ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସତକୁ ଢାଙ୍କି ଅପପ୍ରଚାର: ଆଇଟିଆର ଘଟଣାରେ ବିଭ୍ରାନ୍ତକାରୀଙ୍କ ମିଛ ଖବର ସବୁ ଏବେ ସତ କଥା ଆଗରେ ନିଷ୍ପ୍ରଭ

ଭୁବନେଶ୍ବର,୧୯।୯: ଆଇଟିଇଆର କଲେଜରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ କିଛି ଗୁଜବକାରୀଙ୍କ ବିଭ୍ରାନ୍ତିକର ଖବର ନେଇ ତୀବ୍ର  ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭ୍ରାନ୍ତକାରୀମାନେ  ବିଭିନ୍ନ ମାଧ୍ୟମରେ  ସମ୍ପୂର୍ଣ୍ଣ ମିଛ, ଭିତ୍ତିହୀନ, ମନଗଢା କଥାମାନ ଲେଖି ଅନୁଷ୍ଠାନକୁ କ୍ଷତି ପହଁଞ୍ଚାଉଥିବା ବୁଝାପଡୁଛି। ତେବେ ଏହାକୁ ଆଇଟିଆରର ଛାତ୍ରଛାତ୍ରୀ ନାପସନ୍ଦ କରୁଥିବା ସ୍ପଷ୍ଟ । ମୃତ ଛାତ୍ରଙ୍କ ପରିବାର ପ୍ରତି ଆଇଟିଆର ଛାତ୍ରଛାତ୍ରୀ ସେମାନଙ୍କର  ସମବେଦନା  ଜଣାଇବା ବେଳେ  କୁହନ୍ତି, ଛାତ୍ରଛାତ୍ରୀ ଭାବେ ଆମେ ଆମର ଜଣେ ସାଥିଙ୍କ ମୃତ୍ୟୁରେ ମର୍ମାହତ ଓ ଦୁଃଖିତ । ଏହି ଦୁଃଖଦ ସମୟରେ ଆମେ ଆମର ପ୍ରିୟ ସାଥୀର ସ୍ମୃତି ଚାରଣ କରିବା ସହ ତାଙ୍କ ପରିବାରକୁ ସମ୍ମାନ ଦେବା ଆବଶ୍ୟକ ମନେକରୁଛୁ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଆମ ସାଥି ଜଣଙ୍କର ମୃତ୍ୟୁ ନେଇ ଯେଭଳି ଭାବେ କିଛି ମିଛ ଓ ମନଗଢା ଖବର ସାମ୍ନାକୁ ଆସୁଛି ତାହା ଆମ ସମସ୍ତଙ୍କୁ ବହୁତ ବାଧୁଛି ବିଶେଷକରି ଯେଉଁମାନେ ସେହି  ସାଥିଙ୍କ ସହ ପରିଚିତ ଥିଲେ ସେମାନେ ଅଧିକ ଭାଙ୍ଗିପଡୁଛନ୍ତି । ଏଥି ସହିତ ଛାତ୍ରଛାତ୍ରୀଙ୍କ ଦାବି ହେଲା, ‘ ଆମେ ଚାହୁଁଛୁ ଏସବୁ ମିଛ ଓ ମନଗଢା ଖବର ଉପରୁ ପରଦା ହଟୁ ଏବଂ କାହାର ବିନା ହସ୍ତକ୍ଷେପରେ ନିରପେକ୍ଷ ତଦନ୍ତ ହେଉ।’  

ପ୍ରଥମ ମିଛ : ମନଗଢା ଖବର ହେଉଛି ଯେ ଏହି ବିଷୟରେ କୌଣସି ତଦନ୍ତ ହେଉନାହିଁ।

କିନ୍ତୁ ପ୍ରକୃତ ସତ କଥା ହେଲା,

ଘଟଣା ଘଟିବା ପରେ ହିଁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ଏବଂ ଏବେ ବି ତଦନ୍ତ ଠିକ୍ ଦିଗରେ ଚାଲିଛି । ଆମର ପ୍ରାଥମିକତା ହେଉଛି କାହାର ଭାବାବେଗକୁ କୁଠାରାଘାତ ନକରି ସତ କଥା କଣ ତାହା ସାମ୍ନାକୁ ଆସୁ । 

ଦ୍ବିତୀୟ ମିଛ: ମନଗଢା ଖବର ହେଉଛି ଯେ ରାଗିଙ୍ଗ ପାଇଁ ଛାତ୍ର ଜଣଙ୍କ ଜୀବନ ହାରିଛନ୍ତି ।

 କିନ୍ତୁ ସତ କଥା ହେଲା:

