ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ରାହୁଲ ଗାନ୍ଧୀଙ୍କ ଜୀବନ ପ୍ରତି ରହିଛି ବିପଦ, ଚାଲିଛି ଷଡଯନ୍ତ୍ର : ସଞ୍ଜୟ ରାଉତଙ୍କ ବଡ଼ ବୟାନ

ମୁମ୍ବାଇ,୧୮।୯:  କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଜୀବନରେ ମାରିବାକୁ ହେଉଛି ଷଡଯନ୍ତ୍ର। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ। ରାଜ୍ୟର ଶାସକ ଦଳ ବିଜେପିର ନେତା ରାହୁଲଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ସେ ନିନ୍ଦା କରିଛନ୍ତି। ଏହା ସହ ବିଜେପି ନେତାଙ୍କ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହ ଚୁପ୍‌ ଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। 

ସଞ୍ଜୟ ରାଉତ କହିଛନ୍ତି, ରାହୁଲଙ୍କ ସ୍ଥିତି ତାଙ୍କ ଜେଜେ ମା’ (ଇନ୍ଦିରା ଗାନ୍ଧୀ) ଓ ବାପା (ରାଜୀବ ଗାନ୍ଧୀ)ଙ୍କ ଭଳି ହେବ ବୋଲି ତାଙ୍କୁ ଧମକ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି କଥା ଜାଣିବା ପରେ ମଧ୍ୟ ଚୁପ୍ ଅଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହାର ଅର୍ଥ ସେ ଏଭଳି ଟିପ୍ପଣି ଦେଇଥିବା ଲୋକଙ୍କ ସହ ଅଛନ୍ତି। 

ସେ କହିଛନ୍ତି, ରାହୁଲ ବର୍ତ୍ତମାନ ବିରୋଧି ଦଳ ନେତା ଓ ତାଙ୍କୁ କ୍ୟାବିନେଟ୍‌ ରାଙ୍କ ମିଳିଛି।ଯେତେବେଳେ ଆପଣଙ୍କ ପାର୍ଟିର ଲୋକ ତାଙ୍କ ଉପରେ ଆକ୍ରାମକ କରିବା କଥା କହୁଛନ୍ତି ସେ ସମୟରେ ଆପଣ(ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ) ଚୁପ୍ ରହୁଛନ୍ତି। ଆମେ ଏହାକୁ ବରଦାସ୍ତ କରିବୁ ନାହିଁ। ରାହୁଲଙ୍କ ବିରୋଧରେ ଏଭଳି ଷଡଯନ୍ତ୍ରର ଅର୍ଥ ହେଉଛି ତାଙ୍କ ଜୀବନ ପ୍ରତି ବିପଦ ରହିଛି। କିଛି ଲୋକ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଉଲ୍ଳେଖନୀୟ ଯେ, ବିଜେପି ରାଜ୍ୟସଭା ସାଂସଦ ଅନିଲ ବୋଣ୍ଡେ କହିଛନ୍ତି, ରାହୁଲଙ୍କ ଜିଭ କାଟିଦେବା ଦରକାର, କାରଣ ସେ ସଂରକ୍ଷଣ ବିଷୟରେ ଯାହା କହୁଛନ୍ତି, ତାହ ବିପଦଜନକ।ତାଙ୍କ ପରେ ଶିବସେନା(ସିନ୍ଦେ ଗୋଷ୍ଠୀ) ବୁଲଢାଣା ବିଧାୟକ ସଞ୍ଜୟ ଗାଏକଓ୍ବାଡ କହିଥିଲେ ଯିଏ ଏଭଳି କରିବ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.