ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

‘ଟିକଟକ୍‌କୁ ରକ୍ଷା କରିବାକୁ ଚାହୁଁଥିଲେ ମୋତେ ଜିତାନ୍ତୁ’; ଆମେରିକୀୟଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଅପିଲ୍‌

ନୂଆଦିଲ୍ଲୀ:  ଭୋଟ୍‌ ଫର ଟ୍ରମ୍ପ, ସେଭ୍‌ ଟିକଟକ୍‌ । ଦିନେ ସର୍ଟ ଭିଡିଓ ଆପ୍‌ ଟିକଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିବା ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏହାକୁ ନିଜର ନିର୍ବାଚନୀ ଅସ୍ତ୍ର କରିଛନ୍ତି । ଟିକ୍‌ଟକ୍‌କୁ ରକ୍ଷା କରିବାକୁ ଚାହୁଁଥିଲେ ଟ୍ରମ୍ପଙ୍କୁ ଭୋଟ ଦେଇ ଜିତାନ୍ତୁ ବୋଲି ସେ ଆମେରିକୀୟଙ୍କୁ ଅପିଲ କରିଛନ୍ତି ।  ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋଶାଲ’ରେ ପୋଷ୍ଟ କରି ଆମେରିକୀୟଙ୍କୁ ଏଭଳି କହିଛନ୍ତି ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏହା ସହ ଡେମୋକ୍ରାଟିକ ପାର୍ଟି ଏବଂ ତାଙ୍କର ପ୍ରତିଦ୍ବନ୍ଦୀ କମଲା ହ୍ୟାରିସ ଟିକ୍‌ଟକ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରାଇଦେବାକୁ ଚାହୁଁଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି । ତେଣୁ ଟିକଟକ୍‌କୁ ରକ୍ଷା କରିବାକୁ ଚାହୁଁଥିଲେ ଟ୍ରମ୍ପଙ୍କୁ ଭୋଟ ଦିଅନ୍ତୁ ବୋଲି ସେ ଭୋଟରଙ୍କୁ ଅପିଲ କରିଛନ୍ତି । 

ସେ ଏକ ଭିଡିଓ ଜାରି କହିଛନ୍ତି, ପ୍ରତିପକ୍ଷ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି କିନ୍ତୁ ମୁଁ ଟିକଟକ୍‌ରେ ଏବେ ବଡ଼ ଷ୍ଟାର । ଟ୍ରମ୍ପ ୩ ମାସ ପୂର୍ବରୁ ଟିକଟକ୍‌ ସହ ଯୋଡ଼ି ହୋଇଥିଲେ । ଏହି ଆପ୍‌ରେ ତାଙ୍କର ୧୦.୮ ମିଲିୟନ୍‌ ଫଲୋୟର୍ସ ଅଛନ୍ତି । ସେହିଭଳି ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସ ଦୁଇ ମାସ ପୂର୍ବରୁ ଟିକଟକ୍‌ରେ ଯୋଡ଼ି ହେବା ସହ ତାଙ୍କୁ ୫  ମିଲିୟନ୍‌ ୟୁଜର୍ସ ଫଲୋ କରୁଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ‘ ଆମେ ଟିକଟକ୍‌କୁ ବନ୍ଦ କରିବୁ ନାହିଁ କିନ୍ତୁ ଆମ ପ୍ରତିପକ୍ଷ ଏହାକୁ ବନ୍ଦ କରିଦେବେ । ଯଦି ଟିକଟକ୍‌କୁ ଭଲ ପାଉଛନ୍ତି ତେବେ ବାହାରକୁ ଆସନ୍ତୁ ଏବଂ ଟ୍ରମ୍ପଙ୍କୁ ଭୋଟ ଦିଅନ୍ତୁ ।’ 

ସେପଟେ ଯୁବପୀଢ଼ିଙ୍କ ଗହଣରେ ଟିକ୍‌ଟକ୍‌ର କ୍ରେଜ୍‌ ଖୁବ ଅଧିକ । ତେଣୁ ଉଭୟ ଦଳର ରାଷ୍ଟ୍ରପତି ଟିକ୍‌ଟକକୁ ନେଇ ସକାରତ୍ମକ ମନୋଭାବ ପୋଷଣ କରୁଛନ୍ତି ।  ବର୍ତ୍ତମାନ ପରିସ୍ଥିତିରେ ଟ୍ରମ୍ପ କିମ୍ବା ବାଇଡେନ୍‌ ପ୍ରଶାସନ କେହି ଟିକଟକ୍‌ ବ୍ୟାନ ସପକ୍ଷରେ ମତ ଦେଉନାହାନ୍ତି । କିନ୍ତୁ ଏହା ପୂର୍ବରୁ ବାଇଡେନ୍‌ ପ୍ରଶାସନ ଚୀନ୍‌ କମ୍ପାନି ‘ବାଇଟ୍‌ ଡ୍ୟାନ୍ସ’କୁ ଭିଡିଓ ସେୟାରିଂ ଆପ୍‌ ଟିକଟକ୍‌କୁ ବିକ୍ରି କରିଦେବାକୁ ଅଲ୍ଟିମେଟମ ଦେଇଥିଲେ । ଜାନୁଆରୀ ୨୦୨୫ ଡେଡଲାଇନ୍ ଦିଆଯାଇଥିବା ବେଳେ ଏହାକୁ ବିରୋଧ କରିଥିଲେ ଟ୍ରମ୍ପ । କିନ୍ତୁ ରାଷ୍ଟ୍ରପତି ଥିବା ବେଳେ ଖୋଦ ଟ୍ରମ୍ପ ‘ଏକ୍ଜିକ୍ୟୁଟିଭ ଅର୍ଡର’ ଜରିଆରେ ଟିକଟକ୍‌ ଉପରେ ବ୍ୟାନ ଲଗାଇବାକୁ ଚେଷ୍ଟା କରିଥିଲେ । 

 

  • America
  • Donald Trump
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.