ନୂଆଦିଲ୍ଲୀ,୨୧।୧୨: ଆମେରିକାକୁ ଚୀନ୍ ଦେଇଥିବା ଧମକ କାମ ଦେଲାନି। ଧମକ ପରେ ବି ତାଇଓ୍ବାନକୁ ଆମେରିକା ଦେଲା ବିପଦଜନକ ହତିଆର, ଯାହାକି ଚୀନ୍ ପାଇଁ ବଢାଇପାରେ ଚିନ୍ତା। ତାଇଓ୍ବାନକୁ ଆମେରିକା 38M1A2T ଆବ୍ରାମ ଟ୍ୟାଙ୍କ ଦେଇଛି, ଯାହାକି ୨୩ ବର୍ଷ ହେବ ଦ୍ବୀପରେ ପ୍ରଥମ ଆମେରିକୀୟ ଟ୍ୟାଙ୍କ ଡେଲିଭରି। ରେଡିଓ ଫ୍ରି ଏସିଆ ଅନୁସାରେ, ଏହି ଶିପମେଣ୍ଟ ଆଗାମୀ ଦୁଇ ବର୍ଷ ୧୨୨ ଟ୍ୟାଙ୍କର ବଡ ଅର୍ଡରର ଏକ ଅଂଶ। ଚୀନ୍ ବହୁତ ସମୟ ଧରି ତାଇଓ୍ବାନକୁ ହତିଆର ନଦେବା ପାଇଁ କହୁଛି। ଏପରିକି ଆମେରିକାକୁ ମଧ୍ୟ ଧମକ ଦେଇଥିଲା। ସେ ସଫାସଫା କହିସାରିଛି ସାର୍ବଭୌମତ୍ବକୁ ବଞ୍ଚାଇବା ପାଇଁ ଯେ କୌଣସି ସ୍ତରକୁ ଯାଇପାରେ। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଏହି ଟେନସନ୍ ଆଗକୁ ବଢିଲେ ଯୁଦ୍ଧର ରୂପ ନନେଉ।
M1A2T ଟ୍ୟାଙ୍କକୁ ବିଶ୍ବସ୍ତରରେ ସବୁଠାରୁ ଅଧିକ ମର୍ଡନ ଯୁଦ୍ଧ ଟ୍ୟାଙ୍କ ଭିତରକୁ ଗୋଟିଏ ବୋଲି ମନେକରାଯାଏ। କିଛି ବିଶେଷଜ୍ଞଙ୍କ ମତରେ ତାଇଓ୍ବାନର ପାହାଡି ଅଞ୍ଚଳରେ ଘନ ସହର ଅଞ୍ଚଳ ପାଇଁ ଏହାର ଉପଯୁକ୍ତତା ବିଷୟରେ ଚିନ୍ତା ପ୍ରକାଶ କରାଯାଇଛି। ତେବେ ଟ୍ୟାଙ୍କ ତାଇଓ୍ବାନର ପ୍ରତିରକ୍ଷା କ୍ଷମତାକୁ ପ୍ରୋତ୍ସାହନ ଦେବ ବୋଲି ମନେକରାଯାଉଛି।
କେଟୋ ଇନଷ୍ଟିଚ୍ୟୁଟ୍ର ବରିଷ୍ଠ ଫେଲୋ ଏରିକ ଗୋମେଜ୍ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ତାଇଓ୍ବାନର ପ୍ରତିରକ୍ଷାରେ 38M1A2T ର ପ୍ରାଥମିକତା ଭୂମିକା ସମ୍ଭାବିତ ଚୀନ୍ ଆକ୍ରମଣ ବେଳେ ଗୁରୁତ୍ବପୂର୍ଣ୍ଣ ଲ୍ୟାଣ୍ଡିଂ ପଏଣ୍ଟର ରକ୍ଷା କରିବାକୁ ହେବ। ତାଇଓ୍ବାନର ଚ୍ୟାଲେଞ୍ଜିଂ ଅଞ୍ଚଳରେ ଟ୍ୟାଙ୍କ ପ୍ରଦର୍ଶନ ବିଷୟରେ ଚିନ୍ତା ପ୍ରକାଶ କରିବା ପରେ, ବିଶେଷଜ୍ଞ ଏହି କଥା ଉପରେ ସହମତି ପ୍ରକାଶ କରିଛନ୍ତି।