ପ୍ରମୂଖ ଖବର
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଶିଗେରୁ ଇଶିବା ହେବେ ଜାପାନ ପ୍ରଧାନମନ୍ତ୍ରୀ, ଅକ୍ଟୋବର ପହିଲାରେ ସମ୍ଭାଳିବେ କାର୍ଯ୍ୟଭାର

ଟୋକିଓ, ୨୮/୦୯: ଶିଗେରୁ ଇଶିବା ଜାପାନର  ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଶୁକ୍ରବାର ଅନୁଷ୍ଠିତ  ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି (ଏଲ୍‌ଡିପି) ନିର୍ବାଚନରେ  ସେ ବିଜୟୀ ହୋଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସନାଏ  ଟକାଇଚି ପାର୍ଟି ସଦସ୍ୟଙ୍କ ୧୯୪ ଭୋଟ ପାଇଥିବାବେଳେ  ଶିଗେରୁଙ୍କୁ ୨୧୫ ଭୋଟ ମିଳିଛି । ଅକ୍ଟୋବର ୧ରେ ସଂସଦ ଅଧିବେଶନ ଆରମ୍ଭରେ ଶିଗେରୁ ପ୍ରଧାନମନ୍ତ୍ରୀ  ପଦ ସମ୍ଭାଳିବେ । 

ଜାପାନରେ ଶାସକ ଦଳ ପାର୍ଟି ଅଧ୍ୟକ୍ଷ  ପ୍ରଧାନମନ୍ତ୍ରୀ ହୋଇଥାନ୍ତି । ଏଲ୍‌ଡିପି ନିକଟରେ ସଂସଦର  ଉଭୟ ଗୃହରେ ବହୁମତ ରହିଛି । ତେଣୁ ଏବେ ଦଳର  ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଶିଗେରୁ ୨୦୨୫ ପର୍ଯ୍ୟନ୍ତ  ପ୍ରଧାନମନ୍ତ୍ରୀ ପଦରେ ରହିବେ । ଏହା ପରେ ଦେଶରେ  ସାଧାରଣ ନିର୍ବାଚନ ହେବ । ୬୭ ବର୍ଷୀୟ ଶିଗେରୁ  ଏହା ପୂର୍ବରୁ ୪ ଥର ପାର୍ଟି ଲିଡରଶିପ୍‌ ପାଇଁ ନିର୍ବାଚନ  ଲଢ଼ିଥିଲେ । ୨୦୧୨ରେ ଶିଞ୍ଜୋ ଆବେଙ୍କ ବିରୋଧରେ ସେ  ଛିଡ଼ା ହୋଇଥିଲେ ହେଁ ପରାଜିତ ହୋଇଥିଲେ । 

ନିର୍ବାଚନ  ଜିତିବା ପରେ ଶିଗେରୁ କହିଛନ୍ତି, ଏବେ ସେ ଦଳକୁ  ନୂଆ ଭାବେ ଛିଡ଼ା କରି ଲୋକଙ୍କ ଭରସା ଜିତିବେ । ନିଜ  କାର୍ଯ୍ୟକାଳରେ ଜନତା ଓ ଦେଶ ସହ ସଚ୍ଚୋଟ ରହିବା  ସହ ଦେଶର ସୁରକ୍ଷା ଏବଂ ବିକାଶ ଦିଗରେ କାର୍ଯ୍ୟ  କରିବେ । 

ଶିଗେରୁ ଜାପାନର ପ୍ରତିରକ୍ଷା ଏବଂ କୃଷି ମନ୍ତ୍ରୀ  ରହିଥିଲେ । ସେ ୧୯୮୬ରେ ୨୯ ବର୍ଷ ବୟସରେ ପ୍ରଥମ  ନିର୍ବାଚନ ଜିତିଥିଲେ । ସେତେବେଳେ ସେ ସଂସଦର  ସର୍ବକନିଷ୍ଠ ସଦସ୍ୟ ହୋଇଥିଲେ । ଏଥର ପ୍ରଚାରରେ  ଶିଗେରୁ ଦେଶରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ଧୀରେ  ଧୀରେ ବନ୍ଦ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.