ପ୍ରମୂଖ ଖବର
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ମହାରାଷ୍ଟ୍ରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଫଡ଼ନବିସ୍‌ଙ୍କ ପାଖରେ ଗୃହ, ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ

Published By : Tapas Panda | December 21, 2024 9:38 PM

Image Courtesy: abplive

ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ସରକାରରେ ଶପଥ ନେଇଥିବା ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଡିସେମ୍ବର ୧୫ରେ ୩୩ ଜଣ କ୍ୟାବିନେଟ୍‌ ଏବଂ ୬ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ନିଜ ପାଖରେ ଗୃହ ମନ୍ତ୍ରଣାଳୟ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ ଦିଆଯାଇଛି । ସେହିଭଳି ଉପୁମଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପାଖରେ ଅର୍ଥ ଓ ରାଜ୍ୟ ଉତ୍ପାଦ ଶୁଳ୍କ ମନ୍ତ୍ରଣାଳୟ ରହିଛି । ଏହା ବ୍ୟତୀତ ବିଜେପି ରାଜ୍ୟ ସଭାପତି  ଚନ୍ଦ୍ରଶେଖର ବାବନକୁଲେଙ୍କୁ ରାଜସ୍ବ ମନ୍ତ୍ରଣାଳୟ ଦାୟିତ୍ବ ମିଳିଛି ।   




ମହାରାଷ୍ଟ୍ରରେ ମହାୟୁତିର ବିଜୟ ପରେ ଡିସେମ୍ୱର ୫ରେ ନୂଆ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଅଜିତ୍ ପାୱାର ଶପଥ ନେଇଥିଲେ । ଡିସେମ୍ୱର ୧୫ରେ କ୍ୟାବିନେଟ୍ ସଂପ୍ରସାରଣ କରିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ମହାୟୁତର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିରୁ ୩୩ ଜଣ କ୍ୟାବିନେଟ୍ ଏବଂ ୬ ଜଣ ରାଷ୍ଟ୍ର ମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ସରକାର ଏଥିରୁ ୨୮ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଥିବା ବେଳେ ଅନ୍ୟମାନେ ଏବେ ବି ବିଭାଗ ପାଇନାହାନ୍ତି ।


  • Maharastra
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.