ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପାଠ ଓ ଶିକ୍ଷା ଫାଙ୍କରେ ଇଞ୍ଜିନିୟର

ଭୁବନେଶ୍ୱର ,ଡ. ଅନ୍ତର୍ଜିତା ନାୟକ,୧୯।୭: ପାଠ କାହିଁକି ପଢ଼ିବା ? ପାଠ ପଢ଼ିଲେ କ'ଣ ମିଳିବ ? ସାଧାରଣ ଭାବରେ ପ୍ରଶ୍ନର ଉତ୍ତର ଦେବାକୁ ଗଲେ, ଭଲ ପାଠ ପଢ଼ିଲେ ଭଲ ଚାକିରି ମିଳିବ ଓ ପରବର୍ତ୍ତୀ ସମୟରେ ଏକ ଭଲ ଜୀବନ ନିର୍ବାହ କରିହେବ । ତାହାଛଡ଼ା ପାଠ ପଢ଼ିଲେ ସମାଜ ଆମକୁ ଶିକ୍ଷିତ ବୋଲି କହିବ । ହେଲେ ପାଠ ଓ ଶିକ୍ଷା କ'ଣ ସମାନ? ଯଦିଓ ପାଠ ଓ ଶିକ୍ଷା ସମାନ ନୁହଁନ୍ତି, ହେଲେ ଆଧୁନିକ ଯୁଗରେ ପାଠ ଶିକ୍ଷାଠାରୁ ବେଶୀ ବଳବାନ । ପାଠ ପଢ଼ି ହାସଲ କରିଥିବା ଡିଗ୍ରୀ ଦ୍ୱାରା ଶିକ୍ଷାଗତ ଯୋଗ୍ୟତାକୁ ମପାଯାଉଛି । ସେଇ ଭୁଲ୍‌ ଯୋଗୁଁ ଆମେ ପାଠ ଓ ଶିକ୍ଷା ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟକୁ ଦେଖି ପାରୁନାହୁଁ, ଯାହାର ଏକ ସୁଦୂରପ୍ରସାରୀ ପ୍ରଭାବ ଆମ ଉପରେ ପଡୁଛି । 

ପାଠ ଆମକୁ ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ ଶିଖାଇ ଥାଏ । ହେଲେ ସେଇ ଜ୍ଞାନର ବ୍ୟବହାର କିପରି କରିବାର ଅଛି ତାହା କେବଳ ଉଚିତ ଶିକ୍ଷାଦ୍ୱାରା ସମ୍ଭବ । ପାଠ କେବଳ ତତ୍ତ୍ୱଗତ ହେଲେ ଶିକ୍ଷା ବ୍ୟାବହାରିକ । ଉଦାହରଣ ସ୍ୱରୂପ, ବଢୁଥିବା ତାପମାତ୍ରା ଆମ ସମସ୍ତଙ୍କୁ ନାକେଦମ କରାଉଛି । ୪୦-୪୨-୪୫-୪୬-ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆମ ପାଠ ଦ୍ୱାରା ତାପମାତ୍ରା କାହିଁକି ବୃଦ୍ଧିପାଉଛି ତାହା ଆମେ ଆକଳନ କରିପାରୁଛୁ, ଯାହାକୁ ଆମ ଶିକ୍ଷା ଦ୍ୱାରା ଆମେ ନିୟନ୍ତ୍ରଣରେ ରଖିପାରିଥାନ୍ତେ । କିନ୍ତୁ ଆମ ପାଠପଢା ଆମ ଶିକ୍ଷାକୁ ମାଡ଼ିବସିଛି । ପାଠ ଧନ ଉପାର୍ଜନ କରିବାର ମାଧ୍ୟମ, ହେଲେ ଧନ କିପରି ଉପାର୍ଜନ କରିବାର ଅଛି, କିପରି ସେଇ ଧନକୁ ବ୍ୟବହାର କରି ପୁଞ୍ଜି ଗଠନ କରିବାର ଅଛି, ତାହା ଶିକ୍ଷା ଦ୍ୱାରା ସମ୍ଭବ । ସେଥିଲାଗି ପାଠପଢ଼ା ଓ ଶିକ୍ଷିତ ହେବାରେ ତାଳମେଳ ରହୁନାହିଁ । 

