ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରଠୁ ଦୁଇଦିନିଆ କୁଏତ ଗ୍ରସ୍ତରେ ଯାଇଛନ୍ତି। ଏହି ଗ୍ରସ୍ତରେ ସେ କୁଏତର ଶୀର୍ଷ ନେତୃତ୍ତ୍ୱ ସହ କଥାହେବା ସହ ସେଠାରେ ରହୁଥିବା ଭାରତୀୟ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଗତ ୪୩ ବର୍ଷ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହା ପ୍ରଥମ ମିଡ଼ିଲ-ଇଷ୍ଟ ଗ୍ରସ୍ତ। ପିଏମ ମୋଦି କୁଏତରେ ଅବତରଣ କରିବା କୁଏତର ଶୀର୍ଷ ନେତୃତ୍ତ୍ୱ ବୃନ୍ଧ ତାଙ୍କୁ ପାଛୋଟି ନେଇଥିଲେ। ସେ ରହୁଥିବା ହୋଟେଲରେ ସ୍ଥାନିୟ ଭାରତୀୟମାନେ ତାଙ୍କୁ ଭାବପୂର୍ଣ୍ଣ ସ୍ୱାଗତ କରିଛନ୍ତି।
କୁଏତର ରାଜା ଶେଖ ମିଶଲ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତ ଗ୍ରସ୍ତ କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ରକ୍ଷା, ବାଣିଜ୍ୟ ଓ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଆଶା ରହିଛି। କୁଏତରେ ପହଞ୍ଚିବା ପରେ ତାଙ୍କୁ କୁଏତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ସେଖ ଫହାଦ ୟୁସେଫ ଅଲ-ସବାହ ତାଙ୍କୁ ରେଡ କାର୍ପେଟରେ ସ୍ୱାଗତ କରିଥିଲେ।
ଶନିବାର ସନ୍ଧ୍ୟାରେ କୁଏତରେ ହାଲା ମୋଦୀ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ପାଖାପାଖି ୫୦୦୦ରୁ ଅଧିକ ଭାରତୀୟ ମାନଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ ପରେ ଆରବିଆନ ଗଲ୍ଫ କପ ନାମରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଭାରତ ସହ କୁଏତର ଦିର୍ଘ ଦଶନ୍ଧିର ଏୈତିହାସିକ ସମ୍ପର୍କ ରହିଛି। ଉଭୟ ଦେଶ କେବଳ ଯେ ବାଣିଜ୍ୟିକ କି ଶକ୍ତି କ୍ଷେତ୍ରରେ ସାଥିରେ କାମ କରୁଛନ୍ତି ତାହା ନୁହେଁ। ଉଭୟ ଦେଶ ପଶ୍ଚିମ ଏସିଆରେ ଶାନ୍ତି, ସୁରକ୍ଷା, ସ୍ଥିରତା ଓ ସମୃଦ୍ଧତା ଚାହାନ୍ତି ବୋଲି ନରେନ୍ଦ୍ର ମୋଦି ନିଜ ଭାଷଣରେ କହିଛନ୍ତି। ତେବେ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧୀ ଶେଷ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗ୍ରସ୍ତ କରିଥିଲେ।