ମୁମ୍ୱାଇ – ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀଙ୍କର କହିବାନୁସାରେ , ସାଉଥ୍ର ସୁପରଷ୍ଟାର ଅଭିନେତା ଅଲ୍ଲୁ ଅର୍ଜୁନ ପୁଲିସର ମନା କରିବା ସତ୍ତ୍ୱେ ପୁଷ୍ପା-୨ର ପ୍ରିମିୟର ଆଟେଣ୍ଡ କରିଥିଲେ। ଏବେ ହାଇଦ୍ରାବାଦ ପୁଲିସ ଏକ ଭିଡ଼ିଓ ଜାରି କରିଛି, ଯେଉଁଥିରେ ଅଫିସରମାନେ ଅଭିନେତାଙ୍କୁ ବାହାରକୁ ନେଇ ଯାଉ ଥିବାର ନଜର ଆସୁଛି, ଏହି ଭିଡ଼ିଓର ଆଧାରରେ ଦାବି କରାଯାଉଛି କି, ପୁଲିସ ଅଭିନେତାଙ୍କୁ ବାହାର କରିବାକୁ ପଡିଥିଲା। ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଧାଁ ଦୌଡ଼ ସେହି ସମୟରେ ହୋଇଛି, ଯେବେ ଅଲ୍ଲୁ ଅର୍ଜୁନ ଫିଲ୍ମ ପୁଷ୍ପା-୨ର ପ୍ରିମିୟରରେ ପହଞ୍ଚି ଥିଲେ। ଅଭିନେତାଙ୍କର ଏକ ଝଲକ ପାଇବା ପାଇଁ ଖୁବ୍ ଭିଡ଼ ଜମି ଯାଇ ଥିଲା।
ଧାଁ ଦୌଡ଼ରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା ଏବଂ ତାଙ୍କର ୮ବର୍ଷିୟ ପିଲାର ସ୍ଥିତି ବି ସଙ୍ଗିନ ହୋଇଛି। ପିଲାଟି କୋମାକୁ ଚାଲି ଯାଇଛି। ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେଲେଙ୍ଗାନା ପୁଲିସ ଚିଫ୍ ଜିତେନ୍ଦ୍ର ମାମଲା ଉପରେ କହିଛନ୍ତି, ଆମର ଅଲ୍ଲୁ ଅର୍ଜୁନ ବା ଆଉ କାହା ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ଫିଲ୍ମର ପ୍ରମୋସନ ଲୋକଙ୍କ ସୁରକ୍ଷା ଠାରୁ ଅଧିକ ଜରୁରୀ ନୁହେ। ସେ ଫିଲ୍ମର ହିରୋ ସାଜନ୍ତି , କିନ୍ତୁ ବାସ୍ତବ ଦୁନିଆର ତାଙ୍କୁ ବୁଝିବା ଉଚିତ କି, ସମାଜର ସମସ୍ୟା କଣ। କାଲି ମୁଖ୍ୟମନ୍ତ୍ରୀ ସଭାରେ କହିଥିଲେ କି,ପୁଲିସର ମନା କରିବା ସତ୍ତ୍ୱେ ଅଭିନେତା ଫିଲ୍ମର ସ୍କ୍ରିନିଂକୁ ଯାଇ ଥାଏ।
ଅଲ୍ଲୁ ଅର୍ଜୁନ କହିଥିଲେ କି , ପୁଲିସ ତାଙ୍କର ରାସ୍ତା ସଫା କରିଥିଲା , ଯାହା ପରେ ସେ ଭିତରକୁ ଯାଇ ଥିଲେ। ଅଲ୍ଲୁ ଅର୍ଜୁନ କହିଥିଲେ କି, ସେ ନୀତି ନିୟମରେ ଚାଲିବା ବ୍ୟକ୍ତି । ସେ କହିଥିଲେ କି ଯଦି ତାଙ୍କୁ କୁହାଯାଇ ଥାନ୍ତା ତି ତାଙ୍କୁ ଭିତରକୁ ଯିବାର ଅନୁମତି ନାହିଁ ତ ,ସେ ସେଠାରୁ ଚାଲି ଯାଇଥାନ୍ତେ। ଅଭିନେତା କହିଛନ୍ତି କି ଏହା କୌଣସି ରୋଡ୍ ଶୋ’ ନଥିଲା। ମୁଁ କେବଳ ଲୋକଙ୍କ ଆଡ଼କୁ ହାତ ହଲାଇଲି ଏବଂ ଭିତରକୁ ଚାଲିଗଲି। କୌଣସି ପୁଲିସ କର୍ମୀ ଯିବାକୁ କହି ନାହାନ୍ତି। ମୋ ନିଜର ମ୍ୟାନେଜର ମୋତେ କହିଲେ କି ବାହାରେ ଭିଡ଼ କାବୁ ହୋଇ ଯାଇଛି, ଏହା ପରେ ମୋତେ ଯିବାକୁ କହିଥିଲେ।