ନୂଆଦିଲ୍ଲୀ,୨୨/୧୨: ରାଜଧାନୀ ଦିଲ୍ଲୀର ଏକାଧିକ ସ୍କୁଲକୁ ଲଗାତାର ବୋମା ଧମକ ମିଳୁଥିଲା । କିଏ କାହିଁକି ଏପରି ଧମକ ଦେଉଛି ତାର ଛାନଭିନ କରାଯାଉଥିଲା । ଧମକ ଆସିଥିବା ଇମେଲ ଫୋନ ନମ୍ବରକୁ ତନ ତନ କରି ଯାଞ୍ଚ କରାଯାଉଥିଲା । ଏହାରି ଭିତରେ ଏକ ଚାଞ୍ଚଲ୍ୟ କର ଘଟଣା ଜଣାପଡିଛି । ଦିଲ୍ଲୀର ଏକ ସ୍କୁଲକୁ ମିଳିଥିବା ବୋମା ଧମକ ପଛରେ ଛାତ୍ର ଥିବା ଜଣାପଡିଛି । ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରମାନେ ଏପରି କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଦିଲ୍ଲୀର ରୋହିଣୀ ପ୍ରାଶାନ୍ତ ବିହାର ଗ୍ଲୋବାଲ ସ୍କୁଲକୁ ବୋମା ଧମକ ମିଳିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଏହା ଜଣାପଡିଛି କି ୩ଜଣ ଛାତ୍ର ମିଶି ସ୍କୁଲକୁ ବୋମା ଧମକ ଦେଇଥିଲେ । ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରମାନେ ଏପରି ଯୋଜନା କରିଥିଲେ । ୩ଜଣ ଛାତ୍ରଙ୍କ ମଧ୍ୟରେ ୨ ଜଣ ଭାଇ ଥିବା ଜଣାପଡିଛି । ପରୀକ୍ଷା ଘୁଞ୍ଚାଇବାକୁ ଚାହୁଁଥିଲେ ଛାତ୍ର ତେଣୁ ଏହି ଯୋଜନା କରିଥିଲେ ।
ଜଣେ ପୋଲିସ କହିଛନ୍ତି, କାଉନସିଲ ସମୟରେ ଦୁଇ ଛାତ୍ର ଧମକ ଦେଇଥିବା ନେଇ ଖୁଲାସା କରିଛନ୍ତି । ସ୍କୁଲକୁ ଧମକ ଆସୁଥିବା ଆମେ ଜାଣିବାକୁ ପାଇଥିଲୁ ତେଣୁ ଆମେ ପରୀକ୍ଷା ଘୁଞ୍ଚାଇବାକୁ ଏହି ଯୋଜନା କରିଥିଲୁ । ଛାତ୍ରଙ୍କ ବାପାମାଆଙ୍କୁ ଜଣାଇବା ପରେ ତାଙ୍କୁ ଛାଡି ଦିଆଯାଇଛି ।
୧୧ ଦିନରେ ୧୦୦ରୁ ଅଧିକ ସ୍କୁଲକୁ ଆସିଥିଲା ଧମକ- ଦିଲ୍ଲୀର ଏକାଧିକ ସ୍କୁଲକୁ ବେମା ଧମକ ଆସୁଥିଲା । ୧୧ ଦିନରେ ୧୦୦ରୁ ଅଧିକ ସ୍କୁଲକୁ ଧମକ ମିଳିଥିଲା । ବୋମା ଧମକ ମିଳିବା ପରେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ସୁରକ୍ଷା ବଳୟରେ ଥିଲା ସ୍କୁଲ। ଘଟଣାର ତଦନ୍ତ କରିବା ପରେ ଧମକ ଇମେଲ ବିପିଏନ ମାଧ୍ୟମରେ ପଠାଯାଇଥିଲା । ପୋଲିସ ପାଇଁ ତଦନ୍ତ କରିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ମେ ପରେ ୫୦ରୁ ବୋମା ଧମକ ଆସିଥିଲା । କେବଳ ସ୍କୁଲ ନୁହେଁ ହସ୍ପିଟାଲ, ବିମାନ ବନ୍ଦର ଓ ଏୟାର ଲାଇନ୍ସ କମ୍ପାନୀ ସାମିଲ ରହିଛି।