ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ପୂଜାରେ ୨ ଲକ୍ଷ କୋଟି ଉଡ଼ାଇବେ ସହରବାସୀ, ଆରମ୍ଭ ହୋଇଗଲାଣି ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ ସେଲ୍‌

ନୂଆଦିଲ୍ଲୀ,୨୭/୦୯: ଭାରତରେ ଆରମ୍ଭ ହୋଇଗଲାଣି ପୂଜା ଋତୁ । ଲୋକେ ସପିଂରେ ବ୍ୟସ୍ତ । ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ସେଲ୍‌ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ପାର୍ବଣ ସମୟରେ ଦେଶର ସହରାଞ୍ଚଳରେ ରହୁଥିବା ଲୋକମାନେ  ଉପହାର, ଆପ୍ଲିଆନ୍ସ, ଇଲେକ୍ଟ୍ରୋନିକ୍ସ, ଫର୍ଣ୍ଣିଚର  ଏବଂ ଅନ୍ୟାନ୍ୟ ସାମଗ୍ରୀରେ ପ୍ରଚୁର ମାତ୍ରାରେ ବ୍ୟୟ  କରିଥାନ୍ତି । ପୂଜା ସେଲ୍‌ ଆରମ୍ଭ ହୋଇଯାଇଛି । ଏଭଳି କ୍ଷେତ୍ରରେ ଲୋକାଲ୍‌ ସର୍କଲ୍ସ ପକ୍ଷରୁ  କରାଯାଇଥିବା ଏକ ସର୍ଭେ ଅନୁସାରେ, ୨୦୨୪  ପୂଜା ଋତୁରେ ସହରୀ ଲୋକମାନେ ୨୨୦୦ କୋଟି  ଡଲାର ବା ୧.୮୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ  ଯୋଜନା କରିଛନ୍ତି ।   

ସର୍ଭେରେ ଅଂଶଗ୍ରହଣ କରିଥିବା ୧୨,୦୦୮  ଲୋକଙ୍କ ମଧ୍ୟରୁ ୪% କହିଛନ୍ତି ଯେ, ସେମାନେ  ଲକ୍ଷେ କିମ୍ବା ଅଧିକ ଖର୍ଚ୍ଚ କରିବେ । ୧୮% ଲୋକଙ୍କ  କହିବାନୁସାରେ, ସେମାନେ ୨୦,୦୦୦ରୁ ୫୦,୦୦୦  ଟଙ୍କା ମଧ୍ୟରେ ଖର୍ଚ୍ଚ କରିବେ । ସେହିଭଳି ୨୬%  ଲୋକଙ୍କ ଅନୁସାରେ, ସେମାନେ ୧୦,୦୦୦ରୁ  ୨୦,୦୦୦ ଟଙ୍କା ବ୍ୟୟ କରିବେ । ମୋଟାମୋଟି  ଭାବେ ପ୍ରତି ୨ରେ ଜଣେ ସହରୀ କହିଛନ୍ତି ଯେ, ସେ  ପୂଜାରେ ୧୦,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ ।  

ଚଳିତ ପୂଜା ଋତୁରେ ସପିଂ ବା ଖର୍ଚ୍ଚ  କରିବାବେଳେ କାହା ଉପରେ ଅଧିକ ଧ୍ୟାନ ଦେବେ  ବୋଲି ପ୍ରଶ୍ନରେ ୪୬% ଅଂଶଗ୍ରହଣକାରୀ କହିଛନ୍ତି  ଯେ, ଭ୍ୟାଲ୍ୟୁ ଫର୍‌ ମନି ଉପରେ ସେମାନେ ଗୁରୁତ୍ୱ  ଦେବେ । ୪୩% ଅଂଶଗ୍ରହଣକାରୀଙ୍କ ଅନୁସାରେ,  ସେମାନେ ଉତ୍ପାଦର ମାନ ଉପରେ ଅଗ୍ରାଧିକାର  ଦେବେ । ସେହିଭଳି ୮% କହିଛନ୍ତି ଯେ, ସିଲେକ୍ସନ  ଏବଂ ରେଞ୍ଜ୍‌ ଉପରେ ଗୁରୁତ୍ୱ ଦେବେ । ୩% ନିଜ ସୁବିଧା ଅନୁସାରେ ସପିଂ କରିବେ ବୋଲି କହିଛନ୍ତି । 

ତେବେ ସପିଂ ପାଇଁ କେଉଁଠିକୁ ଯିବେ ବୋଲି  ପ୍ରଶ୍ନରେ ୧୧,୭୧୦ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ  ୭୦% କହିଛନ୍ତି ଯେ, ସେମାନେ ମଲ୍‌, ରିଟେଲ  ଷ୍ଟୋର, ସ୍ଥାନୀୟ ବଜାରକୁ ଯିବେ । ୧୩% କହିଛନ୍ତି  ଯେ, ସେମାନେ ଇ-କମର୍ସ ଏବଂ ଅନ୍‌ଲାଇନ୍‌ ସାଇଟ୍‌  ବା ଆପ୍‌ରେ ସପିଂ କରିବେ । ସର୍ଭେରେ ଅଂଶଗ୍ରହଣ  କରିଥିବା ସହରୀ ଭାରତୀୟମାନଙ୍କୁ ପ୍ରଶ୍ନ କରାଇଥିଲା  ଯେ, ସେମାନେ କେଉଁ କେଉଁ ବର୍ଗରେ ସପିଂ କରିବେ । ୧୨,୯୭୦ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୭୦% କହିଲେ  ଯେ, ସେମାନେ ପୂଜା ଦୀପ, ଲ୍ୟାମ୍ପ, ମହମବତି,  ଲାଇଟିଂ ଆଦି କିଣିବେ । ୬୪% ଗିଫ୍‌ଟ ପ୍ୟାକ୍‌, ଖାଦ୍ୟ,  ଡ୍ରାଏ ଫ୍ରୁଟ୍‌, ଫଳ, ଚକୋଲେଟ୍‌, ପାରମ୍ପରିକ ମିଠା  କିଣିବେ । ୪୦% ଅଂଶଗ୍ରହଣକାରୀ ହୋମ୍‌ ଡେକର  କିଣିବାକୁ ଯୋଜନା କରିଥିବା ସର୍ଭେରୁ ଜଣାପଡ଼ିଛି ।  ବିଉଟି ଏବଂ ଫ୍ୟାଶନରେ ଖର୍ଚ୍ଚ କରିବା ପାଇଁ ୩୮%  ଅଂଶଗ୍ରହଣକାରୀ ଇଚ୍ଛା ପ୍ରକାଶ କରିଛନ୍ତି । ୨୨%  ସ୍ମାର୍ଟଫୋନ୍‌ ଏବଂ ଇଲେକ୍ଟ୍ରୋନିକ୍ସରେ ଖର୍ଚ୍ଚ କରିବେ ।  ୧୮% ହ୍ୱାଇଟ୍‌ ଗୁଡ୍‌ସ, ୪% ଅଟୋମୋବାଇଲରେ  ସପିଂ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେହିଭଳି  ୪% ଗହଣା କିଣିବେ ବୋଲି ପ୍ରକାଶ କରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.