ପ୍ରମୂଖ ଖବର
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

'ହ୍ୟାରୀ ପୋଟର୍' ଅଭିନେତ୍ରୀ ମ୍ୟାଗି ସ୍ମିଥଙ୍କ ଦେହାନ୍ତ

ନୂଆଦିଲ୍ଲୀ,୨୮/୦୯: 'ହ୍ୟାରୀ ପୋଟର୍' ଅଭିନେତ୍ରୀ ଡେମ୍ ମ୍ୟାଗି ସ୍ମିଥଙ୍କ ଦେହାନ୍ତ । ତାଙ୍କୁ  ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସ୍ମିଥଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ଦୁଇ ପୁଅ ସୂଚନା ଦେଇଛନ୍ତି। ତେବେ ବ୍ରିଟିଶ ମଞ୍ଚ ଓ ସିନେମାର ଜଣେ ମହାନ ବ୍ୟକ୍ତିତ୍ୱର ପରିଚୟ ହାସଲ କରିଥିବା ସ୍ମିଥ ୨ ଥର ସମ୍ମାନଜନକ ଅସ୍କାର ପୁରସ୍କାର ଜିତିଥିଲେ। ୧୯୬୯ରେ ତାଙ୍କୁ The Prime of Miss Jean Brodie ପ୍ରଥମେ ଅସ୍କାର ମିଳିଥିଲା। ସେହିପରି ୧୯୭୮ରେ 'କାଲିଫର୍ନିଆ ସୁଟ୍' ପାଇଁ ତାଙ୍କୁ ସର୍ପୋଟିଂ ଅଭିନେତ୍ରୀ ଭାବେ ଅସ୍କାର ପ୍ରଦାନ କରାଯାଇଥିଲା।

୨ ପୁଅ ଓ ୫ ନାତି ନାତୁଣୀଙ୍କ ସହ ସ୍ମିଥ ରହୁଥିଲେ। ହେଲେ ଆଜି ସକାଳେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ବୟୟ ଜନିତ ଅସୁସ୍ଥତା କାରଣରୁ ଗୋଟିଏ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲେ। ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ମିଥ୍ ପ୍ଲେହାଉସ୍ ଥିଏଟରରେ ପ୍ରଥମେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ୧୯୫୮ରେ ସେ ପ୍ରଥମଥର ପାଇଁ ସିନେମାରେ ସୁଯୋଗ ପାଇଥିଲେ। ସେଥ୍ ହୋଲ୍ଟଙ୍କ ଥ୍ରୀଲର 'ନୋହେର୍ ଟୁ ଗୋ'ରେ ତାଙ୍କୁ ପ୍ରଥମେ ସୁଯୋଗ ମିଳିଥିଲା। ସ୍ମିଥ ଅନ୍ୟତମ ଅଭିନେତା ରବର୍ଟ ଷ୍ଟେଫେନ୍ସକୁ ୧୯୬୭ରେ ବିବାହ କରିଥିଲେ। ଖ୍ରୀଷ୍ଟଫର ଓ ଟୋବେ ନାମରେ ସେମାନଙ୍କର ଦୁଇ ଜଣ ପୁଅ ରହିଛନ୍ତ। କିନ୍ତୁ ୧୯୭୫ରେ ସ୍ମିଥ ଓ ରବର୍ଟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ସେହି ବର୍ଷ ସ୍ମିଥ ଲେଖକ ବେଭରେଲୀ କ୍ରସଙ୍କୁ ବିବାହ କରିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.