ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

କୁଏତରେ ଓଡିଆ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, କହିଲେ ଝାଳବୁହା ପରିଶ୍ରମ ପାଇଁ ଦେଶ ଆଗଉଛି

Published By : Ankita S | December 22, 2024 12:54 PM

ନୂଆଦିଲ୍ଲୀ,୨୨/୧୨: ଦୁଇ ଦିନିଆ କୁଏତ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଦିନରେ କୁଏତରେ ଥିବା ଭାରତୀୟ ଶ୍ରମିକଙ୍କ ସହିତ କଥା ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିବା ଓଡିଶାର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ । ଜୟ ଜଗନ୍ନାଥ କହି ଓଡିଆ ଶ୍ରମିକଙ୍କ ସହ ବାର୍ତ୍ତାଳପ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରବାସୀ ଶ୍ରମିକଙ୍କ ସହ ଭାବ ଆଦାନ ପ୍ରଦାନ ସହ ଭୋଜନ କରିଥିଲେ ମୋଦି ।

କୁଏତରେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଭାରତୀୟ ଶ୍ରମିକମାନେ ଖୁସି ବ୍ୟକ୍ତ କରିଥିଲେ । ସେମାନଙ୍କ ମଧ୍ୟରୁ ଓଡିଶାର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିଖୋଟ ଅଞ୍ଚଳର ଜଣେ ଶ୍ରମିକ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପରିଚୟ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କହିଥିଲେ । ଓଡିଆ ଶ୍ରମିକ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କହିଥିଲେ । ୧୪୦ କୋଟି ଦେଶବାସୀଙ୍କ ଝାଳ ବୁହା ପରିଶ୍ରମ ପାଇଁ ଦେଶ ଆଗଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଅନ୍ୟଜଣେ ଶ୍ରମିକଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶରେ ବିକାଶ ହେଉଛି ଭଲ କଥା ।  ବିକାଶର ମାନେ ନୁହେଁ କେବଳ ଭଲ ରାସ୍ତା, ଭଲ ଏୟାରପୋର୍ଟ, ଭଲ ରେଳ ଷ୍ଟେସନ । ବିକାଶର ପ୍ରକୃତ ଅର୍ଥ ପ୍ରତି ଘରେ ଶୌଚାଳୟ । ଗରିବଙ୍କ ଘରେ ଶୌଚାଳୟ ହେବା ମୋର ଲକ୍ଷ୍ୟ । ଆମେ ୧୧କୋଟି ଶୌଚାଳୟ ତିଆରି କରିଛୁ । ୪କୋଟି ପକ୍କା ଘର ଗରିବଙ୍କୁ ଦେଉଛୁ । ମାତ୍ର ଆହୁରି କାମ କରିବାର ଅଛି । ମୋ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଗରିବଙ୍କ ଗରିମା । ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ହେବ ତାହାକୁ ଗୁରୁତ୍ବ ଦିଆଯାଉଛି । ସେମାନଙ୍କୁ ଯେପରି କାହାକୁ କିଛି ନମାଗିବାକୁ ପଡୁ ସେ ଦିଗରେ ୧୦ ବର୍ଷ ହେବ କାମ କରୁଛୁ ।



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.