ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଦୁନିଆରେ ୭୫ ହାଜର କୋଟିର ପପ୍‌କର୍ଣ୍ଣ ବଜାର, ଭାରତରେ ଚାହିଦା କେତେ ?

Published By : Tapas Panda | December 21, 2024 9:10 PM

ନୂଆଦିଲ୍ଲୀ: ଫିଲ୍ମ ଥିଏଟର୍ସ ଏବଂ ମଲ୍ଟିପ୍ଲେକ୍ସରେ ପପ୍‌କର୍ଣ୍ଣର ଲୋକପ୍ରିୟତା ଖୁବ ଅଧିକ । ଏହା ସହ ଘରେ ଘରେ ପପ୍‌କଣ୍ଣ ଖାଇବା ବି ସଉକ ପାଲଟିଲାଣି । ପପ୍‌କର୍ଣ୍ଣର ଚାହିଦା ବଢ଼ୁଥିବା ବେଳେ ଏହାକୁ ନେଇ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି । ଆଜି ଜିଏସଟି କାଉନସିଲ୍‌ ବୈଠକରେ ପପ୍‌କର୍ଣ୍ଣ ଉପରେ ଚର୍ଚ୍ଚା ହୋଇଛି । ପପକର୍ଣ୍ଣକୁ ୩ଟି ଟ୍ୟାକ୍ସ ସ୍ଲାବରେ ସାମିଲ କରାଯାଇଛି ବୋଲି କୁହାଯାଉଛି । କିନ୍ତୁ ଏସବୁ ମଧ୍ୟରେ ପପକର୍ଣ୍ଣ ଉପରେ ଟ୍ୟାକ୍ସ ବଢ଼ିବ କି ନାହଁ, ସେନେଇ ସରକାର ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି । ସବୁଠାରୁ ବଡ଼ ପ୍ରଶ୍ନ, ପପକର୍ଣ୍ଣ ଭଳି ନମକିନ୍‌ ଖାଦ୍ୟକୁ କାହିଁକି ଜିଏସ୍‌ଟି ପରିସରଭୁକ୍ତ କାରାଯାଇଛି ? ପ୍ରକୃତରେ ପପକର୍ଣ୍ଣର ବଜାର ଭାରତରେ ଛୋଟ ନୁହେଁ । ଭାରତରେ ଏହାର ମାର୍କେଟ ୧୨୦୦ କୋଟି ଟଙ୍କାରୁ ଅଧିକ  । ୨୦୩୦ ସୁଦ୍ଧା ଏହା ୨୬୦୦ କୋଟି ଟଙ୍କାକୁ ବଢ଼ିପାରେ ବୋଲି ଆଶା କରାଯାଉଛି । ଏକ ରିପୋର୍ଟ ଅନୁସାରେ, ୨୦୨୪ରୁ ୨୦୩୦ ମଧ୍ୟରେ ପପକର୍ଣ୍ଣର ବଜାର ୧୨ ପ୍ରତିଶତ ବୃଦ୍ଧି ହୋଇପାରେ । ଖାସ୍‌ କଥା ହେଉଛି, ପୁରା ଦୁନିଆରେ ଏହାର ବଜାର ୭୫ ହଜାର କୋଟିରୁ ଅଧିକ । ଏବେ ଆପଣ ବୁଝିପାରୁଥିବେ ସରକାରଙ୍କ ପାଇଁ ପପକର୍ଣ୍ଣ କେତେ କରୁରି । 

