ଢାକା,୨୧।୧୨: ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଥମିବାର ନାଁ ଧରୁନି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କିତ ଏକ ପ୍ରଶ୍ନର ଲଖିତ ଜବାବ୍ ଦେଇ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି ଚଳିତବର୍ଷ ସେଠାରେ ୨୨୦୦ରୁ ଅଧିକ ଆକ୍ରମଣ ମାମଳା ଆସିଛି। ପାକିସ୍ତାନ ଓ ବାଂଲାଦେଶରେ ହିନ୍ଦୁ ସ୍ଥିତି ଖୁବ୍ ଖରାପ ରହିଛି। ଏହି ଘଟଣାରେ ବାଂଲାଦେଶ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ହେଲେ ସେଠାରେ ହିନ୍ଦୁ ପ୍ରତି ଅତ୍ୟାଚାର କମ୍ ହେଉନି। ନିକଟରେ ଏବେ ମେନାସିଂହ ଓ ଦିନାଜପୁରରେ ଅସାମାଜିକ ବ୍ୟକ୍ତିମାନେ ଦୁଇ ଦିନ ଭିତରେ ତିନି ହିନ୍ଦୁ ମନ୍ଦିରରୁ ୮ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି।
‘ଡେଲିଷ୍ଟାର’ ସମାଚାର ପତ୍ରର ସୂଚନା ଅନୁସାରେ ପୋଲିସ ଏକ ମନ୍ଦିରରେ ଭଙ୍ଗାରୁଜା କରିବା ମାମଲାରେ ଜଣେ ବ୍ୟକ୍ତିକୁ ଗିରଫ କରିଛି। ମେମନାସିଂହ ହଲୁଆଘାଟ ଉପ-ଜିଲ୍ଲାରେ ଗୁରବାର ଓ ଶୁକ୍ରବାର ସକାଳେ ଦୁଇଟି ମନ୍ଦିରର ତିନୋଟି ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ମନ୍ଦିର ସୁତ୍ର ଓ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହଲୁଆଘାଟ ପୋଲିସ ଷ୍ଟେସନ୍ ଅଧିକାରୀ ଅବୁଲ ଖୈର କହିଛନ୍ତି, ଶୁକ୍ରବାର ସକାଳୁ କିଛି ଅଜ୍ଞାତ ବ୍ୟକ୍ତି ଶାକୁଆଇ ସଂଘ ସ୍ଥିତ ବୋନ୍ଦରପାରା ମନ୍ଦିରର ଦୁଇଟି ମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନାହିଁ କିମ୍ବା କେହି ଗିରଫ ହୋଇ ନାହାନ୍ତି। ଅପରାଧିମାନେ ଗୁରୁବାର ଭୋର ସମୟରେ ଅନ୍ୟ ଏକ ଘଟଣାରେ ହଲୁଆଘାଟର ବେଲଡୋରା ସଂଘରେ ପୋଲାଶକନ୍ଦ କାଳୀ ମନ୍ଦିରରେ ଏକ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି।
ପୋଲିସର କହିବା ଅନୁସାରେ, ଶୁକ୍ରବାର ପୋଲାଶକନ୍ଦ ଗାଁର ୨୭ ବର୍ଷୀ ଜଣେ ବ୍ୟକ୍ତିକୁ ସମ୍ପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ହୋଇଥିବା ଆଲାଉଦ୍ଧିନ୍ ପଚରା ଉଚରା ବେଳେ ନିଜ ଅପରାଧ ସ୍ବୀକାର କରିଛି। ଏହା ପୂର୍ବରୁ ଗୁରୁବାର ପୋଲାଶକନ୍ଦ କାଳୀ ମନ୍ଦିର କମିଟିର ଅଧ୍ୟକ୍ଷ ସୁଭାଶ ଚନ୍ଦ୍ର ସରକାର ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।