ନୂଆଦିଲ୍ଲୀ, ୨୨/୧୨ : ଅଲ୍ଲୁ ଅର୍ଜୁନଙ୍କ ଘର ଉପରେ ଟମାଟୋ ଫୋପାଡ଼ିବା ଘଟଣା ଆସିଲା ସାମ୍ନାକୁ। ସେହିଭଳି ଟମାଟୋ ଫୋପାଡ଼ିବା ଫଳରେ ତାଙ୍କ ଆବାସ ଉପରେ ଲାଗିଥିବା ଫୁଲ କୁଣ୍ଡ କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ OU JAC ଗୋଷ୍ଠୀ ସହ ଯୋଡ଼ି ହୋଇଥିବା ଦାବି କରୁଥିବା କିଛି ଦୁର୍ବୃତ୍ତ ଅଲ୍ଲୁ ଅର୍ଜୁନଙ୍କ ଆବାସ ଉପରେ ଆକ୍ରମଣ କରିଛନ୍ତି ।
ଏହି ଘଟଣା ସମୟରେ ତାଙ୍କ ଆବାସ ପରିସରରେ ଥିବା ଫୁଲ କୁଣ୍ଡ କ୍ଷତିଗ୍ରସ୍ତ ହୋଇଛି । ଯାହାଦ୍ବାରା ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଗୋଷ୍ଠୀ ପୀଡ଼ିତ ରେବତିଙ୍କ ପରିବାର ଲାଗି ନ୍ୟାୟ ଦାବି କରି ନାରା ଲଗାଇଛନ୍ତି । ଏହି ସମୟରେ ତାଙ୍କ ଆବାସ ଉପରେ ଟମାଟୋ ଫୋପାଡ଼ିବା ଜାରି ରଖିଥିଲେ ଏବଂ ଅଲ୍ଲୁ ଅର୍ଜୁନଙ୍କ କର୍ମଚାରୀଙ୍କୁ ବି ଅଟକାଇଥିଲେ । ଏହା ବ୍ୟତୀତ ଦାବି କରାଯାଉଛି କି ଆକ୍ରମଣ ସମୟରେ ପଥର ବି ଫୋପଡ଼ା ଯାଇଥିଲା । ମାତ୍ର ଏହାର ସୂଚନା ଏବେ ପର୍ଯ୍ୟନ୍ତ ଆସିନାହିଁ ।