ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି

Published By : Harapriya Sethi | December 21, 2024 3:00 PM

ଭୁବନେଶ୍ୱର, ୨୧/୧୨: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌ । ଆସନ୍ତା ଜାନୁଆରୀରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପାଇବେ ବଣ୍ଡା ହିତାଧିକାରୀ । ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ତିନୋଟି କିସ୍ତିରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ଆଗକୁ ଚତୁର୍ଥ ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାକୁ ଲକ୍ଷ ରଖାଯାଇଛି । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଜମିକୁ ନେଇ କାଗଜପତ୍ର ଯାଞ୍ଚ ପରେ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ । 

ବଣ୍ଡାଘାଟିର ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା । କେହି ଜଣେ ହେଲେ ମହିଳା ଏଥିରୁ ବଞ୍ଚିତ ହେବେ ନାହିଁ । ବଣ୍ଡା ଘାଟିରେ ୧୨ ହଜାରରୁ ଉର୍ଦ୍ଧ୍ୱ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ୯୦୦୦ ମହିଳା ଟଙ୍କା ପାଇଛନ୍ତି । ବଳକା ୩୦୦୦ ମହିଳା ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାନ୍ତି । ସେମାନଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଟଙ୍କା ଆକାଉଣ୍ଟକୁ ପଠାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର ଟଙ୍କା ଦିଆଯିବ । ଏଥିସହ ଆମାକୁଣ୍ଡ ଏବଂ ସୀତାକୁଣ୍ଡର ସାମଗ୍ରିକ ବିକାଶ କରାଯିବ । ଶୁକ୍ରବାର ଖଇରପୁଟ ବ୍ଲକର ମୁଦୁଲିପଡ଼ା ବଣ୍ଡାଘାଟି ଗସ୍ତ ଅବସରରେ ଏହି  ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

କୋହଲା ପାଗ ଏବଂ ବର୍ଷା ଯୋଗୁଁ ହେଲିକପ୍ଟର ଆସିପାରି ନଥିଲା । ଶେଷରେ ଜୟପୁରରୁ ବଣ୍ଡାଘାଟିକୁ କାର୍‌ରେ ଯାଇଥିଲେ ଉପମୁଖ୍ୟମନ୍ତ୍ରୀ । ସେଠାରେ ସୀତାକୁଣ୍ଡ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ,  ସ୍କୁଲ, ବଣ୍ଡାଗାଁ ପରିଦର୍ଶନ ସହ ମହିଳାମାନଙ୍କୁ  ସମସ୍ୟା ପଚାରି ବୁଝିଥିଲେ । ଘାଟିର ବିକାଶ ସହ ବଣ୍ଡା ଜନଜାତିଙ୍କ ଉନ୍ନତି ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବଣ୍ଡା ମହିଳାମାନେ ତାଙ୍କୁ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ନୃତ୍ୟଗୀତର ତାଳେ  ତାଳେ ସୀତାକୁଣ୍ଡ ନିକଟକୁ ପାଛୋଟି ନେଇଥିଲେ ।  ଶ୍ରୀମତୀ ପରିଡ଼ା କହିଥିଲେ, ସୁଭଦ୍ରା ଯୋଜନାରେ  ୩ଟି ପର୍ଯ୍ୟାୟରେ ଟଙ୍କା ଛଡ଼ା ଯାଇଥିଲେ ବି ଏଥିରୁ ବଞ୍ଚିତ ବଣ୍ଡା ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ନିଶ୍ଚୟ ମିଳିବ । ଏହି ଅବସରରେ ସେ ବଣ୍ଡା  ଜନଜାତିଙ୍କୁ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ  ଜମି ପଟ୍ଟା ବଣ୍ଟନ କରିଥିଲେ । ଘାଟି ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ପାନୀୟଜଳ,  ରାସ୍ତାଘାଟ ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ  କରିଥିଲେ । ପରେ ଘାଟି ନିକଟ ପ୍ରସିଦ୍ଧ ସୀତାକୁଣ୍ଡ  ପରିଦର୍ଶନ ସହ ସେଠାରେ ଥିବା ରାମମନ୍ଦିରରେ  ପୂଜାର୍ଚ୍ଚନା କରିଥିଲେ । ଆମାକୁଣ୍ଡ ସହ ସୀତାକୁଣ୍ଡର  ସାମଗ୍ରୀକ ବିକାଶର ବୋଲି ପ୍ରତିଶ୍ରୁତି ଦେଇଥିଲେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.