ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ସଦସ୍ୟତା ଅଭିଯାନରେ ମାତିଲେ ବିଜେଡି, ବିଜେପି: ମନ୍ଥର ଗତିରେ ଚାଲିଛି କଂଗ୍ରେସ

Published By : Prameya | September 28, 2024 12:39 PM

ଭୁବନେଶ୍ୱର, ୨୮/୦୯: ସଦସ୍ୟତା ଅଭିଯାନ ଆଳରେ ବିଜେପି  ରାଜ୍ୟର ବିଭିନ୍ନ ସ୍ଥାନରେ ବୈଠକ  ପରେ ବୈଠକ କରୁଛି । ବିଭିନ୍ନ ସଭାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀ  ଯାଇ ଉଦ୍‌ବୋଧନ ଦେଉଛନ୍ତି । ବିଜେପି  ସଭାପତି ମନମୋହନ ସାମଲଙ୍କ  ସହିତ ଦଳର ଅନ୍ୟ ପଦାଧିକାରୀ  ଯାଇ ବୈଠକ କରୁଛନ୍ତି । ବିଜେଡି ମଧ୍ୟ  ଆସନ୍ତା ଅକ୍ଟୋବର ୨ରୁ ସଦସ୍ୟତା  ଅଭିଯାନ ଆରମ୍ଭ କରିବ । ରାଜ୍ୟବ୍ୟାପୀ  କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ କରିବ ।  ହେଲେ ମନ୍ଥର ଗତିରେ ଚାଲିଛି ରାଜ୍ୟ  କଂଗ୍ରେସ । ୬୭ ଦିନ ହେବ ପିସିସି  କମିଟି ଭଙ୍ଗ ହେବା ପରଠୁ କାଁ ଭାଁ  କିଛି କାର୍ଯ୍ୟକ୍ରମ ହେଉଛି । ନଚେତ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ  ରହିଯାଇଛି ଦଳ। 

ରାଜ୍ୟର ବିଭିନ୍ନ ବଡ଼ ପ୍ରସଙ୍ଗରେ  କଂଗ୍ରେସ ଯେମିତି ଆଗଭର ହେବା  କଥା, ତାହା ଦେଖିବାକୁ ମିଳୁନି ବୋଲି  ବହୁ କଂଗ୍ରେସ ନେତା କ୍ଷୋଭ ପ୍ରକାଶ  କରି କହିଛନ୍ତି । ଏପରିକି ଏ ପ୍ରସଙ୍ଗରେ  ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ  ଖଡ଼ଗେଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ  ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା  ଜଗନ୍ନାଥ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ  ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ସୁଯୋଗ  ଥାଇ କଂଗ୍ରେସ ଲାଭ ନେଇପାରିଲାନି । ଏହାର ତର୍ଜମା ହେଉ । ଫ୍ୟାକ୍ଟ ଫାଇଣ୍ଡିଂ  କମିଟି ଗଠନ ହେଉ ବୋଲି ସେ  ପରାମର୍ଶ ଦେଇଛନ୍ତି ।   

ଶ୍ରୀ ପଟ୍ଟନାୟକ କହିଛନ୍ତି, ଦେଶରେ  ମୋଦି ସରକାରଙ୍କ ବିରୋଧରେ  ଜନଅସନ୍ତୋଷ ବଢ଼ିବା ସହ ରାହୁଲ  ଗାନ୍ଧିଙ୍କ ଲୋକପ୍ରିୟତା ବଢ଼ୁଛି । ଓଡ଼ିଶାରେ ମଧ୍ୟ ଅନୁରୁପ ସ୍ଥିତି  ରହିଥିଲା । ନବଗଠିତ ବିଜେପି  ସରକାରଙ୍କ ନିକଟରେ ରାଜ୍ୟ  ଚଳାଇବା ବାବଦରେ ସ୍ପଷ୍ଟ ଯୋଜନା  କିମ୍ବା ନୀତି ନାହିଁ । ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ଜୁମ୍‌ଲାରେ  ପରିଣତ ହେବାକୁଯାଉଛି । ବିଜେଡି  ମଧ୍ୟ ଲୋକଙ୍କ ଆସ୍ଥା ହରାଇବାରେ ଲାଗିଛି । ଏଭଳି ସ୍ଥିତିରେ ଲୋକମାନେ  ଓଡ଼ିଶାରେ କଂଗ୍ରେସକୁ ବିକଳ୍ପ ଭାବେ  ବିଚାର କରୁଛନ୍ତି । ଗତ ନିର୍ବାଚନରେ  ଏହାର ଫଳ ମିଳିବା କଥା । ମାତ୍ର  କଂଗ୍ରେସର ସ୍ଥିତି ଶୋଚନୀୟ ହେଲା ।  ଭୋଟ୍‌ ପ୍ରତିଶତ ମଧ୍ୟ କମିଲା । ଯାହାର  ସମୀକ୍ଷା ହେବା ଜରୁରୀ । ଏ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହେଉ ।  ଯେତେ ଶୀଘ୍ର ସମ୍ଭବ ପିସିସି କମିଟି  ଗଠନ ହେଉ ବୋଲି ଶ୍ରୀ ପଟ୍ଟନାୟକ ଏଆଇସିସି ଅଧ୍ୟକ୍ଷ ଶ୍ରୀ ଖଡ଼ଗେଙ୍କୁ  ଅନୁରୋଧ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.