ନୂଆଦିଲ୍ଲୀ: ଏଆଇଏମଆଇଏମ ବିଧାୟକ ଆକବରଉଦ୍ଧିନ ଓୱେସି ପୁଷ୍ପା-୨ର ଅଭିନେତା ଅଲ୍ଲୁଅର୍ଜୁନଙ୍କୁ ଉପରେ ଲଗାଇଛନ୍ତି ଗମ୍ଭୀର ଆରୋପ। ସିନେମା ହଲରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେହି ହଲରେ ଅଲ୍ଲୁ ଫିଲ୍ମ ଦେଖିବା ସହ ଯିବା ସମୟରେ ନିଜ ପ୍ରଶଂସକ ମାନଙ୍କୁ ହାତ ହଲେଇଥିଲେ ବୋଲି ଆରୋପ ଲଗାଇ ତେଲେଙ୍ଗାନା ବିଧାନସଭାର ନିଜ ବକ୍ତବ୍ୟ ରଖିଛନ୍ତି ଓୱେସି।
କୈଣସି ଅଭିନେତାଙ୍କ ନାଁ ନନେଇ ଓୱେସି କହିଥିଲେ କି ମତେ ମିଳିଥିବା ସୂଚନା ନୁତାବକ ଅଲ୍ଲୁ ଅର୍ଜୁନଙ୍କୁ ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଖବର ମିଳିଥିଲା। କିନ୍ତୁ ସେ ଏଥିରେ ଚିନ୍ତା ପ୍ରକଟ ନକରି ଫିଲ୍ମ ହିଟ୍ ହେବ ବୋଲି କହିଥିଲେ।
ସୂଚନା ମୁତାବକ ଡିସେମ୍ବର ୪ ତାରିଖ ଦିନ ଏହି ଦୁର୍ଘଟଣା ଘଟିଥିଲା। ସନ୍ଧ୍ୟା ଥିଏଟରରେ ରିଲିଜ ହୋଇଥିବା ପୁଷ୍ପା-୨ ଦେଖିବା ପାଇଁ ନାୟକ ଅଲ୍ଲୁ ଅର୍ଜୁନ ଓ ନାୟିକା ରଶ୍ମୀକା ମନ୍ଧନା ଆସିବାର କାର୍ଯ୍ୟକ୍ରମ ରହିଥିଲା। ଏଣୁ ଉଭୟଙ୍କ ପ୍ରଶଂସକମାନେ ଥିଏଟର ସାମ୍ନାରେ ଭିଡ ଲଗାଇଥିଲେ। ଏହି ଭିଡରେ ଦଳାଚକଟା ହେବା ଯୋଗୁଁ ଜଣେ ୩୯ ବର୍ଷିୟ ସ୍ତ୍ରୀ ଲୋକଙ୍କ ମୃତ୍ୟୁ ହେବା ସହ ତାଙ୍କ ପୁଅ ଗୁରୁତର ଆହାତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ଭିଡକୁ ନିୟନ୍ତ୍ରଣ କରିଥିଲା।
ଏତେବଡ ଘଟଣା ଘଟିବା ପରେ ମଧ୍ୟ ସେ(ଅଲ୍ଲୁ ଅର୍ଜୁନ) ସିନେମା ଦେଖିଥିଲେ। ପରେ ଫେରିବା ବେଳକୁ ତାଙ୍କ କାର ଯାଏ ପହଞ୍ଚିବା ଯାଏ ନିଜ ପ୍ରଶଂସକ ମାନଙ୍କ ପାଇଁ ହାତ ମଘ୍ୟ ହଲାଇଥିଲେ। ସେ ଏତେବଡ଼ ଘଟଣା ପାଇଁ ଟିକେ ବି ଚିନ୍ତିତ ଥିଲା ଭଳି ଜଣାପଡୁନଥିଲେ। ମୁଁ ମଧ୍ୟ ହଜାର ହଜାର ଲୋକଙ୍କୁ ନେଇ ବୈଠକ କରିଥାଏ। କିନ୍ତୁ ପ୍ରଥମେ ସେମାନଙ୍କ ସୁରକ୍ଷା କଥା ଚିନ୍ତା କରେ ବୋଲି ଓୱେସି କହିଥିଲେ।
ଖବର ଥାଉକି, ଏହି ଘଟଣା ପାଇଁ ଡିସେମ୍ବର ୧୩ ତାରିଖ ଦିନ ଅଲ୍ଲୁ ଅର୍ଜୁନଙ୍କୁ ଆରେଷ୍ଟ କରାଯାଇଥିଲା। ନିମ୍ନ ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠେଇ ଦେଇଥିଲେ। କିନ୍ତୁ ପରେ ସେହିଦିନ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଯାଇଥିଲା। ତେବେ, ଜାମିନ ସମ୍ବନ୍ଧିୟ କାଗଜପତ୍ର ଦାଖଲରେ ବିଳମ୍ବ ହେବାରୁ ଅଲ୍ଲୁ ବିଚାର ବିଭାଗୀୟ ହାଜତରେ ଗୋଟିଏ ରାତି କାଟିଥିଲେ।
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡି ନିଜ ଉଦବୋଧନ ରଖି କହିଥିଲେ ତେଲେଙ୍ଗାନା ପୋଲିସ ପ୍ରଥମରୁ ଅଲ୍ଲୁ ଅର୍ଜୁନଙ୍କୁ ସେଠାକୁ ଯିବାକୁ ମନା କରିଥିଲା। କିନ୍ତୁ ଅଲ୍ଲୁ ପୋଲିସ କଥାକୁ ବେଖାତିର କରି ସେଠାକୁ ଯାଇଥିଲେ। ଥିଏଟରକୁ ପ୍ରବେଶ କରିବା ଓ ବାହାରକୁ ବାହାରିବା ବେଳେ ଅଲ୍ଲୁ ନିଜ କାରର ସନରୁଫ ଖୋଲି ପ୍ରଶଂସକ ମାନଙ୍କୁ ହାତ ହଲାଇଥିଲେ। ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକ ମାନଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ତେବେ ଏତେ ଘଟଣା ଘଟିବା ପରେ ମଧ୍ୟ ଏହି ଅଭିନେତା ଜଣଙ୍କ ଗୁରୁତର ଆହତ ହୋଇଥିବା ପିଲାଟିକୁ ଏଯାଏ ଦେଖିବାକୁ ଯାଇନାହାନ୍ତି। ଏହା କଣ ମାନବିକତା ବୋଲି ରେଡ୍ଡି ପ୍ରଶ୍ନ କରିଛନ୍ତି।