ପ୍ରମୂଖ ଖବର
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ଯିଏ ନିଜ ପିତାଙ୍କ ହତ୍ୟାକାରୀଙ୍କୁ କ୍ଷମା ଦେଇଛନ୍ତି, ସେ ଧସ୍ତାଧସ୍ତି କରିପାରିବେ ନାହିଁ…ରାହୁଲଙ୍କ ସମର୍ଥନରେ ବାହାରିଲେ ସଚିନ ପାଇଲଟ

Published By : Tapas Panda | December 21, 2024 11:26 PM

Image courtesy: deccanherald

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଶନିବାର ଆୟୋଜିତ ଯୁବ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଯୋଗ ଦେଇଥିଲେ । ଏହି ସମୟରେ ବିଜେପି ଉପରେ ସେ ଖୁବ ବର୍ଷିଛନ୍ତି । ଏହା ସହ ସଂସଦରେ ଧସ୍ତାଧସ୍ତି ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି । ପାଇଲଟ୍‌ କହିଛନ୍ତି ଯେ, ‘ଆମେ ଆମ ନେତାଙ୍କୁ ଜାଣିଛୁ । ରାହୁଲ ଗାନ୍ଧୀଙ୍କ ଭଳି ନେତା, ଯିଏ ନିଜ ପିତାଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଦେଇଛନ୍ତି ସେ କୌଣସି ବ୍ୟକ୍ତିଙ୍କ ସହ ଧସ୍ତାଧସ୍ତି କରିପାରିବେ ନାହିଁ ।’ 

ଦେଶର ନେତାଙ୍କ ଆଚରଣ ଉପରେ ସେ ପ୍ରଶ୍ନ ଉଠାଇ କହିଛନ୍ତି, ଏହା ଦ୍ବାରା ଦେଶରେ ବିବାଦ ବଢ଼ୁଛି । ସଚିନ ପାଇଲଟ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଗତ ୧୨ ମାସରେ ସରକାର ରୋଜଗାର ଦେବା ଲାଗି କୌଣସି ପଦକ୍ଷେପ ନେଇ ନାହାନ୍ତି । ଯୁବ କଂଗ୍ରେସ ସରକାରଙ୍କ ନିଦ ଭାଙ୍ଗିବା ପାଇଁ କାର୍ଯ୍ୟ କରୁଛି । ସଂସଦରେ ହିଂସା ଏବଂ ମିଥ୍ୟା ପ୍ରଚାର ନେଇ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ସଚିନ ପାଇଲଟ । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପିର ନେତାମାନେ ସଂସଦରେ ସମ୍ବିଧାନ ନିର୍ମାତା ଡ. ଭୀମରାଓ ଆମ୍ବେଦକରଙ୍କୁ ଅପମାନ କରିଛନ୍ତି । 

ରାଜ୍ୟରେ ରୋଜଗାର ସ୍ଥିତିକୁ ନେଇ ସଚିନ ପାଇଲଟ୍‌ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସରକାର  ୪ ଲକ୍ଷ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବାସ୍ତବିକତା ଏହାଠୁ ବହୁ ଦୂରରେ । ୪ ଲକ୍ଷ ତ ଦୂରର କଥା ମୋତେ ୪୦୦ ଚାକିରି ବି ଦେଖାଯାଉ ନାହିଁ ।  ପ୍ରଦେଶକୁ ନିଶାମୁକ୍ତ କରିବା ସହ ଯୁବକଙ୍କୁ ରୋଜଗାର ଦେବା ଉପରେ ସରକାର ଏବଂ ସମାଜ ଠୋସ୍‌ ପଦକ୍ଷେପ ନେବା ଜରୁରି ବୋଲି କହିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌ । 

  • Rahul Gandhi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.