ନୂଆଦିଲ୍ଲୀ,୨୨/୧୨: ଏଣିକି ଜିନ୍ସ କିମ୍ବା ଛୋଟ ଡ୍ରେସ ପିନ୍ଧି ମନ୍ଦିରକୁ ଯାଇପାରିବେନି ମହିଳା। ନ ହେଲେ ପ୍ରବେଶ ଉପରେ ଲାଗିବ କଟକଣା। ତେବେ ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ଜାରି କରିଛି ଏଭଳି ନିୟମ । ଏହି ନିୟମଦ୍ବାରା ଯେଉଁ ମହିଳାମାନେ ଠାକୁର ଦର୍ଶନ କରିବାକୁ ଆସିବା ବେଳେ ଛୋଟ ଡ୍ରେସ ଏବଂ ଜିନ୍ସ ପିନ୍ଧୁଥିବେ ସେମାନେ ଏହିପରି ଡ୍ରେସ୍ ନ ପିନ୍ଧିବାକୁ ମନ୍ଦିର ପକ୍ଷରୁ ନିବେଦନ କରାଯାଇଛି।
ତେବେ ପାଖେଇ ଆସୁଛି ନୂଆବର୍ଷ । ତେଣୁ ନୂଆବର୍ଷ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛି । ଏନେଇ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ମହିଳାମାନେ ଚିରା ଫଟା ଜିନ୍ସ, ହାଫ୍ ପ୍ୟାଣ୍ଟ , ମିନି ସ୍କର୍ଟ ଏବଂ ନାଇଟ୍ ସୁଟ୍ ଭଳି ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ମନ୍ଦିରର ସଂସ୍କୃତି ଓ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଏହି ନିବେଦନ କରାଯାଇଛି।ମନ୍ଦିରର ସାଂସ୍କୃତିକ ମର୍ଯ୍ୟାଦା ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ଦିର ପରିଚାଳକ ମୁନିଶ ଶର୍ମା କହିଛନ୍ତି। ଅନେକ ଶ୍ରଦ୍ଧାଳୁମାନେ ଜିନ୍ସ ଓ ଟି-ସାର୍ଟ ପିନ୍ଧି ମନ୍ଦିରକୁ ଆସୁଥିବାର ନଜିର ରହିଛି। ଯାହାକୁ ମନ୍ଦିରର ମର୍ଯ୍ୟାଦା ପ୍ରତି ଅସମ୍ମାନ ହେଉଛି। ତେଣୁ ଏହିପରି ଏକ ପଦକ୍ଷେପ ନିଆଯାଇଛି।