ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଯେଉଁ ହିଜବୁଲ୍ଲାକୁ ଠିଆ କରି ଥିଲା , ତାକୁ ଯୁଦ୍ଧରେ ଏକା ଛାଡ଼ି ଦେଇଛି ଇରାନ ; କଣ ରହିଛି କାରଣ

ନୂଆଦିଲ୍ଲୀ : ଇସ୍ରାଏଲ ଗତ କିଛି ଦିନ ହେବ ଲେବାନନରେ ହିଜବୁଲ୍ଲା ଆତଙ୍କୀ ଠିକଣା ଉପରେ ଜୋରଦାର ହମଲା କରିଛି। ଇସ୍ରାଏଲର ହମଲାରେ ଏବେସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ସୂଚନା ଆଧାରରେ, ଇସ୍ରାଏଲ ଲେବାନନ ଉପରେ ଏବେସୁଦ୍ଧା ୨୦୦୦ ଏୟାର ଷ୍ଟ୍ରାଇକ୍‌ କରି ସାରିଛି। ହିଜବୁଲ୍ଲା ମଧ୍ୟ ଇସ୍ରାଏଲର ଉତ୍ତର ଭାଗରେ ଅନେକ ସହରର ଉପରେ ମିସାଇଲ ମାଡ଼ କରି ଚାଲିଛି। ହେଲେ ଅଧିଂକାଶ ମିସାଇଲକୁ ଇସ୍ରାଏଲର ସୁରକ୍ଷା ବଳ ଆକାଶରେ ହିଁ ଧ୍ୱଂସବିଧ୍ୱଂସ କରି ଦେଇଛି।

ଏହି ମଧ୍ୟରେ ଇରାନ ସମେତ ସାରା ବିଶ୍ୱର ଅନେକ ଭାଗରେ କଟ୍ଟରପନ୍ଥୀମାନେ ଏହି କଥାର ଆଲୋଚନା କରୁଛନ୍ତି କି, ଯେଉଁ ସଶସ୍ତ୍ର ହିଜବୁଲ୍ଲା ଯୋଦ୍ଧାଙ୍କୁ ଇରାନ ଅନେକ ଦଶନ୍ଧିରୁ ସାହାଯ୍ୟ କରି ଆସିଛି ଏବଂ ଯାହାଙ୍କୁ ଟ୍ରେନିଂ ଠାରୁ ନେଇ ଧନ ଓ ଅସ୍ତ୍ରଶସ୍ତ୍ର ଯାଏ ଯୋଗାଉଛି , ସେ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ହିଜବୁଲ୍ଲାର ସାହାଯ୍ୟ କାହିଁକି କରୁନାହିଁ ?  କାହିଁକି ରହିଛି ନିରବ ?

ଇରାନର ଏହି ରହସ୍ୟମୟ ନିରବତା ଉକ୍ତ ପରିସ୍ଥିତିରେ କୌତୁହଳ ସୃଷ୍ଟି କରୁଛି, ଯେତେବେଳେ ଇସ୍ରାଏଲ ପେଜର ହମଲାରେ ଇରାନୀ ରାଷ୍ଟ୍ରଦୂତ ମୋଜତବା ଅମାନୀ ମଧ୍ୟ ଆହତ ହୋଇ ସାରିଛନ୍ତି। ଇରାନ ଏହି ପେଜର ଆକ୍ରମଣର ଅଭିଯୋଗ ଇସ୍ରାଏଲ ଉପରେ ଲଗାଇ ଥିଲା , ହେଲେ ଏହାର ପ୍ରତିଶୋଧ ନେବା ଭଳି କୌଣସି ସାର୍ବଜନିକ ପ୍ରତିକ୍ରିୟା କି ଧମକ ଦେଇନାହିଁ। ହେଲେ ଏହା ପୂର୍ବରୁ ଯେବେ ଇସ୍ରାଏଲ ଅପ୍ରେଲରେ ସିରିଆର ରାଜଧାନୀ ଦମିସ୍କରେ ଇରାନୀ ଦୂତାବାସ ଉପରେ ହମଲା କରିଥିଲା, ଯେଉଁଥିରେ ଆଇଆରଜିସିର ୮ଜଣ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ଇରାନ ତୁରନ୍ତ ଜବାବୀ ହମଲା କରିଥିଲା ଏବଂ ଇସ୍ରାଏଲ ଉପରେ ଶହ ଶହ ଡ୍ରୋନ୍‌ ଓ ମିସାଇଲ ମାଡ଼ କରିଥିଲା। 