ଉଦାହରଣ ସ୍ୱରୂପ, ଜଣେ ଇଞ୍ଜିନିୟରିଂ ପାଠ ପଢ଼ିବା ଓ ଜଣେ ଭଲ ଇଞ୍ଜିନିୟର ହେବା । ଇଞ୍ଜିନିୟରିଂ ପରୀକ୍ଷାରେ ଭଲ ନମ୍ବର ରଖିବା ଓ ଭଲ ଇଞ୍ଜିନିୟରଟେ ହେବାରେ ଏକ ବଡ଼ ଫାଙ୍କ ରହିଯାଉଛି । ସେଇ ଫାଙ୍କର ଶିକାର ଯେମିତି ଦେଶର ଭବିଷ୍ୟତ ନହେଉ, ସେଥିପ୍ରତି ଯତ୍ନବାନ ହେବାର ଅଛି । ଆଜିର ଏହି ଯାନ୍ତ୍ରିକ ଓ ଅତ୍ୟାଧୁନିକ ଯୁଗରେ ଅଗ୍ରଣୀ ଅର୍ଥବ୍ୟବସ୍ଥାକୁ ଲକ୍ଷ୍ୟରଖି ଭାରତ ଭଳି ଦେଶରେ ଇଞ୍ଜିନିୟରିଂ ଶିକ୍ଷା ଏବଂ ଭିତ୍ତିଭୂମିର ଏକ ବିଶାଳ ନେଟୱାର୍କ ପରିଲକ୍ଷିତ ହେଉଛି, ଯେଉଁଠି ବିଶ୍ୱର ସର୍ବାଧିକ ଇଞ୍ଜିନିୟର ସୃଷ୍ଟି ହେଉଛନ୍ତି (ବାର୍ଷିକ ୧.୫ ମିଲିୟନ) । ଏବେ ପ୍ରଶ୍ନ ଏହା ଯେ, କ'ଣ ଦେଶ ସତରେ ଏତେ ଇଞ୍ଜିନିୟରମାନଙ୍କୁ ଲୋଡ଼େ? ୧୬ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ଆମେରିକା ବର୍ଷକୁ ପ୍ରାୟ ୧ଲକ୍ଷ ଇଞ୍ଜିନିୟର ସୃଷ୍ଟି କରିଲାବେଳେ, ଭାରତ ବାର୍ଷିକ ୩.୭ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ୧୫ଲକ୍ଷ ଇଞ୍ଜିନିୟର ସୃଷ୍ଟି କରିଥାଏ । ତେବେ ଇଞ୍ଜିନିୟରମାନଙ୍କର ଅତିରିକ୍ତ ସୃଷ୍ଟିର ଆବଶ୍ୟକତା କ'ଣ ପାଇଁ? ଅର୍ଥନୀତି ପାଇଁ ଆବଶ୍ୟକ କ'ଣ- ପରିମାଣ ନା ଉତ୍କର୍ଷତା ? 

ଭାରତୀୟ ଅର୍ଥନୀତିର କ୍ଷେତ୍ରଗତ ଗଠନ ବିଷୟରେ ବିଚାର କରିବାବେଳେ ଏହା ସ୍ପଷ୍ଟ ହୋଇଯାଏ ଯେ, ଅନେକ କ୍ଷେତ୍ର ଇଞ୍ଜିନିୟରମାନଙ୍କୁ ଆବଶ୍ୟକ କରେନାହିଁ । ଉଦାହରଣ ସ୍ୱରୂପ, ଜିଡିପିର ଶତକଡା ୧୦ଭାଗ ଗଠନ କରୁଥିବା ପର୍ଯ୍ୟଟନ କ୍ଷେତ୍ର, ସାଧାରଣତଃ ଇଞ୍ଜିନିୟରିଂ ପାରଦର୍ଶିତା ଆବଶ୍ୟକ କରେନାହିଁ । ସେହିଭଳି ଅର୍ଥ, ବାଣିଜ୍ୟ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭଳି କ୍ଷେତ୍ରଗୁଡିକ ଇଞ୍ଜିନିୟରଙ୍କ ଉପରେ ନିର୍ଭର କରନ୍ତି ନାହିଁ । ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୃଷି ପରି କ୍ଷେତ୍ରରେ ମଧ୍ୟ ଇଞ୍ଜିନିୟରର ଆବଶ୍ୟକତା ସୀମିତ । ଆଶ୍ଚର୍ଯ୍ୟର କଥା, ଜିଡିପିର ୫୦%ରୁ ଅଧିକ ଭାଗରେ ଇଞ୍ଜିନିୟରଙ୍କ ଭୂମିକା ନାହିଁ । ତେବେ ଭାରତରେ ଏତେ ଇଞ୍ଜିନିୟର କାହା ପାଇଁ? କିଛି ବର୍ଷ ତଳେ ଉତ୍ପାଦନ ଥିଲା ମୁଖ୍ୟ ଜନ- ନିଯୁକ୍ତି କ୍ଷେତ୍ର, ଯେଉଁଥିରେ ମୁଖ୍ୟତଃ ଇଲେକଟ୍ରିକାଲ୍‌, ମେକାନିକାଲ୍‌ ଏବଂ ସିଭିଲ୍‌ ପରି ମୂଳ ଇଞ୍ଜିନିୟରିଂ ଶାଖାଗୁଡ଼ିକରୁ ନିଯୁକ୍ତି ଦିଆଯାଉଥିଲା । କ୍ରମାଗତ ଜିଡିପିରେ ଉତ୍ପାଦନର ଅବଦାନ ୧୭%ରେ ଅଟକି ରହିଯିବା କାରଣରୁ ମୂଳ ଇଞ୍ଜିନିୟରିଂ ଶାଖାଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ଏକ ଜଟିଳ ପରିସ୍ଥିତ ସୃଷ୍ଟି ହୋଇଗଲା । ସେତିକିବେଳେ ଆଇଟି କ୍ଷେତ୍ର ଏକ ନୂତନ ଜନ ନିଯୁକ୍ତିକାରୀ ଭାବରେ ଉଭା ହେଲା, ଯାହା ଜିଡିପିର ପ୍ରାୟ ୫%କୁ ବୃଦ୍ଧି ପାଇଥିଲା । 

କିନ୍ତୁ ବର୍ତ୍ତମାନ ଆଇଟି କ୍ଷେତ୍ରରେ ମଧ୍ୟ କେବଳ କୁଶଳୀ ବୃତ୍ତିଧାରୀମାନଙ୍କର ହିଁ ଚାହିଦା ରହିଛି । ଇଞ୍ଜିନିୟରିଂ ପାଠ୍ୟକ୍ରମ ପରେ ନିଯୁକ୍ତି କ୍ଷେତ୍ରରେ ଚାକିରି ସୁଯୋଗର ଅଭାବ ହେତୁ ଅଧିକ ଇଞ୍ଜିନିୟରିଂ ଛାତ୍ରମାନେ ଅଣ-ଇଞ୍ଜିନିୟରିଂ ଚାକିରି ଚୟନ କରୁଛନ୍ତି । ଏହାର ପ୍ରମୁଖ କାରଣ ହେଉଛି ଇଞ୍ଜିନିୟରଙ୍କର ଯୋଗାଣ ଅଧିକ ଥିବାବେଳେ ଚାହିଦା କମ୍‌ । ଆଜିକା ପରିସ୍ଥିତିରେ ଅଧିକାଂଶ ଇଞ୍ଜିନିୟର ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତାହା ଇଞ୍ଜିନିୟରିଂ କଲେଜରେ ପଢ଼ିଥିବା ପାଠ ସହିତ କୌଣସି ସମ୍ପର୍କ ରଖେନାହିଁ । ତାହାଛଡ଼ା, ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ବା ଇଞ୍ଜିନିୟରିଂ ଶିକ୍ଷାବ୍ୟବସ୍ଥା ଓ ଶିକ୍ଷାଦାନ, ପ୍ରାୟତଃ ପ୍ରଭାବଶାଳୀ ଯୋଗାଯୋଗ, ପରିକଳ୍ପନାକାରୀ ତଥା ସମାଲୋଚନାକାରୀ ଚିନ୍ତାଧାରା ଏବଂ ସମସ୍ୟା ସମାଧାନ ଭଳି କୌଶଳକୁ ଅବହେଳା କରୁଥିବାର ମନେ ହେଉଛି । କୃତ୍ରିମ ବୁଦ୍ଧିମତା ଏବଂ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଦକ୍ଷତା ସହିତ ପ୍ରଭାବଶାଳୀ ଯୋଗାଯୋଗ, ସହଯୋଗ ଏବଂ ପରିକଳ୍ପନା, ନବୀକରଣ ଭଳି ବୃତ୍ତିଗତ ଦକ୍ଷତା ହେଉଛି ଶିଳ୍ପଗୁଡ଼ିକର ଚାହିଦା । ହେଲେ, ବିଡ଼ମ୍ବନା ଏହା ଯେ ପ୍ରାୟ ୯୪% ଇଞ୍ଜିନିୟରଙ୍କ ମଧ୍ୟରେ ଇଞ୍ଜିନିୟରିଂ ଡିଗ୍ରୀ ସତ୍ତେ୍ୱ ଚାକିରି କରିବା ପାଇଁ ଆବଶ୍ୟକ କୌଶଳର ଅଭାବ ରହୁଛି, ଯାହାପାଇଁ ଚାକିରି ଦେଉଥିବା ଶିଳ୍ପସଂସ୍ଥା ପୁନଃ ସେଇମାନଙ୍କୁ ତାଲିମ ଦେବାକୁ ବାଧ୍ୟ ହେଉଛନ୍ତି । 

ସେଥିପାଇଁ ବହୁ ଇଞ୍ଜିନିୟରଙ୍କୁ ଚାକିରି କରିବାର କିଛି ବର୍ଷ ମଧ୍ୟରେ ଚାକିରିରୁ ବାହାର ମଧ୍ୟ କରିଦିଆଯାଉଛି । ଆସ୍ପାୟାରିଂ ମାଇଣ୍ଡସ୍‌ର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସର୍ବନିମ୍ନ ୪.୭୭% ଡିଗ୍ରୀଧାରୀ ଇଞ୍ଜିନିୟର କୌଣସି ପ୍ରୋଗ୍ରାମିଂ କାର୍ଯ୍ୟପାଇଁ ସଠିକ୍‌ ତର୍କ ଲେଖିପାରିବେ । ଏହି ନିଯୁକ୍ତି ସଙ୍କଟ କେବଳ ଆଇଟି କ୍ଷେତ୍ରରେ ସୀମିତ ନୁହେଁ, ବରଂ ଏହା ଯାନ୍ତ୍ରିକ ଡିଜାଇନ ଇଞ୍ଜିନିୟର ଏବଂ ସିଭିଲ ଇଞ୍ଜିନିୟରିଂ ଭଳି କ୍ଷେତ୍ରରେ ମଧ୍ୟ ବିସ୍ତୃତ, ଯାହାଫଳରେ ନିଯୁକ୍ତି ହାର ଯଥାକ୍ରମେ କେବଳ ୫.୫୫% ଏବଂ ୬.୪୮% । କେବଳ ଆଇଆଇଟି, ନିଟ୍‌, ଆଇଆଇଏସ୍‌ସି ଭଳି କିଛି ଇଞ୍ଜିନିୟରିଂ ଅନୁଷ୍ଠାନଙ୍କୁ ଛାଡ଼ିଦେଲେ, ଅନ୍ୟ ଇଞ୍ଜିନିୟରିଂ କଲେଜଗୁଡ଼ିକର ଶିକ୍ଷାଦାନ ନିମ୍ନ ଓ ରୋଜଗାର ଅକ୍ଷମ । ଇଞ୍ଜିନିୟରିଂ ପାଠ ପଢ଼ିଦେଇ ଇଞ୍ଜିନିୟରଟେ ହୋଇଗଲେ କେବଳ ଲକ୍ଷ୍ୟ ସାଧନ ହୁଏନାହିଁ । ଇଞ୍ଜିନିୟର ଜଣଙ୍କର ଦକ୍ଷତା ସମାଜ ଲାଗି ଉଦ୍ଦିଷ୍ଟ ଜିନିଷ କିପରି ଗଢୁଛି ବା ଅର୍ଜିତ ଇଞ୍ଜିନିୟରିଂ ଜ୍ଞାନ କେତେ ଉଦ୍ଭାବନଶୀଳ ଓ ପ୍ରୟୋଗକାରୀ, ତାହାର ସମୀକ୍ଷା ମଧ୍ୟ ନିହାତି ଜରୁରି । ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନମାନଙ୍କରେ ପଢ଼ାଉଥିବା ପ୍ରଯୁକ୍ତିବିଦ୍ୟା କେତେ ପ୍ରୟୋଗକାରୀ, ତାହାର ହିସାବ ସେଇ ପ୍ରତିଷ୍ଠାନରୁ ହିଁ କରିବା ଉଚିତ । ମେଡିକାଲ କଲେଜରେ ଯେପରି ଡାକ୍ତର ଉପଲବ୍ଧ, ସ୍କୁଲରେ ଯେପରି ଶିକ୍ଷକ ଉପଲବ୍ଧ, ହାଟରେ ଯେପରି ବେପାରୀ ଉପଲବ୍ଧ, ସେହିପରି ଇଞ୍ଜିନିୟରିଂ କଲେଜମାନଙ୍କରେ ଯଦି ଇଞ୍ଜିନିୟର ଉପଲବ୍ଧ ହେବେ ତେବେ ଯାଇ ସେଇ ଇଞ୍ଜିନିୟରିଂ କଲେଜ ଦକ୍ଷ ଓ କୌଶଳ ଇଞ୍ଜିନିୟର ଗଢ଼ୁଛି ବୋଲି କହିପାରିବା । ମୋର ଏହି କଥାଟି ବୁଝିବାକୁ ଟିକିଏ ଅଡୁଆ ଲାଗୁଥିବ । 

ମୋର କହିବାର ତାତ୍ପର୍ଯ୍ୟ ଏହା ଯେ, ଯଦି ଇଞ୍ଜିନିୟରିଂ କଲେଜରେ ଇଞ୍ଜିନିୟର ମିଳିବେ, ତେବେ ସେଠାକାର ସିଭିଲ, ମେକାନିକାଲ, ଇଲେକଟ୍ରିକାଲ, କମ୍ପ୍ୟୁଟରଜନିତ ସମସ୍ୟାର ନିରାକରଣ ଓ ନିବାରଣ ସହଜରେ ହେଉଥିବା ଉଚିତ । ଏହାକୁ ଆଉ ଟିକିଏ ପ୍ରାଞ୍ଜଳ ଭାବରେ ବୁଝାଇବାକୁ ଗଲେ, ଯଦି ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ ସିଭିଲ୍‌ ଇଞ୍ଜିନିୟରିଂ ପାଠପଢ଼ା ହେଉଛି ତେବେ ସେଇ ଅନୁଷ୍ଠାନ ବା ଅନୁଷ୍ଠାନରେ ଥିବା ଆବାସିକ କ୍ୱାର୍ଟର୍ସମାନଙ୍କରେ ଛାତରୁ ପାଣି ଗଳିବା, କାନ୍ଥ ଫାଟିବା, ନୂତନ କୋଠା ତିଆରି କରିବା, ଜଳ ଏବଂ ଜଳ ନିଷ୍କାସନ ସମସ୍ୟା, ରାସ୍ତାରେ ଖାଲ ଢିପ ଭଳି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଭଳି ସମସ୍ୟା ରହିବା କଥା ନୁହେଁ । କାରଣ ସିଭିଲ ଇଞ୍ଜିନିୟରମାନେ ପ୍ରମୁଖ ପରିବହନ ପ୍ରକଳ୍ପର ପରିକଳ୍ପନା କରନ୍ତି, ନିର୍ମାଣ ଏବଂ ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ଯୋଜନା, ଡିଜାଇନ ଏବଂ ତଦାରଖ କରନ୍ତି । ଯଦି ପଢ଼ୁଥିବା ସେଇ ପାଠର ପ୍ରୟୋଗ, ପଢ଼ୁଥିବା ସେଇ ଅନୁଷ୍ଠାନରୁ ହିଁ କରାଯାଇ ପାରନ୍ତା, ତେବେ ଇଞ୍ଜିନିୟରିଂ ବିଦ୍ୟା କେବଳ ବହି-ଖାତା, ପରୀକ୍ଷା ଓ ପରୀକ୍ଷା ନମ୍ବରରେ ସୀମିତ ହୋଇ ରୁହନ୍ତା ନାହିଁ । ପ୍ରଯୁକ୍ତିବିଦ୍ୟାର ବ୍ୟାବହାରିକ ପ୍ରୟୋଗ ପଢ଼ୁଥିବା ସମୟ ଓ ପଢ଼ୁଥିବା ସ୍ଥାନରୁ ହିଁ ଆରମ୍ଭ କରିଦେବା ଉଚିତ । ଏହା କେବଳ ସିଭିଲ ଇଞ୍ଜିନିୟରିଂ କ୍ଷେତ୍ର ଲାଗି ଉଦ୍ଦିଷ୍ଟ ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ ଥିବା ଅନ୍ୟ ସବୁ ଶାଖାମାନଙ୍କ ଲାଗି ମଧ୍ୟ ଉଦ୍ଦିଷ୍ଟ । ପରିକଳ୍ପନା ଆଧାରିତ ବା ଆନୁମାନିକ ସମସ୍ୟାର ସମାଧାନ ପରିବର୍ତ୍ତେ ବାସ୍ତବ ସମସ୍ୟାର ସମାଧାନର ଦକ୍ଷତାକୁ କେନ୍ଦ୍ର କରି ଛାତ୍ରଛାତ୍ରୀମାନଙ୍କର ମୂଲ୍ୟାଙ୍କନ କରାଯିବା କଥା । 

