ନୂଆଦିଲ୍ଲୀ,୨୨/୧୨: ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ କୁଏତ ଗସ୍ତର ପ୍ରଥମ ଦିନରେ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ କୁଏତରେ ପହଞ୍ଚିବା ପରେ ରାମାୟଣ ଓ ମହାଭାରତ କାବ୍ୟକୁ ଆରବୀ ଭାଷାରେ ଅନୁବାଦ କରିଥିବା କୁଏତର ଅନୁବାଦକଙ୍କୁ ଭେଟିଥିଲେ ଓ ତାଙ୍କୁ ପ୍ରଶଂସା କରିଥିଲେ ।
ଶନିବାର ଅପରାହ୍ନରେ କୁଏତରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିଗତ ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହା ପ୍ରଥମ କୁଏତ ଗସ୍ତ । ଏହା ପୂର୍ବରୁ ୧୯୮୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଦୀ କୁଏତ ଗସ୍ତ କରିଥିଲେ । ମୋଦିଙ୍କ ଏହି ଗସ୍ତ ଭାରତ ଓ କୁଏତ ସମ୍ପର୍କକୁ ନୂଆ ରୂପ ଦେବ ବୋଲି କୁହାଯାଉଛି । କୁଏତରେ ପହଞ୍ଚିବା ପରେ ରାମାୟଣ ଓ ମହାଭାରତ କାବ୍ୟକୁ ଆରବୀ ଭାଷାରେ ଅନୁବାଦ କରିଥିବା କୁଏତର ଅନୁବାଦକ ଅବଦୁଲ୍ଲା ଅଲ ବରୁନ ଏବଂ ଅବଦୁଲ ଲତିଫ ଅଲନେସେଫଙ୍କୁ ଭେଟି ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ ମୋଦି । ସେମାନଙ୍କର ମହାନ କାର୍ଯ୍ୟକୁ ଢେର ପ୍ରଶଂସା କରିଥିଲେ ।
#WATCH | Kuwait | Ramayana and Mahabharata published in Arabic language by a book publisher
— ANI (@ANI) December 21, 2024
The book publisher says, "It took two years to translate Ramayana and Mahabharata into the Arabic language... " pic.twitter.com/mrElgmJyx6
କୁଏତ ପ୍ରବାସୀ ଭାରତୀୟଙ୍କୁ ଓଡିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ- କୁଏତରେ ଥିବା ପ୍ରବାସୀ ଭାରତୀୟଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଲା ମୋଦି (ସ୍ବାଗତ କାର୍ଯ୍ୟକ୍ରମ)ରେ ଏହି ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ଆସନ୍ତାମାସରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ କୁଏତରେ ଥିବା ପ୍ରବାସୀ ଭାରତୀୟଙ୍କୁ ନିମନ୍ତ୍ରଣ ଦେଇଛନ୍ତି । କୁଏତ ବନ୍ଧୁଙ୍କୁ ମଧ୍ୟ ସାଥୀରେ ଆଣିବାକୁ କହିଛନ୍ତି । କୁଏତ ଗସ୍ତର ପ୍ରଥମ ଦିନରେ ହାଲା ମୋଦି କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ।