ନୂଆଦିଲ୍ଲୀ: ସରିଲା ସଂସଦର ଏଥରର ଶୀତକାଳୀନ ଅଧିବେଶନରେ। ଶୁକ୍ରବାରଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଲଯାଏ ବନ୍ଦ ରଖାଯାଇଛି। ତେବେ ଏଥରର ଉଭୟ ଗୃହର ଅଧିବେଶନ ବେଶ ରୋଚକ ହୋଇଥିଲା। ଶୀତକାଳୀନ ଅଧିବେଶନର ଆରମ୍ଭରୁ ଶେଷଯାଏ ମାହୋଲ ସରଗରମ ରହିଥିଲା।
ସଂସଦର ଏଥରର ଶୀତକାଳୀନ ଅଧିବେଶନରେ ଲୋକସଭାରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହୋଇଥିଲା। ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ପର୍ଯାୟ ମୋଟ ୬୫ ଘଣ୍ଟା ବନ୍ଦ ରହିଥିଲା। ତେବେ ଅନ୍ୟ ସମସ୍ତ ତିନୋଟି ଅଧିବେଶନରେ ୭୦ ଘଣ୍ଟାରୁ ଅଧିକ ସମୟ ଗୃହ ମୁଲତବୀ ରହିଥିଲା। ନଭେମ୍ବର ୨୫ ରେ ଆରମ୍ଭ ହୋଇଥିବା ଏହି ଅଧିବେଶନ ହଠାତ ଡିସେମ୍ବର ୧୯ ତାରିଖ ଦିନ ଶେଷ ହୋଇଛି। ଶାସକ ଦଳର ବିବାଦୀୟ ବୟାନକୁ ବିରୋଧ କରି ବିରୋଧି ସାଂସଦ ମାନେ ବିରୋଧ ଜାରି ରଖିଥିବା ବେଳେ ଶୁକ୍ରବାର ଦିନ ହଠାତ୍ ଶୀତକାଳୀନ ଅଧିବେଶନକୁ ଶେଷ କରିଦିଆଯାଇଛି।
ସରକାରୀ ତଥ୍ୟ ଅନୁଯାୟୀ, ଚଲିତ ଲୋକସଭାର ପ୍ରଥମ ଅଧିବେଶନରେ ୫ ଘଣ୍ଟା ୩୭ ମିନିଟ୍, ଦ୍ୱିତୀୟ ଅଧିବେଶନରେ ୧ ଘଣ୍ଟା ୫୩ ମିନିଟ୍ ଏବଂ ଶେଷ ଅଧିବେଶନରେ ଆଶ୍ଚର୍ଯ୍ୟଜନକ ଭାବେ ୬୫ ଘଣ୍ଟା ୧୫ ମିନିଟ୍ ହରାଇଥିଲା।
ଲୋକସଭାରେ ହୋଇଥିବା ବିତର୍କକୁ ବିଚାରକୁ ନେଲେ, ପ୍ରଥମ ଅଧିବେଶନରେ ୩୪.୧୬ ଘଣ୍ଟା ପାଇଁ ବିତର୍କ ଚାଲିଥିଲା। ଦ୍ୱିତୀୟ ଅଧିବେଶନରେ ବିତର୍କର ସମୟ ୧୧୫.୨୧ ଘଣ୍ଟାକୁ ବୃଦ୍ଧି ପାଇଥିଲା। ତେବେ ତୃତୀୟ ଅଧିବେଶନରେ ଘଣ୍ଟା ଘଣ୍ଟା ଧରି ଚାଲୁଥିବା ବିତର୍କ ମାତ୍ର ୬୨ ମିନିଟ ଧରି ହୋଇଥିଲା।