ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଆଇନା ଦେଖାଇଲା ଭାରତ, ଚିହିଁକି ଉଠିଲା ବାଂଲାଦେଶ; ୟୁନୁସ୍‌ କହିଲେ- ‘ନୂଆଦିଲ୍ଲୀ ଦେଇଥିବା ତଥ୍ୟ ଭୁଲ୍‌’

Published By : Tapas Panda | December 21, 2024 4:21 PM

Image Courtesy: indiatoday

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବୃଦ୍ଧି ପାଉଛି । ୨୦୨୪ରେ ଏବେ ସୁଦ୍ଧା ସେଠାରେ ୨୨୦୦ରୁ ଅଧିକ ହିନ୍ଦୁଙ୍କ ଉପରେ ଆକ୍ରମଣ ମାମଲା ସାମ୍ନାକୁ ଆସିଛି ବୋଲି ଗତକାଲି ଭାରତ ସରକାର ସୂଚନା ଦେଇଥିଲେ । ଆଜି (ଶନିବାର) ବାଂଲଦେଶ ଅନ୍ତରୀଣ ସରାକାରର ମୁଖ୍ୟ ମହମ୍ମଦ ୟୁନୁସ ଭାରତର ଏହି ତଥ୍ୟ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଦେଇଥିବା ତଥ୍ୟ ବିଭ୍ରାନ୍ତିକର । 

ଭାରତର ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ, ବାଂଲାଦେଶରେ ୨୦୨୨ରେ ୪୪ଟି ହିନ୍ଦୁ ବିରୋଧୀ ହିଂସା ଘଟିଥିବା ବେଳେ ୨୦୨୩ରେ ୩୦୨ ଏବଂ ୨୦୨୪ରେ ଏହି ସଂଖ୍ୟା ୨୨୦୦ । ତେବେ ୟୁନୁସ କହିଛନ୍ତି, ଭାରତ ଦେଇଥିବା ଏହି ତଥ୍ୟ ବିଭ୍ରାନ୍ତିକର ଏବଂ ଅତିରଞ୍ଜିତ । ଭାରତର ତଥ୍ୟକୁ ମିଥ୍ୟା କହୁଥିବା ୟୁନୁସ୍‌ଙ୍କ ବାଂଲାଦେଶରେ ପୁଣି ଥରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ମୈମନସିଂହ ଏବଂ ଦିନାଜପୁରରେ ଥିବା ମନ୍ଦିରରେ ଉପଦ୍ରବକାରୀ ଭଙ୍ଗାରୁଜା କରିଛନ୍ତି । ଏହି ଦୁଇଟି ସ୍ଥାନରେ ୮ରୁ ଅଧିକ  ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି । 

ଅଧିକ ପଢ଼ୁନ୍ତୁ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ୨୨୦୦ରୁ ଉର୍ଦ୍ଧ୍ଵ ଆକ୍ରମଣ, ୨ ଦିନରେ ୩ଟି ମନ୍ଦିରରେ ଭଙ୍ଗାରୁଜା

ବଂଲାଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି, ବାଂଲାଦେଶର ଅନ୍ତରୀଣ ସରକାର ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ଅପରାଧିଙ୍କୁ ଦଣ୍ଡ ମିଳିବ । ପୋଲିସ ମୁଖ୍ୟାଳୟ ଅନୁସାରେ, ୪ ଅଗଷ୍ଟରୁ ୧୦ ଡିସେମ୍ବର ମଧ୍ୟରେ ପ୍ରାୟ ୯୭ଟି ମାମଲା ରୁଜୁ ହୋଇଛି । ଅଗଷ୍ଟରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ୭୫ ଜଣଙ୍କୁ ଗିରଫ କରାଯାଇଛି । ୟୁନୁସ ସରକାର କହିଛନ୍ତି,‘ଏଥିରୁ କିଛି ଘଟଣା ୫ ଅଗଷ୍ଟରୁ ୮ ଅଗଷ୍ଟ ମଧ୍ୟରେ ଘଟିଛି, ସେତେବେଳେ କୌଣସି ସରକାର ଗଠନ ହୋଇନଥିଲା । ଅଧିକାଂଶ ଆକ୍ରମଣ ରାଜନୀତି  ପ୍ରଣୋଦିତ ଥିଲା । ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଘୃଣା ସୃଷ୍ଟିକାରୀ ମିଥ୍ୟା ତଥ୍ୟ ନଦିଅନ୍ତୁ।’ 

  • Bangladesh
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.