ଭାରତରେ ପପକର୍ଣ୍ଣ ବଜାର ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆଗାମୀ ୫-୬ ବର୍ଷ ପରେ ପପକର୍ଣ୍ଣ ଚାହିଦା ଆହୁରି ଅଧିକ ହୋଇପାରେ ।  ୨୦୨୩ ପର୍ଯ୍ୟନ୍ତ ପପକର୍ଣ୍ଣର ବଜାର ୧୧୫୮ କୋଟି ଟଙ୍କା ଥିବା ବେଳେ ଏବେ ୧୨୦୦ କୋଟି ଟପିଛି । ଭାରତରେ ପପକର୍ଣ୍ଣର ଚାହିଦା ବଢ଼ିବାର କାରଣ, ସାଧାରଣ ଲୋକେ ଫିଲ୍ମ ଥିଏଟର୍ସ ଏବଂ ମଲ୍ଟିପ୍ଲେକ୍ସ ଯିବାକୁ ବେଶୀ ପସନ୍ଦ କରୁଛନ୍ତି । ଆଉ ଏହି ସବୁ ସ୍ଥାନରେ ପପକର୍ଣ୍ଣ ଖାଇବାର କ୍ରେଜ୍‌ ଅଧିକ ଦେଖିବାକୁ ମିଳେ । ସେପଟେ ଘରେ ମଧ୍ୟ ଲୋକେ ପପକର୍ଣ୍ଣ ଖାଇବାକୁ ପସନ୍ଦ କଲେଣି । ଭାରତରେ ପିଭିଆର ମଲ୍ଟିପ୍ଲେକ୍ସ ପ୍ରତିଦିନ ଅତିକମ୍‌ରେ ୧୮ ହଜାର ପପକର୍ଣ୍ଣ ଟବ୍‌ ବିକ୍ରି କରୁଛି । ସେହିଭଳି ବାନାକୋ ଭାରତର ପ୍ରାୟ ୮୦ ପ୍ରତିଶତ ମଲ୍ଟିପ୍ଲେକ୍ସକୁ ପପ୍‌କର୍ଣ୍ଣ ସପ୍ଲାଇ କରୁଛି । ଅନ୍ୟପଟେ ମକାରୁ ତିଆରି ପପ୍‌କର୍ଣ୍ଣର ଗ୍ଲୋବାଲ୍‌ ମାର୍କେଟ ଖୁବ ଅଧିକ । ୨୦୨୪ରେ ଏହାର ଆକାର ୮.୮୦ ବିଲିୟନ୍‌ ଡଲାର ଅର୍ଥାତ ୭୫ ହଜାର କୋଟି ଟଙ୍କା । ୨୦୨୯ ସୁଦ୍ଧା ବିଶ୍ବରେ ପପ୍‌କର୍ଣ୍ଣ ମାର୍କେଟ ୧.୨୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ଏହାର ସବୁଠୁ ବଡ଼ ମାର୍କେଟ ହେଉଛି ଉତ୍ତର ଆମେରିକା । 

ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନରେ ବସିଥିବା ୫୫ତମ ଜିଏସଟି କାଉନସିଲ୍‌ ବୈଠକରେ ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି ରେଟ୍‌ରେ ପରିବର୍ତ୍ତନ ହୋଇଛି। ସବୁଠାରୁ ଚର୍ଚ୍ଚାର ବିଷୟ ରହିଛି ପପକର୍ଣ୍ଣ । ଏହା ଉପରେ ଜିଏସଟି ବଢ଼ିବ ବୋଲି ଆଲୋଚନା ହେଉଥିବା ବେଳେ କେନ୍ଦ୍ର ସରକାର ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଯେପର୍ଯ୍ୟନ୍ତ ପପକର୍ଣ୍ଣ ଲୁଣିଆ ଥିବ, ସେପର୍ଯ୍ୟନ୍ତ ଏଥିରେ ପୂର୍ବପରି ୫ ପ୍ରତିଶତ ଟ୍ୟାକ୍ସ ଲାଗିବ। ସ୍ୱାଦ ମିଠା କଲେ ଏଥିରେ ଟ୍ୟାକ୍ସ ପରିବର୍ତ୍ତନ ହେବ ବୋଲି ଜିଏସଟି କାଉନସିଲ କହିଛି। ଶନିବାର କାଉନସିଲ କହିଛି ଯେ ପୂର୍ବରୁ ପ୍ୟାକ୍ ହୋଇଥିବା ଏବଂ ଲେବଲ୍ ଲାଗିଥିବା ରେଡି ଟୁ ଇଟ୍ ସ୍ନାକ୍ସ ପାଇଁ ୧୨% ଟିକସ ଲାଗାଯାଉଛି। ପପକର୍ଣ୍ଣରେ ମିଠା ମିଶାଯିବ ପରେ ଏଥିରେ ୧୮% ଜିଏସ୍‌ଟି ଆଦାୟ କରାଯିବ । ତେଣୁ ବର୍ତ୍ତମାନ ପପକର୍ଣ୍ଣ ପାଇଁ ଟିକସ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ବର୍ତ୍ତମାନ ପ୍ୟାକ୍ ହୋଇ ନଥିବା କିମ୍ବା ଲେବଲ ଲାଗି ନଥିବା ନମକୀନ ବର୍ଗରେ ଥିବା ରେଡି ଟୁ ଇଟ ପପକର୍ଣ୍ଣ ପାଇଁ ୫ ପ୍ରତିଶତ ଶୁଳ୍କ ଲାଗୁଛି। ତେବେ ପୂର୍ବରୁ ପ୍ୟାକ୍ ହୋଇ ଆସୁଥିବା ଓ ଲେବଲ ଲାଗୁଥିବା ପପକର୍ଣ୍ଣ ଉପରେ ୧୨ ପ୍ରତିଶତ ଶୁଳ୍କ ଲାଗୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.