ମୁମ୍ବାଇ,୨୨/୧୨: ଥିଏଟରରେ ଦଳାଚକଟା ମାମଲା । ଏନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାରି ମଧ୍ୟରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ସାମ୍ନାକୁ ଆସିଛି ପ୍ରତିକ୍ରିୟା । ତେବେ ସମସ୍ତେ ଅନେକ ମିଛ କଥା ପ୍ରଚାର ହେଉଛି ବୋଲି ଅଲ୍ଲୁ ଅର୍ଜୁନ କହିଛନ୍ତି।
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ମୋ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଛି। କୌଣସି ବିଭାଗକୁ କିମ୍ବା ରାଜନେତାଙ୍କୁ ମୁଁ ଦୋଷାରପ କରୁନି। ଗୁଜବ କରି ମୋ ଚରିତ୍ରକୁ ଖରାପ କରାଯାଉଛି। ଯାହା ଘଟିଥିଲା ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ହେଲେ ଏହା ସଂପୂର୍ଣ୍ଣ ରୂପେ ଦୁର୍ଘଟଣା। ପୀଡ଼ିତାଙ୍କ ପରିବାର ସହ ମୋ ସମବେଦନା ରହିଛି।’ ସେପଟେ ଗତକାଲି ତାମିଲନାଡ଼ୁ ବିଧାନସଭାରେ ବିଧାୟକ ଅକବରୁଦ୍ଧୀନ ଓୱାଇସି ଅଲ୍ଲୁ ଅର୍ଜୁନଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ଯେତେବେଳେ ଅଲ୍ଲୁ ଅର୍ଜୁନଙ୍କୁ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟିଥିବା କଥା କୁହାଗଲା ସେତେବେଳେ ସେ କହିଥିଲେ,ବର୍ତ୍ତମାନ ଫିଲ୍ମ ଆହୁରି ହିଟ୍ ହେବ ହିରୋ ଦାୟିତ୍ୱହୀନ ଥିଲା ଏବଂ ମୃତ୍ୟୁର ସୂଚନା ଦେବା ପରେ ମଧ୍ୟ ଥିଏଟର ବାହାରକୁ ସେ ଯାଉନଥିଲେ।