ଜୁଲାଇରେ ମଧ୍ୟ ତେହରାନରେ ଇସ୍ରାଏଲର ଅପରେସନରେ ହମାସ ନେତା ଇସ୍ମାଇଲ ହାନିୟେହଙ୍କର ହତ୍ୟାକୁ ନେଇ ଇରାନ ଉତ୍ତ୍ୟକ୍ତ ହୋଇ ଉଠି ଥିଲା ଏବଂ ଜବାବୀ କାର୍ଯ୍ୟାନୁଷ୍ଠାନ କରିବାକୁ ଶପଥ ନେଇ ଥିଲା। ହେଲେ ଏବେସୁଦ୍ଧା ଇରାନ କୌଣସି ପ୍ରକାରର ଏମିତି କାର୍ଯ୍ୟାନୁଷ୍ଠାନର ଘୋଷଣା କରି ନାହିଁ। 

ବଡ଼ କଥା ଏହା କି, ଇରାନ ନୂଆ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ମଙ୍ଗଳବାର ଯେବେ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୯ତମ ଅଧିବେଶନକୁ ସମ୍ଭୋଧିତ କରୁଥିଲେ, ସେତେବେଳେ ତାଙ୍କର ବୁଝାମଣା ପୂର୍ଣ୍ଣ ଉଦ୍ଦେଶ୍ୟ ଥିବା ନଜର ଆସିଥିଲା। ସେ ନିଜର ପୂର୍ବବର୍ତ୍ତୀ ରାଷ୍ଟ୍ରପତିଙ୍କ ତୁଳନାରେ କଟ୍ଟରପନ୍ଥୀ ଭାବନା ଓ ବିଚାରରୁ ନିବୃତ ରହି, ଏମିତି କୌଣସି ବୟାନ ଦେଇ ନାହାନ୍ତି। ସେ କହିଥିଲେ, ଆମେ ସମସ୍ତଙ୍କ ପାଇଁ ଶାନ୍ତି ଚାହୁଁଛୁ ଏବଂ କୌଣସି ବି ଦେଶ ସହ ଆମର ସଂଘର୍ଷ ନେଇ କୌଣସି ଉଦ୍ଦେଶ୍ୟ ନାହିଁ। ହେଲେ ଗାଜାରେ ଇସ୍ରାଏଲୀୟ ହମଲାକୁ ନେଇ ସେ ଖୁବ୍‌ ନିନ୍ଦା କରିଛନ୍ତି , କହିଛନ୍ତି ଲେବାନନ ଉପରେ ହମଲାର ଜବାବ ଦିଆଯାଇ ପାରେ। 

ବିବିସିର ଏକ ରିପୋର୍ଟରେ କୁହାଯାଇଛି ଯେ, ସଦ୍ୟ ସ୍ଥିତିରେ ଇରାନର ଅଧିକାରୀ ତଥା ଇସ୍ଲାମିକ୍‌ ରିଭଲ୍ୟୁସନ ଗାର୍ଡ କପର୍ସ (ଆଇଆରଜିସି)ର କମାଣ୍ଡର ମଧ୍ୟ ହିଜବୁଲ୍ଲା ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ନେଇ , ନିଜର ସଂଯମତା ରକ୍ଷା କରିବା ଦେଖିବାକୁ ମିଳିଛି। 

କହି ରଖୁଛୁ କି, ୧୯୮୦ ଦଶକରେ ଇରାନ ହିଜବୁଲ୍ଲାର ପ୍ରତିଷ୍ଠାରେ ଖୁବ୍‌ ସାହାଯ୍ୟ କରି ଥିଲା। ଆଇଆରଜିସିର କମାଣ୍ଡରମାନେ ହିଜବୁଲ୍ଲା ଓ ହମାସର ଯୋଦ୍ଧାଙ୍କୁ ଟ୍ରେନିଂ ଠାରୁ ନେଇ ଧନ ଓ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଛନ୍ତି। କିନ୍ତୁ ବର୍ତ୍ତମାନ ଚୁପଚାପ ନଜର ଆସିଛି ଇରାନ। ହେଲେ ଅନ୍ୟପଟେ , କିଛି ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି କି, ଇରାନ ସଦ୍ୟ ଲେବାନନ-ଇସ୍ରାଏଲ ସଂଘର୍ଷରେ ଶାନ୍ତ ରହିବାର ଦେଖାଣିଆ କାମ କରୁଛି ଏବଂ ସିରିଆର ରାସ୍ତାରେ ବହୁ ପରିମାଣରେ ହିଜବୁଲ୍ଲାକୁ ଅସ୍ତ୍ରଶସ୍ତ୍ର ପଠାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.