ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ଭାରତୀୟ ସେନାର ଗୌରବ ଏମାନେ; କିଏ ଦେଶ ପାଇଁ ଜୀବନ ହାରିଛି, ତ କିଏ କାର୍ଗିଲରେ ଶତ୍ରୁକୁ ଦେଇଛି କଡ଼ା ଜବାବ

Published By : Prameya | August 15, 2024 4:34 PM

ନୂଆଦିଲ୍ଲୀ, ୧୫।୮: ଅନ୍ତରୀକ୍ଷରୁ ଅଲମ୍ପିକ୍ସ । ସଶସ୍ତ୍ରବଳରୁ ସଂସଦ । ସବୁ କ୍ଷେତ୍ରରେ ଆଜି ମହିଳାମାନଙ୍କ ବିଜୟର ବାନା ଫରଫର ହୋଇ ଉଡ଼ୁଛି । ନିଜର ଦକ୍ଷତାକୁ ଯୁଗେ ଯୁଗେ ସେ ପ୍ରମାଣିତ କରିଆସିଛି । ଘରର ଚାରିକାନ୍ଥ ଭିତରେ ସେ ନିଜକୁ ସୀମିତ କରିନାହିଁ, ଦେଶ ତଥା ସମାଜର ସୁରକ୍ଷା ବହନ କରି ପୁରୁଷ ସହ କାନ୍ଧ ମିଳାଇ ସଶସ୍ତ୍ରବଳରେ ନିଜକୁ ପ୍ରତିଷ୍ଠା କରିପାରିଛି । ସେ ହେଉଛି ଭାରତୀୟ ନାରୀ । ଜଳ, ସ୍ଥଳ ତଥା ବାୟୁସେନାରେ କାର୍ଯ୍ୟ କରି ପ୍ରସିଦ୍ଧି ଲାଭ କରିଥିବା ଏମାନେ ହେଉଛନ୍ତି ସେହି ସାହସୀ ମହିଳା । 

ପୁନିତା ଅରୋରା- ଭାରତୀୟ ସେନାରେ ନିଯୁକ୍ତି ଦିନେ ମହିଳାଙ୍କ ପାଇଁ ସ୍ୱପ୍ନ ଥିଲା । ଆଉ ଏବେ ଭାରତୀୟ ସେନାରେ ନିଯୁକ୍ତ ବହୁସଂଖ୍ୟକ ମହିଳା ଅଧିକାରୀ । କିଏ ସେହି ମହିଳା ଯିଏ ପ୍ରଥମେ ଏହି କ୍ଷେତ୍ରରେ ପାଦ ଥାପିଥିଲେ । ଏ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ପୁନିତା ଅରୋରା । ଯିଏ ଭାରତୀୟ ନୌସେନାର ପ୍ରଥମ ମହିଳା ଲେପ୍ଟନାଣ୍ଟ ଜେନେରାଲ । ୧୯୪୬ ମେ ୩୧ରେ ପାକିସ୍ତାନ ଲାହୋରେ ପୁନିତାଙ୍କ ଜନ୍ମ । ୨୦୦୪ ମସିହାରେ ଭାରତୀୟ ନୌସେନାରେ ଲେପ୍ଟନାଣ୍ଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ । ୩୬ ବର୍ଷ କାର୍ଯ୍ୟକାଳ ଭିତରେ ସେ ସମୁଦାୟ ୧୫ଟି ପଦକ ହାସଲ କରିଥିଲେ । 

କିରଣ ଶେଖାୱାତ୍‌- ଭାରତୀୟ ମହିଳା ନୌସେନାଙ୍କ କଥା ଉଠିଲେ, କିରଣ ଶେଖାୱାତ୍‌ଙ୍କ ଛବି ପ୍ରଥମେ ଆସେ । କାର୍ଯ୍ୟରେ ସହିଦ ହୋଇଥିବା ପ୍ରଥମ ମହିଳା ଅଧିକାରୀ ଥିଲେ ସେ । ମେ ୧, ୧୯୮୮ରେ ମୁମ୍ୱାଇର ଏକ ରାଜପୁତ୍ ପରିବାରରେ ତାଙ୍କ ଜନ୍ମ । ଭାରତୀୟ ନୌସେନାର ପର୍ଯ୍ୟବେକ୍ଷକ ଭାବେ ବିମାନଯାତ୍ରା ସମୟରେ ୨୦୧୫ ମାର୍ଚ୍ଚ ୧୪ରେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଡୋର୍ନିୟର ବିମାନ । ଯେଉଁଥିରେ ପ୍ରାଣ ହରାଇଥିଲେ ଲେପ୍ଟନାଣ୍ଟ କିରଣ ଶେଖାୱତ୍ । ୨୦୧୦ ମସିହାରେ ସେ ସେନାର ଯୋଗ ଦେଇଥିଲେ । ଏହାର ଠିକ୍ ୫ ବର୍ଷ ପରେ ସେ ସେନାରେ ସହିଦ୍ ହୋଇଥିଲେ । 

ଦିବ୍ୟା ଅଜିତ୍ କୁମାର- ମାତ୍ର ୨୧ ବର୍ଷ ବୟସରେ ଭାରତୀୟ ସେନାରେ ‘ସୋଡ୍ ଅଫ୍ ଅନର’ ହାସଲ କରିଥିବା ପ୍ରଥମ ମହିଳା କ୍ୟାଡେଟ୍ ଭାବେ ଇତିହାସ ରଚିଥିଲେ ଦିବ୍ୟା ଅଜିତ୍ କୁମାର । ଚେନ୍ନାଇର ଏକ ତାମିଲ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଦିବ୍ୟା । ୨୦୧୦ ମସିହାରେ ବାୟୁରକ୍ଷା କୋରରେ ନିଯୁକ୍ତି ପାଇଥିଲେ କ୍ୟାପଟେନ୍ ଦିବ୍ୟା ଅଜିତ୍ କୁମାର । 

ପଦ୍ମା ବନ୍ଦ୍ୟୋପାଧ୍ୟାୟ- ଭାରତୀୟ ବାୟୁସେନାର ପ୍ରଥମ ମହିଳା ଏୟାର ମାର୍ସଲ ଭାବେ ପରିଚିତ ପଦ୍ମା ବନ୍ଦ୍ୟୋପାଧ୍ୟାୟ । ୪ ନଭେମ୍ୱର ୧୯୪୪ରେ ଆନ୍ଧ୍ରପ୍ରଦେଶ ତିରୁପତିର ଏକ ତାମିଲ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୬୮ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ଭାରତର ପ୍ରଥମ ଏୟାର ମାର୍ସଲ ଭାବେ ସେ ଏହି ସୁନାମ ଅର୍ଜନ କରିଛନ୍ତି । ନିଜର ଅଦମ୍ୟ ସାହସ ଓ ଉତ୍ସର୍ଗୀକୃତ ଦେଶସେବା ପାଇଁ ୨୦୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ଭାରତୀୟ ସଶସ୍ତ୍ରବାହିନୀରେ ତିନି ତାରକା ପ୍ରାପ୍ତ କରିଥିବା ଦ୍ୱିତୀୟ ମହିଳା ଥିଲେ ପଦ୍ମା । କେବଳ ସେତିକି ନୁହେଁ, ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ତାଙ୍କର ସେବା ପାଇଁ ବିଶିଷ୍ଟ ସେବା ପଦକ ପାଇଥିଲେ । 

ଗୁଞ୍ଜନ ସକ୍ସେନା- ‘କାର୍ଗିଲ୍ ଗର୍ଲ’ ଭାବେ ଜଣାଶୁଣା ଗୁଞ୍ଜନ ସକ୍ସେନା । ଯିଏ କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ମହିଳା ପାଇଲଟ୍ ଭାବେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ଭାରତର ପ୍ରଥମ ମହିଳା ଥିଲେ, ଯିଏ କାର୍ଗିଲ ଯୁଦ୍ଧ ସମୟରେ ଭାରତ ପକ୍ଷରୁ ଶତ୍ରୁକୁ କଡ଼ା ଜବାବ ଦେଇଥିଲେ । ଏଥିପାଇଁ ସେ ଶୌର୍ଯ୍ୟବୀର ପୁରସ୍କାର ମଧ୍ୟ ପାଇଛନ୍ତି । ତେବେ ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ତିଆରି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.