ଯେତେହୁ ଏବେ ତଦନ୍ତ ଚାଲିଛି ଏବଂ ତଦନ୍ତ ରିପୋର୍ଟ ନଆସିବା ଯାଏ ଏହା ଉପରେ ମନ୍ତବ୍ୟ ଦେବା ଠିକ୍ ନୁହେଁ କିନ୍ତୁ ଆମ ଶିକ୍ଷାନୁଷ୍ଠାନର ଏକ ଶଶକ୍ତ ରାଗିଙ୍ଗ ବିରୋଧି ପଲିସି ରହିଛି । ନିକଟ ଅତିତରେ ରାଗିଂ ନେଇ କୌଣସି ଅଭିଯୋଗ ମଧ୍ୟ ରିପୋର୍ଟ ହୋଇନାହିଁ । ଛାତ୍ରଙ୍କ ସୁରକ୍ଷା ଏବଂ ରାଗିଙ୍ଗ ମୁକ୍ତ କ୍ଯାମ୍ପସ ପାଇଁ ଆମେ ପ୍ରଥମବର୍ଷ ପିଲାଙ୍କ ପାଇଁ ସ୍ବତନ୍ତ୍ର ହଷ୍ଟେଲ ବ୍ୟବସ୍ଥା କରିଛୁ ଯେଉଁଠି କେବଳ ପ୍ରଥମବର୍ଷ ଛାତ୍ର ହିଁ ରହିପାରିବେ । BH 7 ହଷ୍ଟେଲରେ ରହୁଥିବା କୌଣସି ଛାତ୍ରଙ୍କ ଠାରୁ ରାଗିଙ୍ଗ ନେଇ କିଛି ବି ଅଭିଯୋଗ ଆସିନାହିଁ । 

‘ଏହାସହ ଆଉକିଛି ଗୁରୁତ୍ବପୂର୍ଣ ପ୍ରସଙ୍ଗରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ କି ଆମ କ୍ୟାମ୍ପସରେ ରିତିମତ ଆମ୍ବୁଲାନ୍ସ ଯିବା ଆସିବା କରେ ଏବଂ ପ୍ରତିଦିନ ଅନେକଥର ଆମ୍ବୁଲାନ୍ସ ଯାଏ ଯାହାକି କିଛିଟା ଦ୍ବନ୍ଦ ସୃଷ୍ଟି କରିଥାଇ ପାରେ । ଏବଂ ଆମକୁ ମିଳିଥିବା ସୂଚନା ଅନୁସାରେ ଛାତ୍ର ଜଣଙ୍କ ୧୩ ତାରିଖ ଦିନ ତାର ସାଙ୍ଗ ମାନଙ୍କ ସହ ସକାଳ ଜଳଖିଆ ଖାଇଥିଲେ ଏବଂ ସେ ସେମାନଙ୍କ ସହ ବାହାରକୁ ଯିବାକୁ ମନାକରିଦେଇଥିଲେ । ତେଣୁ ତାପୂର୍ବଦିନ ଅର୍ଥାତ ୧୨ ତାରିଖ ଦିନ ଏନେଇ କିଛି ଘଟଣା ଘଟିଥିବା ଖବର ପୁରାପୁରି ମିଛ ।  ତେଣୁ ଆମେ ଛାତ୍ରଙ୍କ ପରିବାର ଓ ସମାଜର ସମସ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରୁଛୁ କି ସେମାନେ ଧର୍ଯ୍ୟର ସହ ଏହି ଘଟଣାର ତଦନ୍ତ ରିପୋର୍ଟକୁ ଅପେକ୍ଷା କରନ୍ତୁ । ଏବଂ ଆମେ ସମସ୍ତେ ଏକାଠି ଛାତ୍ରଙ୍କ ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରକୃତ ସତ୍ୟ କିଭଳି ସାମ୍ନାକୁ ଆସିବ  ତାକୁ ଅପେକ୍ଷା କରିବା ।’ 

ପ୍ରକାଶ ଯୋଗ୍ୟଯେ,  ଏହି ଘଟଣାରେ ମିଛ ଓ କପୋଳକଳ୍ପିତ କାହାଣି ଛାତ୍ରଙ୍କ ଉପରେ ଖରାପ ପ୍ରଭାବ ପକାଉଛି ବିଶେଷକରି ଶେଷ ବର୍ଷ ଛାତ୍ରମାନଙ୍କ ଉପରେ ଯେଉଁମାନଙ୍କର ଏବେ ପ୍ଲେସମେଣ୍ଟ ଚାଲିଛି । ତେଣୁ  ମିଥ୍ୟା ଓ ବିଭ୍ରାନ୍ତିକର ଖବର  ପ୍ରଚାର କରୁଥିବା ସ୍ବାର୍ଥନ୍ବେଷୀଙ୍କ ଚକ୍ରାନ୍ତରୁ ସମସ୍ତେ ଦୂରେଇ  ରହିବା ଦରକାର। ସତ ନିଶ୍ଚୟ ପ୍ରମାଣିତ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.