ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଦ୍ୱୈତ ବିପଦ: ମାନ୍ଦାବସ୍ଥା ଓ ଯୁଦ୍ଧଭୟ

ଭୁବନେଶ୍ୱର, ୭।୮: ଏକବିଂଶ ଶତାବ୍ଦୀରେ ବିଶ୍ୱ ଉତ୍ତାପନ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଯେଉଁ ବିପଦ ସୃଷ୍ଟି କରିଛି ସେଥିରୁ ଉଦ୍ଧାର ପାଇବା ସକାଶେ ମାନବ ସମାଜ ନିରବଚ୍ଛିନ୍ନ ଭାବରେ ପ୍ରୟାସ ଜାରି ରଖିଛି । ଏହା ଭବିଷ୍ୟତରେ ଆହୁରି ବିପଦ ସୃଷ୍ଟି କରିବ । ଏପରି ସ୍ଥଳେ ଯୁଦ୍ଧ ଭଳି ମାନବକୃତ ବିପଦ ବିଶ୍ୱ ପାଇଁ ଦୋହରା ସମସ୍ୟା ଉତ୍ପନ୍ନ କରିଛି । ଏହା ବିଶ୍ୱର ଅର୍ଥନୀତି ପ୍ରତି ଯେତିକି ବିପଦ ଉପୁଯାଇଛି ଭବିଷ୍ୟତରେ ତାହା ଆହୁରି ଉତ୍କଟ ଆକାର ଧାରଣ କରିବ ବୋଲି ଏବେଠାରୁ ଅର୍ଥଶାସ୍ତ୍ରୀ ଓ ରାଜନୈତିକ ବିଶାରଦମାନେ ଭବିଷ୍ୟବାଣୀ ଶୁଣାଇଲେଣି ।

ବିଶ୍ୱସ୍ତରରେ ବିଭିନ୍ନ ଜଟିଳତା ସୃଷ୍ଟି ହେବାରେ ଲାଗିଛି । ଏକପକ୍ଷରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ସାଂଘାତିକ ଆକ୍ରମଣର ଆଶଙ୍କା ଉଙ୍କି ମାରିଲାଣି, ଅନ୍ୟପକ୍ଷରେ ରୁଷ ଓ ୟୁକ୍ରେନ ଯୁଦ୍ଧ ଫଳରେ ଉଭୟ ପକ୍ଷର ଧନ ଜୀବନ ବିପର୍ଯ୍ୟସ୍ତ ହୋଇସାରିଲାଣି । ଦେଶ-ଦେଶ ଭିତରେ ସହୃଦୟତା ପ୍ରାୟ ଲୁପ୍ତ ହେବାକୁ ବସିଲାଣି । ଏଭଳି ହେବାର ବହୁ କାରଣ ରହିଛି । ଧନୀ ରାଷ୍ଟ୍ରମାନେ ଅନ୍ୟମାନଙ୍କୁ ଊଣା ନଜରରେ ଦେଖିବା ଖୋଇ ଛାଡ଼ିନାହାଁନ୍ତି । ବିକାଶଶୀଳ ଦେଶମାନେ ବିଭିନ୍ନ କାରଣରୁ ଧନୀ ରାଷ୍ଟ୍ରମାନଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାରେ ବହୁ ଦୂରନ୍ତ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହୁଛି । ଯୁଦ୍ଧ ଆଶଙ୍କା ସମେତ ଅନେକାନେକ କାରଣ ବିଶ୍ୱ ବଜାର ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । 

ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା କେବଳ ସେହି ଦେଶ ପାଇଁ ନୁହେଁ, ବିଶ୍ୱବ୍ୟାପୀ ହାହାକାର ସୃଷ୍ଟି କଲାଣି । ନିକଟରେ ହଠାତ୍‌ ଆମେରିକାରେ ମାନ୍ଦାବସ୍ଥା ବିସ୍ଫୋରକ ରୂପ ନେବା ହେତୁ ୧୬ଲକ୍ଷ କୋଟି ଏକାଥରକେ ଗୋଲ୍‌ ହୋଇଗଲା । ସୂଚକାଙ୍କ ଏକସମୟରେ ୨୨ଶହ ପଏଣ୍ଟ ଖସିଗଲା । ସେହିଭଳି ନିଫ୍‌ଟି ୬୬୨ ପଏଣ୍ଟ ତଳକୁ ଚାଲିଯାଇଛି । ଚଳିତ ବର୍ଷରେ ଏହା ହେଉଛି ଦ୍ୱିତୀୟ ବୃହତ୍‌ ହ୍ରାସ । ବଜାର ମୂଲ୍ୟ ହ୍ରାସ ପଛରେ ଆମେରିକରେ କ୍ରମାଗତ ଲାଗିରହିଥିବା ମାନ୍ଦାବସ୍ଥାକୁ ତଦ୍‌ବିଦ୍‌ ମହଲ ଦାୟୀ କରୁଛନ୍ତି । ଆମେରିକା ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ହୋଇଥିବାରୁ ତାହାର ପ୍ରଭାବ ବିଭିନ୍ନ ବାଣିଜ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ । ଇରାନ ପକ୍ଷରୁ ଇସ୍ରାଏଲ ବିରୋଧରେ ରଣହୁଙ୍କାର ଦିଆଯାଉଛି । କେବଳ ସେଥିରେ ତାହା ସୀମିତ ରହିନାହିଁ । 

ହମାସ୍‌ ଉପରେ ଗାଜା ସେକ୍ଟରରେ ହଜାର ହଜାର ଶିଶୁ ଓ ବୃଦ୍ଧମାନଙ୍କୁ ଇସ୍ରାଏଲୀ ଗୋଳା ବୃଷ୍ଟି କିଭଳି ଭୟାନକ ପରିସ୍ଥିତି ସୃଷ୍ଟି କରିଛି, ତାହା ସାରା ବିଶ୍ୱ ଦେଖିଛି । ଏହା ଭିତରେ ପ୍ରମୁଖ ଏକାଧିକ ପ୍ରମୁଖ ନେତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ତାହା ଇରାନ ଓ ତାର ସମର୍ଥକ ମହଲକୁ ଅଧିକ ରୁଷ୍ଟ କରିପକାଇଛି । ଇସ୍ଲାମିକ ଜଗତକୁ ଏକାଠି କରି ଇରାନ ଓ ମଧ୍ୟପ୍ରାଚ୍ୟକୁ ପୂର୍ବରୁ ଇସ୍ରାଏଲ ବିରୋଧରେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇନଥିଲେ । ତେଣେ ଆମେରିକାର ସମର୍ଥନ ପଶ୍ଚିମ ଏସିଆକୁ ତତ୍ପଶଯ୍ୟାରେ ପରିଣତ କରିଦେଲାଣି । ଏପର୍ଯ୍ୟନ୍ତ ରୁଷ-ୟୁକ୍ରେନ ସଂଘର୍ଷରେ ବିରାମର ସମ୍ଭାବନା ଥିଲା ଭଳି କିଛି ଅବସ୍ଥା ଦିଶୁନାହିଁ । ଏଥିରେ ଉଭୟ ରୁଷ ଓ ୟୁକ୍ରେନ ବ୍ୟାପକ ରୂପେ କ୍ଷତିଗ୍ରସ୍ତ । କିନ୍ତୁ କେହି ନିଜ ଜିଦ୍‌ ଛାଡ଼ିବା ଅବସ୍ଥାରେ ନାହାଁନ୍ତି । ଭାରତ ଓ ଅନ୍ୟ କେତେକ ଦେଶ ଏହି ବିଷମ ଅବସ୍ଥାର ଅବସାନ ସକାଶେ ପ୍ରୟାସ ଚଳାଇଛନ୍ତି । ମାତ୍ର ସେଥିରୁ କିଛି ସୁଫଳ ମିଳିବା ଭଳି ଆପାତତଃ ଦିଶୁନାହିଁ । ଆମ ପ୍ରଧାନମନ୍ତ୍ରୀ ଏକାଧିକ ବାର ଜେଲିନସ୍କି ଓ ପୁଟିନଙ୍କ ସହ ବିଚାର ବିମର୍ଶ କରି ଯୁଦ୍ଧାବସାନ ପାଇଁ ମଧ୍ୟସ୍ଥତା ଲାଗି ଉଦ୍ୟମ କରିଛନ୍ତି । 

କିନ୍ତୁ ନାଟୋ ପଞ୍ଝାରୁ ୟୁକ୍ରେନ ନା' ବାହାରି ପାରୁଛି, ନା' ରୁଷ ତା'ର ଜିଦ୍‌ରୁ ଓହରିଯାଉଛି । ଏଭଳି ଜଟିଳ ଅବସ୍ଥା କେତେ କାଳ ଲାଗି ରହିବ, ତାହା କିଏ ଜାଣିଛି ? ଉପସାଗୀୟ ଯୁଦ୍ଧର ଘନଘଟା ଏବଂ ଆର୍ଥିକ ମାନ୍ଦାବସ୍ଥା ଭିତରେ ଅଦୃଶ୍ୟ ଅଥଚ ଦୃଢ଼ ସମ୍ପର୍କ ରହିଛି । ଯୁଦ୍ଧର ଭୟ ଭଳି ମାନ୍ଦାବସ୍ଥାର ପ୍ରତିକୂଳ ପ୍ରଭାବ ସମଗ୍ର ପ୍ରକରଣକୁ ବିଷମତା ଦିଗରେ ଟାଣି ନେଉଛି । ବିଶ୍ୱସ୍ତରରେ ଅହେତୁକ ଦରଦାମ ବୃଦ୍ଧି କିଭଳି ମୁଦ୍ରାସ୍ଫୀତି ପାଇଁ ଇନ୍ଧନ ଯୋଗାଉଛି, ତାହା ସମସ୍ତଙ୍କୁ ବିସ୍ମୟ ଚକିତ କରୁଛି । ମାତ୍ର ଏଭଳି ସ୍ଥିତିରୁ ଶୀଘ୍ର ମୁକୁଳିବାର ରାସ୍ତା ଦିଶୁନାହିଁ । ଯେଉଁ ସମୟ ପର୍ଯ୍ୟନ୍ତ ସାମଗ୍ରିକ ଦୃଷ୍ଟିରୁ ବିକଶିତ ତଥା ବିକାଶଶୀଳ ଦେଶମାନେ ମିଳିତ ପ୍ରୟାସ କରିନାହାଁନ୍ତି, ଏଭଳି ସମସ୍ୟା ଅସମାହିତ ରହିବା ଥୟ । ଆପାତତଃ ଏହି ଯାଆଁଳା ବିପଦ ବିଶ୍ୱାସୀଙ୍କ ପିଛା ଛାଡ଼ିବାର ଦେଖାଯାଉନାହିଁ । ଯୁଦ୍ଧ ଆଶଙ୍କା ଭଳି ଆର୍ଥିକ ମାନ୍ଦାବସ୍ଥା ତମାମ୍‌ ବିଶ୍ୱବାସୀଙ୍କୁ କ୍ରମାଗତ ତ୍ରସ୍ତ କରି ରଖିଥିବ । 

ଏକବିଂଶ ଶତାବ୍ଦୀରେ ବିଶ୍ୱ ଉତ୍ତାପନ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଯେଉଁ ବିପଦ ସୃଷ୍ଟି କରିଛି ସେଥିରୁ ଉଦ୍ଧାର ପାଇବା ସକାଶେ ମାନବ ସମାଜ ନିରବଚ୍ଛିନ୍ନ ଭାବରେ ପ୍ରୟାସ ଜାରି ରଖିଛି । ଏହା ଭବିଷ୍ୟତରେ ଆହୁରି ବିପଦ ସୃଷ୍ଟି କରିବ । ଏପରି ସ୍ଥଳେ ଯୁଦ୍ଧ ଭଳି ମାନବକୃତ ବିପଦ ବିଶ୍ୱ ପାଇଁ ଦୋହରା ସମସ୍ୟା ଉତ୍ପନ୍ନ କରିଛି । ଏହା ବିଶ୍ୱର ଅର୍ଥନୀତି ପ୍ରତି ଯେତିକି ବିପଦ ଉପୁଯାଇଛି ଭବିଷ୍ୟତରେ ତାହା ଆହୁରି ଉତ୍କଟ ଆକାର ଧାରଣ କରିବ ବୋଲି ଏବେଠାରୁ ଅର୍ଥଶାସ୍ତ୍ରୀ ଓ ରାଜନୈତିକ ବିଶାରଦମାନେ ଭବିଷ୍ୟବାଣୀ ଶୁଣାଇଲେଣି । ତଥାପି ମହାଶକ୍ତିମାନେ ପ୍ରଚ୍ଛନ୍ନରେ ଯୁଦ୍ଧକୁ ଉସୁକାଉଛନ୍ତି ଏବଂ ୟୁକ୍ରେନ, ଇସ୍ରାଏଲ ଭଳି ରାଷ୍ଟ୍ରଙ୍କୁ ସହାୟତା ଯୋଗାଉଛନ୍ତି । ତାହା ଦୁନିଆର ଖାଦ୍ୟ, ଇନ୍ଧନ ଓ ସାମଗ୍ରୀ ଯୋଗାଣର ସ୍ୱାଭାବିକ ଶୃଙ୍ଖଳକୁ ତୁଟାଇ ଦେଇଛି । ଅର୍ଥବ୍ୟବସ୍ଥା ସଂକୁଚିତ ହେବା ସହ ମାନ୍ଦାବସ୍ଥାର ବାଦଲ ବିଶ୍ୱ ଉପରେ ଘନୀଭୂତ ହେବାରେ ଲାଗିଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.