ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଚନ୍ଦ୍ରଯାନ-୪, ଗଗନଯାନ ଏବଂ ଶୁକ୍ର ମିଶନକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: ମହାକାଶ ମିଶନ କ୍ଷେତ୍ରରେ ଭାରତ ମଜଭୁତର ସହ ଆଗକୁ ବଢ଼ୁଛି । ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ଏ‌ବେ ଭାରତ ଆଉ ଦୁଇ ପାଦ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛି । ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରି ମିଳିଛି । ଏହି ମିଶନ ଜରିଆରେ ଚନ୍ଦ୍ରମାରୁ ମାଟି ଏବଂ ପଥର ପୃଥିବୀକୁ ଅଣାଯିବ । ତେ‌ବେ ଆଜି ଶୁକ୍ର ଗ୍ରହ ଅଭିଯାନ, ଗଗନଯାନ ଏବଂ ଚନ୍ଦ୍ରଯାନ-୪କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । 

କେନ୍ଦ୍ର ସରକାର ଶୁକ୍ର ଅର୍ବିଟର ମିଶନ ଏବଂ ଭାରତୀୟ ମହାକାଶ ଷ୍ଟେସନ୍‌ ଯୋଜନାକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ଏହି ସୁବ ଭବିଷ୍ୟତ ମିଶନକୁ ସଫଳ କରିବା ଲାଗି ଏକ ଅତ୍ୟାଧୁନିକ ନୂଆ ପୀଢ଼ିର ଲଞ୍ଚ ଭେଇକିଲ୍‌କୁ ମଧ୍ୟ ସବୁଜ ସଂକେତ ମିଳିଛି  । ପୃଥିବୀର ତଳ କକ୍ଷକୁ ଅତିକମରେ ୩୦ ଟନ ଓଜନର ପେଲୋଡ୍‌ ନେବା ଲାଗି ଏହି ଲଞ୍ଚ ଭେଇକିଲ୍‌ର କ୍ଷମତା ରହିବ । ଚନ୍ଦ୍ରଯାନ-୩ର ସଫଳତା ପରେ ମୋଦୀ ସରକାର ୩୬ ମାସର ସମୟସୀମା ସହ ଚନ୍ଦ୍ରଯାନ-୪ ଲାଗି ୨,୧୦୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । 

ଏଲଭିଏମ-୩ ରକେଟ ସହିତ ଲଞ୍ଚ ହେବାକୁ ଥିବା ଏହି ମିଶନର ଲକ୍ଷ୍ୟ ହେଉଛି, ଚନ୍ଦ୍ରପୃଷ୍ଠରେ ଅବତରଣ କରି ନମୂନା ଏକତ୍ର କରିବ ଏବଂ ପୃଥିବୀକୁ ଫେରିଆସିବ । ଏହା ପୂର୍ବରୁ ଏପ୍ରିଲ ୨୦୨୪ରେ ଚନ୍ଦ୍ରଯାନ-୪ର ରୂପରେଖ ପ୍ରସ୍ତୁତ କରିସାରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ  । ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ପଥର ସମେତ ଅନ୍ୟ ନମୂନା ସଂଗ୍ରହ କରି ପୃଥିବୀ ଆଣିବା ଲାଗି ଏହି ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଚନ୍ଦ୍ରଯାନ-୪କୁ ଦୁଇଟି ରକେଟ୍‌ ଏଲଭିଏମ-୩ ଏବଂ ପିଏସଏଲଭିରେ ଲଞ୍ଚ କରିବାକୁ ଯୋଜନା କରିଛି ଇସ୍ରୋ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.