ପାଇଁ ସ୍ତ୍ରୀ  ବେଶରେ ଅବତ୍ତୀର୍ଣ୍ଣ ହେବାକୁ ସେ କୁଣ୍ଠାବୋଧ  କରିବେନି ବୋଲି କହିଛନ୍ତି । ଯଦି ଏଭଳି ନ  ହୁଏ ଏହି ନୀତି ପର ପିଢ଼ି ପାଇଁ ଇତିହାସ  ପାଲଟିଯିବ ବୋଲି ସେ ପ୍ରକାଶ କରିଛନ୍ତି ।  

ଶ୍ରୀମନ୍ଦିର ବରିଷ୍ଠ ସିଂହାରୀ ସେବାୟତ ହରିବୋଲ ସିଂହାରୀ ଏନେଇ କହିଛନ୍ତି, ଶ୍ରୀକୃଷ୍ଣ ଲୀଳା ପ୍ରତି ପ୍ରଶାସନ ଯେଉଁଭଳି  ଆଗ୍ରହ ଦେଖାଇବା କଥା ଦେଖଉନି । ଅନେକ ଯୋଜନା ହେଉଛି ହେଲେ କାର୍ଯ୍ୟକାରୀ ହେଉନି । ପ୍ରୋତ୍ସାହନ ଅଭାବରୁ ଅନେକ ନୀତି ବନ୍ଦ ହୋଇଯାଉଛି । ଏଣୁ ପ୍ରତ୍ୟେକ ନୀତି କେଉଁଭଳି ଭାବେ ଯଥାରୀତି ଅନୁଷ୍ଠିତ  ହେବ ପ୍ରଶାସନ ଏଥିପ୍ରତି ନଜର ଦେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.