ପ୍ରମୂଖ ଖବର
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଥରିଲା ବେରୁଟ୍‌: ହିଜବୁଲ୍ଲାର ମୁଖ୍ୟାଳୟ ଧ୍ବଂସ, ନସରୁଲ୍ଲାହ ନିହତ !

ନୂଆଦିଲ୍ଲୀ: ଇସ୍ରାଏଲ୍ ସେନା ଲେବାନନର ରାଜଧାନୀ ବେରୁଟର ଦହୀହ ଅଞ୍ଚଳରେ ଏକାଧିକ ଏୟାର ଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ମିଲିଟାରି ମୁଖ୍ୟାଳୟ ଧ୍ବଂସ ହୋଇଛି । ଏୟାର ଷ୍ଟ୍ରାଇକ ସମୟରେ ମୁଖ୍ୟାଳୟରେ ହିଜବୁଲ୍ଲାର ମୁଖ୍ୟ ସାୟେଦ ହାସନ ନସରୁଲ୍ଲାହ ଥିଲା ବୋଲି ଇସ୍ରାଏଲ ସେନା ଦାବି କରିଛି । ତେବେ ଏନେଇ କିଛି ସ୍ପଷ୍ଟ ହୋଇ ନାହିଁ ।  

ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହଗାରୀ କହିଛନ୍ତି ଯେ, ଇସ୍ରାଏଲର ବାୟୁସେନା ଲେବାନନରେ ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି । ଏହି ବିଲ୍ଡିଂ ଦହୀହ ଉପନଗରରେ ଆବାସିକ ବିଲ୍ଡିଂ ତଳେ ନିର୍ମାଣ କରାଯାଇଥିଲା । ଏହାକୁ ବେରୁଟରେ ହିଜବୁଲ୍ଲାର ମୁଖ୍ୟାଳୟ ବୋଲି କୁହାଯାଉଥିଲା । ତେବେ ଏହି ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲାହକୁ ଟାର୍ଗେଟ୍ କରାଯାଇଥିଲା ନାଁ ନାହିଁ ଏବଂ ସେ ଘଟଣାସ୍ଥଳରେ ଉପସ୍ଥିତ ଥିଲା କି ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି ।

ହିଜବୁଲ୍ଲାର ଅଲ-ମନାର ଟିଭି ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ୪ଟି ବିଲ୍ଡିଂ ଧ୍ୱଂସ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବେରୁଟରୁ ପ୍ରାୟ ୩୦ କିଲୋମିଟର ଉତ୍ତରରେ ଘର ଥରି ଉଠିଥିଲା । ବିସ୍ଫୋରଣ ସ୍ଥଳ ଆଡ଼କୁ ଆମ୍ୱୁଲାନ୍ସ ପଠାଯାଇଛି ଏବଂ ବହୁ ସଂଖ୍ୟାରେ ଲୋକେ ଆହତ ହୋଇଥିବା କୁହାଯାଉଛି । ସବୁଠୁ ବଡ଼ କଥା ହେଉଛି, ଆଜି ଜାତିସଂଘକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାବିନ ନେତାନ୍ୟାହୁ ସମ୍ବୋଧନ କରିବା ପରେ ଦହୀହରେ ଏହି ଆକ୍ରମଣ କରିଛି ଇସ୍ରାଏଲ ସେନା । 

 ନେତାନ୍ୟାହୁ ନିଜ ଭାଷଣରେ କହିଥିଲେ ଯେ, ହିଜବୁଲ୍ଲା ବିରୋଧରେ ଇସ୍ରାଏଲର ଅଭିଯାନ ଜାରି ରହିବ । ସୂଚନା ଅନୁସାରେ, ବିସ୍ଫୋରଣ ହେବାର କିଛି ସମୟ ପୂର୍ବରୁ ସେଠାରେ ଏୟାର ଷ୍ଟ୍ରାଇକରେ ମୃତ ବରିଷ୍ଠ କମାଣ୍ଡର ସମେତ ତିନି ସଦସ୍ୟଙ୍କ ଅନ୍ତିମ ସଂସ୍କାର ପାଇଁ ଏକାଠି ହୋଇଥିଲେ ହିଜବୁଲ୍ଲାର ସଦସ୍ୟ । 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.