ଯଦି ଇଞ୍ଜିନିୟରିଂ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ଚାହିଦା ଏବଂ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ନୁହଁନ୍ତି, ତେବେ ସେମାନେ ଶିଳ୍ପ ବା କମ୍ପାନୀର ଆବଶ୍ୟକତାକୁ ପୂରଣ କରିପାରିବେ ବୋଲି ସନ୍ଦେହ ସୃଷ୍ଟିହୁଏ । ଅର୍ଥନୀତିରେ ଏକ ଲୋକପ୍ରିୟ ବ୍ୟାଖ୍ୟା ଅଛି- ଡବଦ୍ଭଗ୍ଧ ଗ୍ଦବଗ୍ଧସଗ୍ଦଲଚ୍ଚସଦ୍ଭଶ କ୍ଟ୍ରକ୍ଟଙ୍ଗରକ୍ସ କ୍ଟଲ ବ ମକ୍ଟଜ୍ଞଜ୍ଞକ୍ଟୟସଗ୍ଧଚ୍ଚ ସଗ୍ଦ ମବକ୍ଷକ୍ଷରୟ ଙ୍କଗ୍ଧସକ୍ଷସଗ୍ଧଚ୍ଚ. ସେହିପରି ଯଦି ଇଞ୍ଜିନିୟରମାନଙ୍କର ଉପଯୋଗିତା ରହିବ ନାହିଁ, ତେବେ ସେମାନଙ୍କର ଚାହିଦା କମିଯିବ । ସେଥିପାଇଁ ଇଞ୍ଜିନିୟରମାନଙ୍କର ଉପଯୋଗିତା, ଚାହିଦା ଓ ଯୋଗାଣ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରିବା ଆବଶ୍ୟକ । ଯାହାଫଳରେ ମାନବ ସମ୍ବଳ ଓ ଅର୍ଥନୈତିକ ନିଷ୍କ୍ରିୟତା, ନିଶ୍ଚଳତାକୁ ଏଡ଼ାଇ ଦିଆଯାଇପାରିବ, ଯାହା ନିଶ୍ଚିତ ଭାବରେ ଦେଶର ଆର୍ଥିକ ବିକାଶ ଓ ଅଭିବୃଦ୍ଧି ଲାଗି ଏକ ସୁସ୍ଥ ସଂକେତ । ବିଶ୍ୱର ପ୍ରଗତି ଏବଂ ବିକାଶ ପାଇଁ ଇଞ୍ଜିନିୟରିଂ ପାଠ ଓ ଇଞ୍ଜିନିୟରମାନଙ୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । 

ଇଞ୍ଜିନିୟରମାନେ ବିସ୍ତୃତ ସିଭିଲ ଇଞ୍ଜିନିୟରିଂ ପ୍ରକଳ୍ପଠାରୁ ଆରମ୍ଭ କରି ଅତ୍ୟାଧୁନିକ ରୋବଟ୍‌, ସ୍ପେସ୍‌ ଟେକନୋଲାଜି ଏବଂ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ସବୁକିଛିରେ ଅଗ୍ରଗାମୀ କାର୍ଯ୍ୟ କରିବା ସହିତ ଦ୍ରୁତଗତିରେ ଆମକୁ ଆଗକୁ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛନ୍ତି, ଯେଉଁଥିରେ ଦ୍ୱିମତ ନାହିଁ । ବିଶ୍ୱ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ପ୍ରବେଶ କରିଲାବେଳେ ଇଞ୍ଜିନିୟରମାନଙ୍କର ଚାହିଦା ବଢ଼ିବ, ଅଧିକ ବିଶେଷଜ୍ଞ ତଥା ଅତ୍ୟାଧୁନିକ ଇଞ୍ଜିନିୟରିଂ ପ୍ରାଗ୍ରାମ ପାଇଁ ଅଧିକ ଆବଶ୍ୟକତା ମଧ୍ୟ ସୃଷ୍ଟିହେବ । ସେଇ ପରିସ୍ଥିତି ଏବଂ ଆବଶ୍ୟକତା ସହିତ ମେଳ ଖୁଆଇବାକୁ ହେଲେ ଭବିଷ୍ୟତ ଇଞ୍ଜିନିୟରମାନଙ୍କୁ ସେମାନଙ୍କର ଜ୍ଞାନ ଏବଂ ବ୍ୟାବହାରିକ ଦକ୍ଷତା ଓ କୌଶଳର ବିକାଶ କରିବାକୁ ହେବ । ଏହା ପୃଥକ ଇଞ୍ଜିନିୟରିଂ ଧାରଣା ବ୍ୟତୀତ, ବାସ୍ତବ ଦୁନିଆର ସମସ୍ୟାର ସମାଧାନ ନିମନ୍ତେ ଜ୍ଞାନ ଓ କୌଶଳର କ୍ରମାଙ୍କ ଏବଂ ମିଶ୍ରଣ ବିଧିର ପ୍ରୟୋଗ କରିବାକୁ ପଡ଼ିବ । 

ଏହା କରିବା ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମଗୁଡ଼ିକ ଛାତ୍ରମାନଙ୍କର ବୈଷୟିକ ଜ୍ଞାନ ଏବଂ ସମାଲୋଚନାକାରୀ ଚିନ୍ତାଧାରାକୁ ଅଗ୍ରଗତି କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଅନେକ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ ସେମାନଙ୍କ ପାଠ୍ୟକ୍ରମକୁ ଅଦ୍ୟତନ କରିବା, ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ଏକ ଉତ୍ତମ ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ରିୟ ଭାବରେ କାର୍ଯ୍ୟ ଆରମ୍ଭ କରିଦେଲେଣି । ଇଞ୍ଜିନିୟରିଂ ଶିକ୍ଷା ଏବଂ ସ୍ନାତକ ନିଯୁକ୍ତିର ସାମଗ୍ରିକ ଗୁଣରେ ଉନ୍ନତି ପାଇଁ ଶିକ୍ଷାନୁଷ୍ଠାନ, ଶିଳ୍ପ ସହଭାଗୀ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ଏକ ସାମୂହିକ ପ୍ରୟାସ ଆବଶ୍ୟକ । ତାହାଠାରୁ ଅତି ଆବଶ୍ୟକ ହେଉଛି ଇଞ୍ଜିନିୟର ଛାତ୍ରଛାତ୍ରୀଙ୍କର ଇଞ୍ଜିନିୟରିଂ ଶିକ୍ଷାର ନୈତିକ ଏବଂ ବ୍ୟାବହାରିକ ପ୍ରୟୋଗର ଭାବନା, ଯାହା ଇଞ୍ଜିନିୟରିଂ ପାଠ ଓ ଇଞ୍ଜିନିୟରିଂ ଶିକ୍ଷା ମଧ୍ୟରେ ଥିବା ଫାଙ୍କକୁ ଲାଘବ କରି ସ୍ଥାୟୀ ରାଷ୍ଟ୍ର ନିର୍ମାଣରେ ସହାୟକ ହେବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.