ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଡିଇଓଙ୍କ ମୁଣ୍ଡରେ ଝୁଲିଲା ଖଣ୍ଡା: ଓଡ଼ିଆ ଟାଇପ୍‌ ନ ଜାଣିଲେ ଚାକିରିରୁ ବିଦା, ଖୁବ୍‌ଶୀଘ୍ର ହେବ ପରୀକ୍ଷା...

ଭୁବନେଶ୍ୱର,୧୯/୦୯: ମିନିଟ୍‌କୁ ୬୦ ଶବ୍ଦ ଟାଇପ  କରିବେ । ତାହା ପୁଣି ଶୁଦ୍ଧ ଓଡ଼ିଆରେ। ହାତ ଥରିଲେ, ଚାକିରିରେ ନାଲି ଗାର ବାଜିବ। ସାନିଟେସନ ମଲ୍ଟିଟ୍ୟାକ୍ସ  ଆସିଷ୍ଟାଣ୍ଟ(ଏସ୍‌ଏମ୍‌ଟିଏ) ଓ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ଙ୍କୁ ଏମିତି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଭୁବନେଶ୍ୱର  ମହାନଗର ନିଗମ କର୍ତ୍ତୃପକ୍ଷ । ଖୁବ୍‌ଶୀଘ୍ର ଏନେଇ ପରୀକ୍ଷା ହେବାକୁ ଯାଉଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାରେ ସମସ୍ତ ଅଫିସ କାର୍ଯ୍ୟକୁ ପରିଚାଳନା କରିବାକୁ  ଘୋଷଣା କରିଥିଲେ । ଏନେଇ ଅର୍ଥ ବିଭାଗ ପକ୍ଷରୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ପର୍ଯ୍ୟାୟ କ୍ରମେ ସବୁ ବିଭାଗ  ଇଂରାଜୀ ପରିବର୍ତ୍ତେ ଓଡ଼ିଆରେ ଚିଠି ଲେଖା ଆରମ୍ଭ କରିଛନ୍ତି ।  ଏହି ଓଡ଼ିଆ ଅସ୍ମିତା ଏବେ ବିଏମ୍‌ସି ଦୁଆରରେ ପହଞ୍ଚିଛି ।  

ବିଏମ୍‌ସିରେ ଆଗକୁ ସମସ୍ତ ଚିଠି ଓ ଫାଇଲ ଓଡ଼ିଆ ଭାଷାରେ  ହେବ । ତେଣୁ ବିଏମ୍‌ସିରେ କାର୍ଯ୍ୟ କରୁଥିବା ସମସ୍ତ ଏସ୍‌ଏମ୍‌ଏଟି ଓ  ଡିଇଓଙ୍କୁ ଓଡ଼ିଆ ଭାଷାରେ ହିଁ ଲେଖିବାକୁ ପଡିବ । ତେଣୁ ଏନେଇ  ଏଜେନ୍ସିକୁ ଶୁଦ୍ଧ ଓଡ଼ିଆ ଜାଣିଥିବା କର୍ମଚାରୀଙ୍କୁ ନିୟୋଜିତ କରିବାକୁ  ନିର୍ଦ୍ଦେଶ ଜାରି ହୋଇଛି । ତେଣୁ ଓଡ଼ିଆ ଭାଷାରେ ପରୀକ୍ଷା କରିବା  ପାଇଁ ସବୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ମାସ ସୁଦ୍ଧା  ପରୀକ୍ଷା କରାଯିବ । ଡିଇଓ ଓଡ଼ିଆ ଆକୃତିରେ ଟାଇପ୍‌, ଫାଇଲ୍‌  କାମ ଜାଣିବା ବାଧ୍ୟତାମୂଳକ । ବିଭିନ୍ନ ସରକାରୀ ସଂସ୍ଥାରେ ଠିକାରେ  କାମ କରୁଥିବା ଡିଇଓଙ୍କ କ୍ଷେତ୍ରରେ ଏହା ଖୁବ୍‌ଶୀଘ୍ର ଲାଗୁ ହେବାକୁ  ଯାଉଛି । 

ସେପଟେ ଆସନ୍ତା ୨୨ ତାରିଖରେ ବିଏମ୍‌ସି ପକ୍ଷରୁ ଏକ  ଓଡ଼ିଆ କ୍ଲାସ୍‌ର ବ୍ୟବସ୍ଥା କରାଯାଇଛି । ଏଥିରେ ସମସ୍ତ ଏସ୍‌ଏମ୍‌ଟିଏ ଯୋଗଦେବେ । ଓଡିଆ ବର୍ଣ୍ଣମାଳା ଶିଖିବେ । ସେହିପରି ପର୍ଯ୍ୟାୟ  କ୍ରମେ ବିଏମ୍‌ସି ଅଫିସର ମାନଙ୍କ ପାଇଁ ମଧ୍ୟ ଏପରି ବ୍ୟବସ୍ଥା  ହେବ । ପୂର୍ବରୁ ମଧ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଆ ପାଠାଶାଳା  ଖୋଲିଥିଲା । ଏଥିରେ ବରିଷ୍ଠ ସାହିତ୍ୟିକ ମାନେ ଯୋଗ ଦେଇ ଶୁଦ୍ଧ  ଓଡ଼ିଆ ବର୍ଣ୍ଣମାଳାରୁ ପାଠ ପଢ଼ାଇଥିଲେ । ଏହି ନିର୍ଦ୍ଦେଶନାମାଙ୍କୁ ବିରୋଧ କରିଛନ୍ତି କିଛି ଡିଇଓ । ସେମାନେ ଅଭିଯୋଗ କରିଛନ୍ତି, ମାସିକ ମାତ୍ର ୧୫ ହଜାର ଟଙ୍କା ଦେଇ ସନ୍ଧ୍ୟା ପର୍ଯ୍ୟନ୍ତ ଖଟାଉଛନ୍ତି । ଏଥର ଓଡ଼ିଆ ନ ଜାଣିଲେ ବାହାର କରିଦେବାକୁ ଧମକ ମିଳୁଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.