ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ହରର-କମେଡି ଫିଲ୍ମ 'ଭୁଲ ଭୁଲେୟା ୩' ଟିଜର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ

ନୂଆଦିଲ୍ଲୀ,୨୭/୦୯: ହରର-କମେଡି ସହ ପରଦାକୁ ଫେରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ । 'ଭୁଲ ଭୁଲେୟା ୩' ରୁହ ବାବା ସହ ଧମାକା କରିବାକୁ ଥିବା ବେଳେ ପୁଣି ମଞ୍ଜୁଲିକା ସହ ଆମ୍ନା ସାମ୍ନା ହେବେ । ତେବେ ଏହି ଫିଲ୍ମ ସହ ବିଦ୍ୟା ବାଲାନ ମଞ୍ଜୁଲିକା ହୋଇ କମବ୍ୟାକ କରୁଛନ୍ତି । ଏହା ଘୋଷଣା ପରେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମର ଅପଡେଟକୁ ନେଇ ଅପେକ୍ଷା କରି ରହିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ବିଦ୍ୟା ବାଲାନଙ୍କ ଝଲକ ଦେଖିବାକୁ ମିଳିଛି । ଆଜି ରିଲିଜ ହୋଇଛି 'ଭୁଲ ଭୁଲେୟା ୩' ର ଟିଜର । ଏହି ଟିଜର ବେଶ ରୋମାଞ୍ଚକର ହୋଇଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ।

ତେବେ ପୂର୍ବ ଅପେକ୍ଷା 'ଭୁଲ ଭୁଲେୟା ୩' ରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନ ମୁହାଁମୁହିଁ ହେବେ । ଏହି ଟିଜରରେ କ୍ରୋଧିତ ମଞ୍ଜୁଲିକା ତାଙ୍କ କୋଠରୀରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ମଞ୍ଜୁଲିକା ତାଙ୍କ ସିଂହାସନ ପାଇଁ ଲଢୁଥିବା ନଜର ଆସିଛନ୍ତି । ଏହି ଫିଲ୍ମରେ ଦର୍ଶାଯାଇଛି ଯେ, ଫିଲ୍ମରେ ରୁହ ବାବା ଏବଂ ମଞ୍ଜୁଲିକାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ବିପକ୍ଷରେ ନଜର ଆସିବେ ତ୍ରିପ୍ତୀ ଡିମ୍ରି । ଟିଜରରେ ଉଭୟଙ୍କ ରୋମାନ୍ସ ତଡକା ମଧ୍ୟ ଦେଖିବାକୁ ମିଳିଛି । ଟିଜର ଦମଦାର ରହିଥିବାବେଳେ ଫ୍ୟାନ୍ସ ଏହାକୁ ଦେଖି ଫିଲ୍ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଖବର ଅନୁସାରେ, ଏହି ଫିଲ୍ମରେ ମାଧୁରୀ ଦୀକ୍ଷିତ ବି ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ଏକ ସ୍ୱତନ୍ତ୍ର କ୍ୟାମୋ ରହିଥିବା ଜଣାପଡିଥିବା ବେଳେ କିନ୍ତୁ ନିର୍ମାତାମାନେ ଟିଜରରେ ତାଙ୍କ ଝଲକ ଦେଖାଇ ନାହାଁନ୍ତି । ଯାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ସେହିପରି 'ଭୁଲ ଭୁଲେୟା ୩' 'ଭୁଲ ଭୁଲେୟା' ପ୍ରାଞ୍ଜାଇଜର ତୃତୀୟ ଭାଗ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ ୧ ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । ତେବେ 'ଭୁଲ ଭୁଲେୟା ୩' ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବାକୁ ଯାଉଛି । ଯାହା ବକ୍ସ ଅଫିସରେ ଧମାକା କରିବ । 




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.